କୋରାପୁଟ: ବୋରିଗୁମ୍ମା ଜାତୀୟ ରାଜପଥ ନିକଟରେ ସଡ଼କ ଦୁର୍ଘଟଣା । ଶ୍ରମିକଙ୍କୁ ନେଇ ଫେରୁଥିବା ଏକ ଅଟୋ ରିକ୍ସାକୁ ଟ୍ରକ ଚାପିଦେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୦ ଜଣ ଆହତ ହୋଇଛନ୍ତି । ସେଥି ମଧ୍ୟରୁ ୬ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଗତକାଲି (ଶନିବାର) ରାତି ୯ଟା ସମୟରେ ଏକ ଅଟୋରିକ୍ସା କୋରାପୁଟରୁ ବୁଟୁରୁଗୁଡା ଓ ମୁଶାଗୁଡ଼ାକୁ ଯାଉଥିଲା । କୋରାପୁଟ-ବୋରିଗୁମ୍ମା ଜାତୀୟ ରାଜପଥ ନିକଟ ଦୟାନିଧିଗୁଡ଼ା ଗାଁ ନିକଟରେ ବିଶାଖାପାଟଣାକୁ ଯାଉଥିବା ଏକ ଟ୍ରକ ମାଡ଼ିଯାଇଥିଲା । ଫଳରେ ଅଟୋରିକ୍ସାରେ ଥିବା ୧୨ ଜଣ ଯାତ୍ରୀଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିବା ସହ ଟ୍ରକ ଡ୍ରାଇଭରକୁ କାବୁ କରି ଥାନାରେ ଅଟକ ରଖିଛି ।
ଇଟିଭି ଭାରତ, କୋରାପୁଟ