କୋରାପୁଟ: ଆସନ୍ତାକାଲି ଶାବର ଶ୍ରୀକ୍ଷେତ୍ର କୋରାପୁଟର ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା । ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଛି । କୋରାପୁଟ ଆରକ୍ଷୀ ଅଧିକ୍ଷକ କନ୍ବାର ବିଶାଲ ସିଂଙ୍କ ସୂଚନା ଅନୁଯାୟୀ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ନେଇ ସୂଚନା ମିଳିଛି ।
ରଥଟଣା ସମୟରେ ସହର ମଧ୍ୟରେ ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ ସୁନାବେଡ଼ା ଓ ଜୟପୁର ଆଡୁ ଆସୁଥିବା ଗାଡ଼ିକୁ ସୁବିଧାଜନକ ମାର୍ଗରେ ଛଡାଯିବ । ସହର ମଧ୍ୟରେ ଚଳପ୍ରଚଳ ହେଉଥିବା ଲକ୍ଷାଧିକ ଜନସାଧାରଣଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିବେ ।
କୋରାପୁଟ ସମେତ ସୁନାବେଡ଼ା, ସେମିଳିଗୁଡା ଓ ଜୟପୁରରେ ମଧ୍ୟ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି । ଆଜି ଜଗନ୍ନାଥ ମନ୍ଦିର ପରିସରରେ ପୋଲିସକର୍ମୀଙ୍କ ଠାରୁ ଆରମ୍ଭ କରି ଅଫିସର ପର୍ଯ୍ୟନ୍ତ, ସମସ୍ତଙ୍କୁ ଦାୟିତ୍ଵ ବଣ୍ଟନ କରିଦିଆଯାଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ