ETV Bharat / state

ସୁନାବେଡାର ବିସ୍ମୟ ବାଳକ ନିଶାନ, ଅନର୍ଗଳ କହିପାରୁଛି ୬ରୁ ଅଧିକ ଭାଷା

ନିଶାନ, ବୟସ ମାତ୍ର 4ବର୍ଷ । ଏବେ ଏବେ ସ୍କୁଲ ଯାଉଛି । ତେବେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶାନ ଇଂରାଜୀ ବହି ସେ ପଢିପାରନ୍ତି । ଏପରିକି ୬ରୁ ଅଧିକା ଭାଷା ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ସମେତ ଫ୍ରେଞ୍ଚ୍ ଓ ଜର୍ମାନ ଭଳି ବିଦେଶୀ ଭାଷା ଲେଖିବା ସହିତ ଅନର୍ଗଳ ଭାବେ କହିପାରନ୍ତି । ଅଧିକ ପଢନ୍ତୁ

author img

By

Published : Aug 11, 2022, 9:43 PM IST

ସୁନାବେଡାର ବିସ୍ମୟ ବାଳକ ନିଶାନ, ଅନର୍ଗଳ କହିପାରୁଛି ୬ରୁ ଅଧିକ ଭାଷା
ସୁନାବେଡାର ବିସ୍ମୟ ବାଳକ ନିଶାନ, ଅନର୍ଗଳ କହିପାରୁଛି ୬ରୁ ଅଧିକ ଭାଷା

କୋରାପୁଟ: କଅଁଳ ବୟସରେ ପ୍ରଗାଢ ଜ୍ଞାନ । ବୟସ ମାତ୍ର 4ବର୍ଷ, କିନ୍ତୁ ନିଶାନ ବହୁତ ବଡ । ମୁଣ୍ଡରେ ବିଚକ୍ଷଣ ବୁଦ୍ଧି ଓ ପାଟିରେ ଅନର୍ଗଳ କଥା । ନିଶାନ ୬ରୁ ଅଧିକା ଭାଷା ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭଳି ଭାରତରେ ପ୍ରଚଳିତ ଭାଷା ହେଉ ବା ଫ୍ରେଞ୍ଚ୍ ଓ ଜର୍ମାନ ଭଳି ବିଦେଶୀରେ ପ୍ରଚଳିତ ଭାଷାକୁ ଅନର୍ଗଳ କହିପାରୁଛନ୍ତି ସୁନାବେଡାର ଚାରି ବର୍ଷର ବାଳକ ନିଶାନ । ତାଙ୍କ ନାମ ଯେମିତି କାମ ବି ଠିକ ସେମିତି । ଏହି ଚମତ୍କାର ଦକ୍ଷତା ପାଇଁ ଅନେକ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଛନ୍ତି ସେ ।

ସୁନାବେଡାରେ ବାପା ରାକେଶ ଓ ମା ସୁରେସ୍ନତା ନାୟକଙ୍କ ଚାରି ବର୍ଷର ପୁଅ ନିଶାନ । ନିଶାନ ବର୍ତ୍ତମାନ ସ୍ଥାନୀୟ ଅକ ନର୍ସରୀ ସ୍କୁଲରେ ଶିକ୍ଷା ଗ୍ରହଣ କରୁଛନ୍ତି । ସ୍କୁଲରେ ଏବେ ଏବେ ଏ ବି ସି ଡି ଶିଖୁଛନ୍ତି । ତେବେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ଇଂରାଜୀ ଅକ୍ଷର ସେ ପଢିପାରନ୍ତି । ଏପରିକି ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ସମେତ ଫ୍ରେଞ୍ଚ୍ ଓ ଜର୍ମାନ ଭଳି ବିଦେଶୀ ଭାଷା ଲେଖିବା ସହିତ ଅନର୍ଗଳ ଭାବେ କହିପାରନ୍ତି । ଏଥିସହ ବିଭିନ୍ନ ରାଜ୍ୟ ରାଜଧାନୀ ମଧ୍ୟ ପ୍ରାଞ୍ଜଳ ଭାବରେ କହିପାରନ୍ତି ସେ । ବଡ ହେଲେ ଏକ ଡାକ୍ତର ହେବା ନେଇ ସ୍ବପ୍ନ ଦେଖିଛନ୍ତି ନିଶାନ । ପିଲାବେଳୁ ନିଶାନଙ୍କ ଏଭଳି ପ୍ରତିଭା ଦେଖି ବାପା ମାଆ ମଧ୍ୟ ବେଶ ଖୁସି ଅନୁଭବ କରିବା ସହ ପୁଅକୁ ଆହୁରି ଆଗକୁ ଅଧିକରୁ ଅଧିକ ଶିକ୍ଷାଦାନ କରିବା ନିମନ୍ତେ ଉତ୍ସାହିତ ଅଛନ୍ତି । ନିଶାନଙ୍କ ମାଆ କୁହନ୍ତି ମାତ୍ର ଦେଢ ବର୍ଷ ବୟସରୁ ନିଶାନ ଅନେକ କଥା ଶୁଣି ମନେ ରଖିବା ସହିତ କହିବା ଆରମ୍ଭ କରିଥିଲେ ।

ନିଶାନଙ୍କ ବାପା କହିବା ଅନୁସାରେ, "ନିଶାନ ବର୍ତ୍ତମାନ ସୁଦ୍ଧା ଇଣ୍ଡିଆ ବୁକ ଅଫ ରେକର୍ଡ,ଇଣ୍ଟରନ୍ୟାସେନାଲ ବୁକ ଅଫ ରେକର୍ଡ, ଓ ମାଇ ଗଡ ୩ଟି ରେକର୍ଡ କରିଛି । ଗିନିଜ ବୁକ ଅଫ ରେକର୍ଡ ଏବଂ ଲିମକା ବୁକଅଫ ରେକର୍ଡରେ ସ୍ଥାନ ପାଇବା ପାଇଁ ଆଶା ରଖିଛୁ ।"

ଇଟିଭି ଭାରତ, କୋରପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.