ETV Bharat / state

ବୟସ ମାତ୍ର ୬, ମୁହଁରେ ମୁଖସ୍ତ ଭଗବତ ଗୀତା ଶ୍ଳୋକ

ମାତ୍ର ୬ବର୍ଷ ବୟସରେ କଣ୍ଠରୁ ଝରି ପଡୁଛି ଅନର୍ଗଳ ଭାଗବତ ଗୀତା ଶ୍ଳୋକ । ଅନଲାଇନରେ ଶ୍ଳୋକ ଶିକ୍ଷା କରିବା ସହିତ ତାକୁ ଗାଇ ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି କୋରାପୁଟର ଜିଥ୍ୟା ମୂର୍ତ୍ତୀ । ଅଧିକ ପଢନ୍ତୁ...

ଅନର୍ଗଳ ଭଗବତ ଗୀତା ଶ୍ଳୋକ ଗାଉଛନ୍ତି ୬ବର୍ଷ ଜିଥ୍ୟା

author img

By

Published : Sep 5, 2021, 3:05 PM IST

କୋରାପୁଟ: ବୟସ ମାତ୍ର ୬ବର୍ଷ । ଶିଖିବାର ଇଚ୍ଛା କିନ୍ତୁ ଅନେକ । ଏଡିକି ଟିକେ ବୟସରେ କଣ୍ଠରୁ ଝରି ପଡୁଛି ଅନର୍ଗଳ ଭାଗବତ ଗୀତା ଶ୍ଳୋକ । ଅନଲାଇନରେ ଶ୍ଳୋକ ଶିକ୍ଷା କରିବା ସହିତ ତାକୁ ଗାଇ ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି କୋରାପୁଟର ଜିଥ୍ୟା ମୂର୍ତ୍ତୀ ।

କୁନି ଝିଅର କଣ୍ଠରୁ ଶୁଭୁଛି ଭଗବତ ଗୀତାର ଶ୍ଳୋକ

ଜିଲ୍ଲାର ବିଶିଷ୍ଟ ଟି.ଏନ. ମୂର୍ତ୍ତିଙ୍କ ନାତୁଣୀ ତଥା ଯୁବ ଆଇନଜୀବୀ ଟି .ଗୋପୀନାଥ ମୂର୍ତ୍ତିଙ୍କ ଝିଅ କୁମାରୀ ଜିଥ୍ୟା । ପିଲାଟି ବେଳୁ ସଙ୍ଗୀତ ପ୍ରତି ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ଜିଥ୍ୟାଙ୍କର । ପିଲାବେଳେ ସବୁବେଳେ କିଛି ନା କିଛି ଗୁଣୁଗୁଣାଉ ଥାଏ ଜିଥ୍ୟା । କୋରୋନା କାଳରେ ଅନଲାଇନ ମାଧ୍ୟମରେ ବିଭିନ୍ନ ବିଷୟ ପଢ଼ାଇବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ବିଶାଖାପାଟଣାରେ ମଧ୍ୟ ଏପରି ଏକ ଅନଲାଇନ କ୍ଳାସ ଯୋଗେ ପିଲାମାନଙ୍କୁ ସଙ୍ଗୀତ ଶିକ୍ଷା ପ୍ରଦାନ କରାଯାଉଥିଲା । ଏହାର ଖବର ପାଇଁ ଜିଥ୍ୟାଙ୍କ ପରିବାର ତାଙ୍କୁ ସେହି ଅନଲାଇନରେ ସଙ୍ଗୀତ ଶିକ୍ଷା କରିବା ପାଇଁ ସୁଯୋଗ ଦେଇଥିଲେ ।

ଏହା ପରେ ଜିଥ୍ୟା ସଙ୍ଗୀତଠୁ ନେଇ ଶ୍ଳୋକ ସବୁଥିରେ ପାରଙ୍ଗମ ହୋଇଛନ୍ତି । ଅନଲାଇନରେ ଗୁରୁଙ୍କ ଠାରୁ ଦିଗଦର୍ଶନ ପାଇ ଭଗବତ ଗୀତାର 40 ରୁ ଉର୍ଦ୍ଧ୍ବ ଶ୍ଳୋକ ଅନର୍ଗଳ ଭାବେ ବୋଲିବାର ଦକ୍ଷତା ହାସଲ କରିଛନ୍ତି ଦିକ୍ଷା । ପ୍ରଥମ ଦିନରୁ ଗୁରୁଙ୍କ ସଫଳ ଛାତ୍ରୀ ଭାବେ ଭଗବତ ଗୀତାର ଅନେକ ଶ୍ଳୋକ କଣ୍ଠସ୍ଥ କରି ଜିଥ୍ୟା ସୁନାମ ଅର୍ଜନ କରିଛନ୍ତି । ଜିଥ୍ୟାଙ୍କର ଏପରି ପ୍ରତିଭା ପାଇଁ ପରିବାର ଲୋକେ ବେଶ ଖୁସି ବ୍ୟକ୍ତ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.