ETV Bharat / state

ଲମତାପୁଟ ଓ ପାଡୁଆ ପୋଲିସକୁ ସଫଳତା, ୨୨ଲକ୍ଷ ଟଙ୍କାର ଗଞ୍ଜେଇ ଜବତ - koraput lamataput and padua police ganja seized news

ଲମତାପୁଟ ଓ ପାଡ଼ୁଆ ପୋଲିସ ୨୨ ଲକ୍ଷ ଟଙ୍କାର ଗଞ୍ଜେଇ ସହ ୩ଟି ଗାଡିକୁ ଜବତ କରିବାରେ ସଫଳ ହୋଇଛନ୍ତି । ଅଧିକ ପଢନ୍ତୁ...

ଲମତାପୁଟ ଓ ପାଡ଼ୁଆ ପୁଲିସ ଦ୍ୱାରା ୨୨ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

author img

By

Published : Dec 12, 2020, 12:35 PM IST

କୋରାପୁଟ: ଲମତାପୁଟ ଓ ପାଡ଼ୁଆ ପୋଲିସ ୨୨ ଲକ୍ଷ ଟଙ୍କାର ଗଞ୍ଜେଇ ସହ ୩ଟି ଗାଡିକୁ ଜବତ କରିବାରେ ସଫଳ ହୋଇଛନ୍ତି । ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ରଙ୍କ ନେତୃତ୍ବରେ ଦୁଇଟି ଟିମ୍ ଗଠନ କରି ଲମତାପୁଟ ଓ ପାଡ଼ୁଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ପୋଲିସ ରାତ୍ରି ପେଟ୍ରୋଲିଂ କରିଥିଲେ । ଆନ୍ଧ୍ରପ୍ରଦେଶ ସୀମାନ୍ତ ଜଲାପୁଟ ଅଞ୍ଚଳରୁ ଗଞ୍ଜେଇ ଭର୍ତ୍ତି କରି ଜୟପୁର ଯାଉଥିବା ଗୋଟିଏ ବୋଲେରୋ ଗାଡି ଓ ପିକଅପ ଭ୍ୟାନକୁ ଲମତାପୁଟ ପୋଲିସ ଚାଙ୍ଗୁଡ଼ିପଡା ଛକ ନିକଟରେ ଅଟକାଇଥିଲେ ।

ଲମତାପୁଟ ଓ ପାଡ଼ୁଆ ପୁଲିସ ଦ୍ୱାରା ୨୨ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ପୋଲିସ ଗାଡି ଅଟକାଉଥିବା ଦେଖି ଗାଡିକୁ ଛାଡି ୪ ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ପରେ ଲମତାପୁଟ ପୋଲିସ ଅଟକ ବୋଲେରୋ ଓ ପିକଅପ ଭ୍ୟାନ ଗାଡିକୁ ଲମତାପୁଟ ଥାନାକୁ ଆଣିଥିଲେ ଏବଂ ଦୁଇଟି ଗାଡିରୁ 480 କିଲୋ 800 ଗ୍ରାମ ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲେ ।

ଅନ୍ୟପଟେ ପାଡୁଆ ପୋଲିସ ମଧ୍ୟ ରାତ୍ର ପାଟ୍ରୋଲିଂ ସମୟରେ ପାଡ଼ୁଆ ଅଞ୍ଚଳରୁ ଆନ୍ଧ୍ରପ୍ରଦେଶ ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ବଦଲାପୁଟ ଓ ଗୁମାଗୁଡା ରାସ୍ତା ନିଟକଟରେ ଏକ ମିନି ଟ୍ରକକୁ ଅଟକ ରଖିଥିଲେ । ପୋଲିସ ଗାଡି ଅଟକାଉଥିବା ଦେଖି ଡ୍ରାଇଭର ଓ ଅନ୍ୟ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ପରେ ପାଡୁଆ ପୁଲିସ ଜବତ ଗାଡିକୁ ପାଡୁଆ ଥାନକୁ ଆଣିଥିଲେ ଏବଂ ସେଥିରୁ 236 କିଲୋ 800ଗ୍ରାମ ଗଞ୍ଜେଇ ଜବତ କରିଥିଲେ । ଜବତ ଗଞ୍ଜେଇ ଛତିଶଗଡ଼, ବିହାର, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶରେ ଅଞ୍ଚଳକୁ ଚୋରାଚାଲାଣ ହେଉଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଲମତାପୁଟ ଓ ପାଡୁଆ ପୋଲିସ ମୋଟ 717 କେଜି 600 ଗ୍ରାମ ଗଞ୍ଜେଇ ଜବତ କରିଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ସ୍ଥାନୀୟ ଅଞ୍ଚଳରେ 21 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ରହିଥିବା ବେଳେ ବାହାର ବଜାରରେ ପ୍ରାୟ 70ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାଯାଇଛି । ପାଡୁଆ ଓ ଲମତାପୁଟ ପୋଲିସ ଗଞ୍ଜେଇ ଓ ଗାଡିକୁ ଧରିବାରେ ସଫଳ ହୋଇଥିଲେ ମଧ୍ୟ ଅପରାଧୀ ମାନଙ୍କୁ ଧରିବାରେ ବିଫଳ ହୋଇଥିବା ଚିନ୍ତାର ବିଷୟ ସାଜିଛି ।

କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.