ETV Bharat / state

ଶ୍ମଶାନରେ ବିତୁଛି ଦୁଇ ବନ୍ଧୁଙ୍କ ଜୀବନ - MARATHI

ଲୋକେ ଶ୍ମଶାନକୁ କେବଳ ସ୍ୱର୍ଗକୁ ଯିବାର ମାର୍ଗ ବୋଲି କହୁଥିବାବେଳେ 2 ବନ୍ଧୁଙ୍କ ପାଇଁ ଏହି ଶ୍ମଶାନ ପାଲଟିଛି ସ୍ବର୍ଗ। ଏଭଳି ନିଆରା ଦୃଶ୍ୟ କୋରାପୁଟର ଏକ ଶ୍ମଶାନରେ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା,କୋରାପୁଟ
author img

By

Published : Apr 27, 2019, 9:15 AM IST

କୋରାପୁଟ : ଲୋକେ ଶ୍ମଶାନକୁ କେବଳ ସ୍ୱର୍ଗକୁ ଯିବାର ମାର୍ଗ ବୋଲି କହୁଥିବାବେଳେ 2 ବନ୍ଧୁଙ୍କ ପାଇଁ ଏହି ଶ୍ମଶାନ ପାଲଟିଛି ସ୍ବର୍ଗ । ଏଭଳି ନିଆରା ଦୃଶ୍ୟ କୋରାପୁଟର ଏକ ଶ୍ମଶାନରେ ଦେଖିବାକୁ ମିଳିଛି । ଦୁଇ ବନ୍ଧୁ ଶ୍ମଶାନର ପରିତ୍ୟକ୍ତ ହୋଇ ପଡିରହିଥିବା କବାଟ ବିହୀନ ପ୍ରବେଶ ଦ୍ୱାରରେ ରହିଥାନ୍ତି । ଜଣେ ମୁମ୍ବାଇରୁ ଆସିଥିବା କହୁଥିବାବେଳେ ଆରଜଣକ କାମ ଖୋଜି ଖୋଜି ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲିଗୁମ୍ମା ପଞ୍ଚାୟତର ଗୌଡ଼ଗୁଡା ଗ୍ରାମରୁ କୋରାପୁଟରେ ଆସି ପହଞ୍ଚିଥିବା କୁହନ୍ତି । ଗିର୍ଲିଗୁମ୍ମାରୁ ଆସିଥିବା ବ୍ୟକ୍ତି ଜଣକ ହେଲେ ପ୍ରେମ ସୁନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କୋରାପୁଟ

ଆଗରୁ ଉଭୟ ଉଭୟଙ୍କୁ ଜାଣିନଥିଲେ । କିନ୍ତୁ ବର୍ଷେ ପୂର୍ବେ ପ୍ରେମ ସୁନା କୋରାପୁଟରେ କାମ କିଛି ନ ପାଇ କେଉଁଠି ରହିବ ବୋଲି ଚିନ୍ତା କରୁଥିବାବେଳେ ଶ୍ମଶାନର ପ୍ରବେଶ ଦ୍ୱାରରେ ଜଣେ ରହୁଥିବା ଦେଖିପାରିଥିଲେ । ପ୍ରବେଶ ଦ୍ୱାରରେ ଦୁଇଟି ସିମେଣ୍ଟ ବେଞ୍ଚରୁ ଗୋଟାକରେ ଅଜଣା ବ୍ୟକ୍ତି ରହୁଥିବାବେଳେ ଆର ବେଞ୍ଚଟିକୁ ନୀରବରେ ଅକ୍ତିଆର କରିନେଇଥିଲେ ପ୍ରେମ ସୁନା । ପରେ ମରାଠୀରେ କଥା ହେଉଥିବା ଅପରଚିତ ବ୍ୟକ୍ତି ଜଣେ ମାନସିକ ରୋଗୀ ବୋଲି ଜାଣିବା ପରେ ବି ରହିବାର ଆବଶ୍ୟକତାକୁ ଦେଖି ପ୍ରେମ ସୁନା ସେହି ବ୍ୟକ୍ତି ସହ ରହିବାକୁ ଆରମ୍ଭ କଲେ।

ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନା ହେଲା । ମରାଠୀ କହୁଥିବା ଲୋକଟି ବଜାରକୁ ଯାଇ ଚାଉଳ, ପନିପରିବା ମାଗି ଆଣିଲେ ପ୍ରେମ ସୁନା ତାକୁ ରାନ୍ଧିବାର ଦାୟିତ୍ୱ ନେବା ଆରମ୍ଭ କଲେ । ଗତ ବର୍ଷେ ହେବ ଏହିପରି ଦୁଇ ବନ୍ଧୁ ଏକାଠି ରହି ଆସିଛନ୍ତି । ଏପରିକି ଜଣେ ନଖାଇଲା ପର୍ଯ୍ୟନ୍ତ ଆରଜଣକ ମଧ୍ୟ ଖାଇବା ପାଇଁ ଅପେକ୍ଷା କରିବା ଦେଖାଦେଇଛି । ତେବେ ଶ୍ମଶାନରେ ରହିବା ପାଇଁ ଦୁହିଁକୁ କେବେ ଭୟ ଲାଗିନାହିଁ ବୋଲି ପ୍ରେମ ସୁନା କୁହନ୍ତି ।

ଏଦୁଇ ଜଣଙ୍କ ଅଜବ ବନ୍ଧୁତ୍ୱକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ସ୍ଥାନୀୟ ଲୋକେ । ତେବେ ଶ୍ମଶାନ ଯେ ଅଜଣାବନ୍ଧୁଙ୍କ ପାଇଁ ନିର୍ଭୟ ଆଶ୍ରୟ ଦେଇଛି ତାହାହିଁ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଏମାନଙ୍କ ଜୀବନ କେଉଁଆଡ଼େ ଯେ ଗତି କରିବ, ତାହା କେବଳ ସମୟହିଁ କହିବ ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

Intro:Body:

SxSD

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.