ETV Bharat / state

ସରକାରୀ ଛାତ ତଳେ ବିତୁଛି 200 ଜୀବନ

ସରକାରୀ କ୍ବାର୍ଟର ତ ନୁହେଁ, ବରଂ ଜରି ପାଲ ବିଛାଯାଇଥିବା ଝୁମ୍ପୁଡ଼ି ଘର । ବସ୍ତିଠୁ ବି ସ୍ଥିତି ଆହୁରି ଦୟନୀୟ । ଅସ୍ବାସ୍ଥ୍ୟକର ପରିବେଶ ।  ଆଉ ଏଠି ରହିବାର 10 ବର୍ଷ ପରେ ମଧ୍ୟ ବଦଳିପାରିନି ପରିଚୟର ନୂଆ ଠିକଣା । ଏଭଳି ଚିତ୍ର ହେଉଛି କୋରାପୁଟ ଅଞ୍ଚଳର ।

author img

By

Published : Jun 5, 2019, 7:01 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

କୋରାପୁଟ: ସରକାରୀ କ୍ବାର୍ଟର ତ ନୁହେଁ, ବରଂ ଜରି ପାଲ ବିଛାଯାଇଥିବା ଝୁମ୍ପୁଡ଼ି ଘର । ବସ୍ତିଠୁ ବି ସ୍ଥିତି ଆହୁରି ଦୟନୀୟ । ଅସ୍ବାସ୍ଥ୍ୟକର ପରିବେଶ । ଆଉ ଏଠି ରହିବାର 10 ବର୍ଷ ପରେ ମଧ୍ୟ ବଦଳିପାରିନି ପରିଚୟର ନୂଆ ଠିକଣା । ଏ ଚିତ୍ର ହେଉଛି କୋରାପୁଟ ଜିଲ୍ଲା ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟର । ବିତିଯାଇଛି ଗୋଟିଏ ଦଶନ୍ଧି । ସରିଯାଇଛି ଚାଷୀ ମୂଲିଆ ସଂଘ ଆକ୍ରୋଶର ରୋଷ । ହେଲେ ସୁଧୁରିନି ପୋଡ଼ାପଦର ଗ୍ରାମର 40 ବିସ୍ଥାପିତ ପରିବାରଙ୍କ ଅବସ୍ଥା । ରୋଷର ଶିକାର ହୋଇ ଏବେ ନର୍କ ଯନ୍ତ୍ରଣାରେ ସଢୁଛନ୍ତି 40 ବିସ୍ଥାପିତ ପରିବାର । ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ... ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

କାର୍ଯ୍ୟାଳୟର ଏହି ରୂପ ଆଜିର ନୁହେଁ, ଦୀର୍ଘ 10 ବର୍ଷର । ଦୀର୍ଘ 10 ବର୍ଷ ଧରି ପୋଡ଼ାପଦର ଗ୍ରାମର 40 ପରିବାର ଘଟଣାକ୍ରମରେ ପଡ଼ି ଏଠାରେ ଆଶ୍ରୟ ନେଇଥିଲେ । ଏକ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଏଠାରେ ରହି ଆସୁଛନ୍ତି ସତ, ମାତ୍ର ନାଗରିକ ହିସାବରେ ନା ଭୋଟ ଦେଇପାରୁଛନ୍ତି, ନା ପାଇପାରୁଛନ୍ତି ସରକାରୀ ସୁବିଧା ସୁଯୋଗ । ଏପରିକି ସ୍ଥାୟୀ ଠିକଣାର ପରିଚୟ ମଧ୍ୟ ସେମାନଙ୍କ ଭାଗ୍ୟରେ ଜୁଟି ନାହିଁ ।

  • ସରକାରୀ କ୍ବାର୍ଟରରେ ନଗଡାର ଚିତ୍ର !
  • ବ୍ୟବସ୍ଥା ଆଗରେ ବେସାହାରା ମଣିଷ
  • ଅଭିଶାପ ପାଲଟିଛି ପ୍ରଶାସନର ଅନୁକମ୍ପା
  • ଗୋଟିଏ ଘରେ 200 ମଣିଷ
  • ଏ ଦୁଃଖ ଦୀର୍ଘ 10 ବର୍ଷର

2009 ମସିହାର ଘଟଣା । କୋରାପୁଟ ନାରାୟଣପାଟଣା ଚାଷୀ ମୁଲିଆ ଆଦିବାସୀ ସଂଘର ଦୌରାତ୍ମ୍ୟରୁ ସୃଷ୍ଟି ହୋଇଥିଲା ବିବାଦ । ନୀରିହ ଅଣଆଦିବାସୀଙ୍କ ଉପରେ ଆରମ୍ଭ ହୋଇଥିଲା ଆକ୍ରମଣ । ଖୋଦ ପୋଲିସ ପ୍ରଶାସନ ମଧ୍ୟ ଏହାକୁ ରୋକିବାରେ ବିଫଳ ହୋଇଥିଲା । ଶହଶହ ଲୋକ ଭିଟାମାଟି ଛାଡି ଜୀବନ ବିକଳରେ ସହରମୁହାଁ ହୋଇଥିଲେ ।

ଆଉ ସେମାନଙ୍କ ଭିତରେ ଥିଲେ ପୋଡାପଦର ଗାଁର ଏହି 40 ପରିବାର । ଏତେ ଲୋକଙ୍କୁ ଥଇଥାନ କରିବା କୋରାପୁଟ ଜିଲ୍ଲା ପ୍ରଶାସନ ପାଇଁ ମଧ୍ୟ ସହଜ ନଥିଲା । ସେବେଠୁ ଏମାନଙ୍କ ଠିକଣା ପାଲଟି ଯାଇଛି ମୃତ୍ତିକା ସଂରକ୍ଷଣ ବିଭାଗର ଏହି କ୍ବାର୍ଟର ।
ଦୀର୍ଘଦିନ ଧରି ଏମାନେ ସଂଘର୍ଷ ଚଳାଇଛନ୍ତି ଘର ଖଣ୍ଡିଏ ପାଇଁ । ପ୍ରଶାସନ ପାଖରେ ଏମାନେ ଗୁହାରୀ ମଧ୍ୟ କରି ଆସୁଛନ୍ତି । ହେଲେ ଫଳ ଶୂନ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.