କୋରାପୁଟ: ଗତ କିଛି ଦିନର ବର୍ଷାରେ ବେଶ କ୍ଷତିଗ୍ରସ୍ତ ହୋଇଛି କୋରାପୁଟ । 30 କୋଟି ଟଙ୍କାରୁ ଊର୍ଦ୍ଧ୍ବ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର କ୍ଷତି ଗ୍ରସ୍ତ ହୋଇଥିବା ନେଇ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସିର୍ଦ୍ଧାର୍ଥ ପଟ୍ଟନାୟକ ଜଣାଇଛନ୍ତି ।
ସରକାରଙ୍କୁ ଦିଆଯାଇଥିବା ତଥ୍ୟ ଅନୁସାରେ, 1145ଟି ବେସରକାରୀ ଗୃହକୁ କ୍ଷତି ପହଞ୍ଚିଥିବାବେଳେ 95 ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବା ଜିଲ୍ଲା ପ୍ରଶାସନ ଜଣାଇଛନ୍ତି ।
ସେପଟେ ଅନ୍ୟାନ୍ୟ କ୍ଷତିଗ୍ରସ୍ତ କ୍ଷେତ୍ର ମଧ୍ୟରେ ରାସ୍ତା, ପୋଲ, ଅଙ୍ଗନବାଡି କେନ୍ଦ୍ର ବିଦ୍ୟାଳୟ ପ୍ରଭୃତି ରହିବା ସହ ଅଗ୍ରାଧିକାର ସୂତ୍ରରେ 19 କୋଟି ଟଙ୍କାର ଅନୁଦାନ ପ୍ରଦାନ କରିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଥିବା ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର ଇଟିଭି ଭାରତ