ETV Bharat / state

ପ୍ରବଳ ବର୍ଷା ପରେ ଗୁମ୍ଫାରେ ନେଇଥିଲେ ଆଶ୍ରୟ, ଅତଡା ଖସି ୨ ମୃତ

author img

By

Published : Aug 18, 2022, 10:25 PM IST

Updated : Aug 18, 2022, 10:41 PM IST

ଗୁପ୍ତେଶ୍ୱର ପଞ୍ଚାୟତ ଶାବେରୀ ନଦୀ କୁଳ ମାଳିପଦର ଜଙ୍ଗଲରେ ଅତଡ଼ା ଖସି ଦୁଇଜଣ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ (2 Killed In Landslide Inside Cave ) । ବର୍ଷାରୁ ବର୍ତ୍ତିବାକୁ ଗୁମ୍ଫାରେ ନେଇଥିଲେ ଆଶ୍ରୟ । ଅଧିକ ପଢ଼ନ୍ତୁ

ଆଶ୍ରୟ ନେଇଥିବା ଗୁମ୍ଫାରେ ଅତଡ଼ା ଖସି ୨ ବ୍ୟକ୍ତିଙ୍କ ମୃତ୍ୟୁ

କୋରାପୁଟ: ବର୍ଷାରୁ ବର୍ତ୍ତିବାକୁ ଗୁମ୍ଫାରେ ନେଇଥିଲେ ଆଶ୍ରୟ । ଅତଡ଼ା ଖସି ଦୁଇଜଣ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ (2 Killed In Landslide Inside Cave) । ଦୁଇଦିନ ପରେ ମିଳିଲା ମୃତଦେହ । କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଗୁପ୍ତେଶ୍ୱର ପଞ୍ଚାୟତ ଶାବେରୀ ନଦୀ କୁଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।

ମୃତକ ହଳଦୀକୁଣ୍ଡ ଗ୍ରାମର ସେଲୁମ ଧାରୁଆ ଓ ତ୍ରିଲୋଚନ ଧାରୁଆ ବୋଲି ଜଣା ପଡ଼ିଛି । ଏହି ଆଦିବାସୀ ଗ୍ରାମର ଅଧିକାଂଶ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପେଟପାଟଣା କଥା ବୁଝନ୍ତି । ଗତ ଅଗଷ୍ଟ ୧୬ ତାରିଖରେ ମଧ୍ୟ ଉଭୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ମାଳିପଦର ଜଙ୍ଗଲକୁ ଯାଇଥିଲେ । ସେହିଦିନ ପ୍ରବଳ ବର୍ଷା ହେବାରୁ ଉଭୟ ସ୍ଥାନୀୟ ଏକ ଗୁମ୍ଫାରେ ଆଶ୍ରୟ ନେଇଥିଲେ ।

ତେବେ ବର୍ଷା ଯୋଗୁଁ ଗୁମ୍ଫାରେ ଅତଡ଼ା ଖସିଥିଲା । ଫଳରେ ଉଭୟ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । ଉଭୟ ଦୁଇଦିନ ଧରି ନଫେରିବାରୁ ପରିବାର ବର୍ଗ ପୋଲିସକୁ ଖବର ଦେଇଥିଲେ । ପୋଲିସ ତଦନ୍ତ କରି ଗୁମ୍ଫା ଭିତରୁ ଉଭୟଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Last Updated : Aug 18, 2022, 10:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.