ETV Bharat / state

କୋରାପୁଟରୁ ପୁଣି 4 ନକଲି ନକ୍ସଲ ଗିରଫ

author img

By

Published : Oct 24, 2019, 7:59 PM IST

କୋରାପୁଟ ଜିଲ୍ଲାରେ 4 ନକଲି ଲକ୍ସଲଙ୍କୁ ଗିରଫ କଲା କାକିରିଗୁମା ପୋଲିସ । ଗିରଫ ନକଲି ନକ୍ସଲଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ୩୦ ହଜାର ଟଙ୍କା, ଗୋଟିଏ ମୋବାଇଲ ଜବତ ।

ପ୍ରତିକାତ୍ମକ ଫଟୋ

କୋରାପୁଟ: ଜିଲ୍ଲାରେ ନକଲି ନକ୍ସଲଙ୍କ ପ୍ରାର୍ଦୁଭାବ । ଚାରି ଜଣ ନକଲି ନକ୍ସଲଙ୍କୁ କାକିରିଗୁମା ପୋଲିସ ଗିରଫ କରିଛି । ଗିରଫ ନକଲି ନକ୍ସଲଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ୩୦ ହଜାର ଟଙ୍କା, ଗୋଟିଏ ମୋବାଇଲ ଓ ସେମାନେ ବ୍ୟବହାର କରୁଥିବା ଗୋଟିଏ ମୋଟର ସାଇକେଲକୁ ଜବତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଲକ୍ଷ୍ମୀପୁର ବ୍ଲକ ଭିତରଗଡ ପଞ୍ଚାୟତରେ କିଛି ଯୁବକ ନିଜକୁ ନକ୍ସଲ କହି ଗାଁଁରେ ପୋଷ୍ଟର ମାରିବା ସହ ସରପଞ୍ଚ ଶ୍ରୀଧର ଜାନିଙ୍କ ଠାରୁ ୫୦ହଜାର ଟଙ୍କା ମାଗି ନେଇଥିଲେ । ତେବେ ପୁଣିଥରେ ଟଙ୍କା ମାଗିବା ନେଇ ଜାନୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୁକ୍ତଙ୍କ ଫୋନ୍ ଟ୍ରାକିଂ କରି ୪ ଜଣଙ୍କୁ ଗିରଫ କରାଯାଇଥିବା ଏସଡିପିଓ ଅଶ୍ବିନି ନାୟକ ସୁଚନା ଦେଇଛନ୍ତି ।

ନକ୍ସଲଙ୍କ ପ୍ରାର୍ଦୁଭାବ ଜିଲ୍ଲାରେ ବର୍ତ୍ତମାନ କିଛି ମାତ୍ରାରେ କମିଥିବାବେଳେ ନକଲି ନକ୍ସଲଙ୍କ ରାଜୁତି ବଢିଥିବା ପୋଲିସ ପାଇଁ ଏବେ ଚିନ୍ତା ବଢାଇଛି । ଗତ ସପ୍ତାହକ ମଧ୍ୟରେ କାକିରିଗୁମା ପୋଲିସ ୭ଜଣ ନକଲି ନକ୍ସଲଙ୍କୁ ଗିରଫ କରିଥିବା ବେଳେ ନାରାୟଣପାଟଣା ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟ ଜିଲା କାକିରିଗୁମା ପୋଲିସ ଦ୍ବାରା ଚାରିଜଣ ନକଲି ନକ୍ସଲ ଗିରଫ ହୋଇଛନ୍ତି।Body:ଗିରଫ ନକଲି ନକ୍ସଲ ମାନଙ୍କ ଠାରୁ ଗୋଟିଏ ଦେଶି ବନ୍ଧୁକ ,୩୦ ହଜାର ଟଙ୍କା,ଗୋଟିଏ ମୋବାଇଲ ଓ ସେମାନେ ବ୍ୟବହାର କରୁଥିବା ଗୋଟିଏ ମଟର ସାଇକେଲ୍ କୁ ଜବତ କରାଯାଇଛି ।
ଲକ୍ଷ୍ମୀପୁର ବ୍ଲକ ଭିତରଗଡ ପଂଚାୟତ ର ସରପଞ୍ଚ ଶ୍ରୀଧର ଜାନିଙ୍କ ଠାରୁ ନକ୍ସଲ କହି ଗାଁ ରେ ପୋଷ୍ଟର ମାରି ଏହି ଯୁବକ ମାନେ ୫୦ହଜାର ଟଙ୍କା ମାଗି ନେଇଥିଲେ ।ତେବେ ପୁଣିଥରେ ଟଙ୍କା ମାଗିବା ପରେ ଶ୍ରୀ ଜାନୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଙ୍କ ଫୋନ୍ ଟ୍ରାକିଂ କରି ୪ଜଣଙ୍କୁ ଗିରଫ କରାଯାଇଥିବା ଏସଡିପିଓ ଅଶ୍ବିନି ନାୟକ ସୁଚନା ପ୍ରଦାନ କରିଛନ୍ତି।ନକ୍ସଲ ଙ୍କ ପ୍ରାର୍ଦୁଭାବ ଜିଲାରେ ବର୍ତମାନ କିଛି ମାତ୍ରାରେ କମିଥିବା ବେଳେ ବର୍ତମାନ ନକଲି ନକ୍ସଲ ଙ୍କ ପ୍ରାର୍ଦୁଭାବ ବଢିଥିବା ପୋଲିସ ପାଇଁ ଏବେ ଚିନ୍ତା ବଢାଇଛି ।Conclusion:ଗତ ସପ୍ତାହକ ମଧ୍ୟରେ କାକିରି ଗୁମା ପୋଲିସ ୭ଜଣ ନକଲି ନକ୍ସଲ ଙ୍କୁ ଗିରଫ କରିଥିବା ବେଳେ ନାରାୟଣ ପାଟଣା ପୋଲିସ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
..........
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.