ETV Bharat / state

କୋରାପୁଟରେ ଏନକାଉଣ୍ଟର: ୩ ମହିଳାଙ୍କ ସମେତ ୫ ମାଓବାଦୀ ନିହତ - maoist

ପୋଲିସ ଏନକାଉଣ୍ଟରରେ ଟଳିଲେ ୩  ମହିଳା କ୍ୟାଡରଙ୍କ ସମେତ ୫ ଜଣ ମାଓବାଦୀ । କୋରାପୁଟରେ ଡିଭିଏଫ ଓ ଏସଓଜି ଯବାନ ଦ୍ବାରା କୁମ୍ବିଂ ଅପରେସନ ଚାଲିଥିବା ବେଳେ ପୋଲିସକୁ ଏହି ସଫଳତା ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : May 8, 2019, 9:57 PM IST

କୋରାପୁଟ: କୋରାପୁଟ ପୋଲିସର ବଡ ସଫଳତା । ପୋଲିସ ଏନକାଉଣ୍ଟରରେ ଟଳିଲେ ୩ ମହିଳା କ୍ୟାଡରଙ୍କ ସମେତ ୫ ଜଣ ମାଓବାଦୀ । ଡିଭିଏଫ ଓ ଏସଓଜି ଯବାନ ଦ୍ବାରା କୁମ୍ବିଂ ଅପରେସନ ଚାଲିଥିବା ବେଳେ ପୋଲିସକୁ ଏହି ସଫଳତା ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସୂଚନା ମୁତାବକ ଆନ୍ଧ୍ର ଓ ଓଡ଼ିଶା ସୀମାରେ ମାଓବାଦୀଙ୍କ ଗତିବିଧି ଉପରେ ଦୀର୍ଘ ଦିନରୁ ନଜର ରଖିଥିଲା ପୋଲିସ । ଆଜି କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ପଡୁଆ ଥାନାର ହାତୀବାରୀ ପଞ୍ଚାୟତ ଅନ୍ତର୍ଗତ କିତୁଆକାନ୍ତି ଜଙ୍ଗଲରେ ପ୍ରାୟ ୧୫ ଜଣ ମାଓବାଦୀ ଲୁଚି ରହିଥିବା ଖବର ମିଳିଥିଲା । ଏହା ପରେ ଯବାନମାନେ ଯୋଜନା ପ୍ରସ୍ତୁତ କରି ଏନକାଉଣ୍ଟର କରିଥିଲେ । ତେବେ ଆକ୍ରମଣ ବେଳେ ଅନ୍ୟମାନେ ଖସି ପଳାଇବାରେ ସମର୍ଥ ହୋଇଛନ୍ତି ।

ମୃତକଙ୍କ ପରିଚୟ ମିଳିନଥିଲେ ମଧ୍ୟ ସେମାନଙ୍କଠାରୁ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ରକୁ ଦେଖିଲେ ସେମାନେ ମାଓ କ୍ୟାଡରର ବୋଲି ଜଣା ପଡୁଥିବା କୋରାପୁଟ ଆରକ୍ଷୀ ଅଧିକ୍ଷକ କେ.ବିଶାଲ ସିଂ କହିଛନ୍ତି । ମୃତ ମାଓବାଦୀଙ୍କ ନିକଟରୁ 2 ଟି ଇନସାସ ବନ୍ଧୁକ ସହ ବିଭିନ୍ନ ମାଓ ସାମଗ୍ରୀ ମିଳିଥିବା ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Intro:Body:

fddf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.