ETV Bharat / state

ଲମତାପୁଟରେ 2 ପଜିଟିଭ; 5 ଦିନ ପାଇଁ ମାଛକୁଣ୍ଡ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ - କଣ୍ଟେନମେଣ୍ଟ ଜୋନ

କୋରାପୁଟ ଜିଲ୍ଲାର କୋରୋନା ପାଇଁ ଅପହଞ୍ଚ ବ୍ଲକ ଭାବେ ପରିଗଣିତ ହେଉଥିବା ଲମତାପୁଟ ବ୍ଲକ ର ମାଛକୁଣ୍ଡରେ ସୋମବାର ପାଦ ପକାଇଲା ମହାମାରୀ କୋରୋନା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ 5 ଦିନ ପାଇଁ ମାଛକୁଣ୍ଡକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ଅଧିକ ଖବର ପଢନ୍ତୁ...

ଲମତାପୁଟରେ 2 ପଜିଟିଭ; 5 ଦିନ ପାଇଁ ମାଛକୁଣ୍ଡ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ

author img

By

Published : Jul 13, 2020, 7:18 PM IST

କୋରାପୁଟ: ଜିଲ୍ଲାର କୋରୋନା ପାଇଁ ଅପହଞ୍ଚ ବ୍ଲକ ଭାବେ ପରିଗଣିତ ହେଉଥିବା ଲମତାପୁଟ ବ୍ଲକର ମାଛକୁଣ୍ଡରେ ସୋମବାର ପାଦ ପକାଇଲା ମହାମାରୀ କୋରୋନା । ଜଳବିଦ୍ୟୁତ ଯୋଜନା ଓ ମନୋରମ ଡୁଡୁମା ଜଳପ୍ରପାତ ପାଇଁ ଖ୍ୟାତି ଅର୍ଜନ କରିଥିବା ମାଛକୁଣ୍ଡର ଦୁଇ ଜଣ ବ୍ୟକ୍ତିଙ୍କ ଶରୀରରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି ।

ଲମତାପୁଟରେ 2 ପଜିଟିଭ; 5 ଦିନ ପାଇଁ ମାଛକୁଣ୍ଡ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ

ଖବର ପରେ ମାଛକୁଣ୍ଡ ତହସିଲଦାର ମାନସ ରଞ୍ଜନ ପଟ୍ଟନାୟକ, ଲମତାପୁଟ ବିଡିଓ ସୌମ୍ୟ ରଞ୍ଜନ ମିଶ୍ର, ମାଛକୁଣ୍ଡ ଥାନା ଅଧିକାରୀ କୁମାର ଲାକ୍ରା, ସ୍ବାସ୍ଥ୍ୟ ଅଧିକାରୀ ଦେବାଶିଷ ବେହେରାଙ୍କ ସମେତ ପୋଲିସ ଓ ସ୍ବାସ୍ଥ୍ୟ କର୍ମଚାରୀ ଉପସ୍ଥିତି ରହି ପରିସ୍ଥିତିକୁ ତଦାରଖ କରିଥଲେ ।

ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ 5 ଦିନ ପାଇଁ ମାଛକୁଣ୍ଡକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । କୋରୋନା ସଂକ୍ରମିତ ଏହି ଦୁଇ ଜଣ ବ୍ୟକ୍ତି ବ୍ରହ୍ମପୁର ଅଞ୍ଚଳରୁ ଆସିଥିବାରୁ କାହା କାହା ସହିତ ସେମାନେ ମିଶିଛନ୍ତି ସେ ନେଇ ମଧ୍ୟ ପ୍ରଶାସନିକ ସ୍ତରରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ମାଇକ ମାଧ୍ୟରେ ଲୋକଙ୍କୁ 5 ଦିନ ପାଇଁ ବାହାରକୁ ନବାହାରିବାକୁ ଅନୁରୋଧ କକରାଯାଇଛି । ଏଥିରେ ଜନସାଧାରଣ ଭୟଭିତ ନ ହୋଇ ସାମାଜିକ ଦୂରତା ପାଳନ କରିବା, ମୁହଁରେ ମାସ୍କ ପିନ୍ଧିବା ଓ ସାନିଟାଇଜର ସବୁବେଳେ ବ୍ୟବହାର କରିବା ସହ ଜିଲ୍ଲା ପ୍ରଶାସନଙ୍କ ଆଦେଶକୁ ପାଳନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ଅନ୍ୟ ପଟେ ସ୍ବାସ୍ଥ୍ୟ ବିଭାଗ ମଧ୍ୟ 2ଟି ଦଳ ହୋଇ ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଡାକ୍ତର କହିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.