ETV Bharat / state

ପରିବେଶ ଓ ଆଦିବାସୀ ବିଷୟବସ୍ତୁକୁ ନେଇ ଅଧିବେଶନ - କୋରାପୁଟରେ ପରିବେଶ କଂଗ୍ରେସର ତିନିଦିନିଆ ଅଧିବେଶନ

କୋରାପୁଟରେ ପରିବେଶ କଂଗ୍ରେସର ତିନିଦିନିଆ ଅଧିବେଶନର ଶୁଭାରମ୍ଭ । ପରିବେଶ ଓ ଆଦିବାସୀ ବିଷୟବସ୍ତୁକୁ ନେଇ ଚାଲିଛି ଆଲୋଚନା । ଅଧିକ ପଢ଼ନ୍ତୁ

ପରିବେଶ ଓ ଆଦିବାସୀ ବିଷୟବସ୍ତୁକୁ ନେଇ କର୍ମଶାଳା
environment and tribes program
author img

By

Published : Dec 21, 2022, 10:39 PM IST

environment and tribes program

କୋରାପୁଟ : ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିସରରେ ତ୍ରୟୋଦଶ ପରିବେଶ କଂଗ୍ରେସର ତିନିଦିନିଆ ଅଧିବେଶନର ଶୁଭାରମ୍ଭ ହୋଇଯାଇଛି । ପରିବେଶ ଓ ଆଦିବାସୀ ବିଷୟବସ୍ତୁକୁ ନେଇ ଏହି କର୍ମଶାଳା ଆୟୋଜିତ ହୋଇଥିଲା । ଅଧିବେଶନରେ ଗବେଷକ, ପରିବେଶବିତ, ସାମାଜିକ କର୍ମୀମାନେ ଉପସ୍ଥିତ ରହି ପରିବେଶ ଓ ତାସହ ଆଦିବାସୀର ସମ୍ପର୍କ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

ଏହି ସମାବେଶର କନଭେନର ତଥା ପରିବେଶ କଂଗ୍ରେସର କାର୍ଯ୍ୟକାରୀ ସମ୍ପାଦକ ପ୍ରଫେସର ଶରତ କୁମାର ପାଲିତା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପରିବେଶ କଂଗ୍ରେସର କାର୍ଯ୍ୟକାରୀ ସମ୍ପାଦକ ସୁଦର୍ଶନ ଦାଶ ପରିବେଶ କଂଗ୍ରେସର ୧୩ବର୍ଷର କାର୍ଯ୍ୟଶୈଳୀ ସମ୍ପର୍କରେ ସୂଚନା ଦେଇଥିଲେ । ପରିବେଶ ସମ୍ବନ୍ଧରେ ସଚେତନତା ବଢ଼ାଇବା ଏବଂ ପରିବେଶ ଉପରେ ଗବେଷଣା କରି କିପରି ପରିବେଶକୁ ସୁରକ୍ଷା ଯୋଗାଇ ହେବ ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ଆଦିବାସୀମାନଙ୍କ ପାରମ୍ପରିକ ଚଳଣୀକୁ ଆଖି ଆଗରେ ରଖି ସେମାନଙ୍କର ପରିବେଶକୁ କିପରି ସୁରକ୍ଷା ଦେଇ ହେବ ଏବଂ ଆଦିବାସୀମାନଙ୍କର ସାମାଜିକ ପ୍ରଗତି ବୃଦ୍ଧି ପାଇବ ତାହା ପରିବେଶ କଂଗ୍ରେସର ମୂଳଲକ୍ଷ୍ୟ ବୋଲି ସେ କହିଛନ୍ତି । କୋରାପୁଟ ହେଉଛି ପରିବେଶ ସନ୍ତୁଳନ ପାଇଁ ଗବେଷଣାଗାର, ଏଠାକାର ପାହାଡ, ଜଙ୍ଗଲ, ଚାଷ ଆଦି ଆଦିବାସୀମାନଙ୍କର କଥା କହିଥାଏ ।

ବର୍ତ୍ତମାନ ସେହି ପରିବେଶ ଏବେ ପ୍ରଭାବିତ ହେଉଛି କିନ୍ତୁ ସେଥିପାଇଁ ଆଦିବାସୀମାନେ ଦାୟୀ ନୁହଁନ୍ତି । ତେଣୁ ସେମାନଙ୍କର ପରିବେଶକୁ କିପରି ସୁରକ୍ଷା ଦିଆଯିବ ତାହା ଉପରେ କାର୍ଯ୍ୟ ଜାରି ରହିବ । ପରିବେଶ ପ୍ରଦ୍ୟୁଷଣ ରୋକାଗଲେ ସେମାନଙ୍କର ଆର୍ଥିକ ପ୍ରଗତି ହୋଇପାରିବ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପରିବେଶ କଂଗ୍ରେସର କୋ ଚେୟାରମ୍ୟାନ ଅରବିନ୍ଦ ବେହେରା, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ ଭିସି ପ୍ରଫେସର କମଳାକାନ୍ତ ମିଶ୍ର, କେରଳ ସିଇଡିର ଡାଇରେକ୍ଟର ଡକ୍ଟର ବାବୁ ଅମ୍ବାତ, କୁନ୍ଦୁରା ମିଲେଟର ରାଇମତି ଘିଉରିଆ, ମାଲକାନଗିରି ବଣ୍ଡା ସମ୍ପ୍ରଦାୟର ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ନାୟକ ଓ ରାୟଗଡା ଝୋଡି଼ଆ ଓ ପରଜା ସଂପ୍ରଦାୟର ସୁମନି ଝୋଡିଆ ଏବଂ ପରିବେଶ କଂଗ୍ରେସର ସମ୍ପାଦକ ଭୃଗୁ ବକ୍ସିପାତ୍ର ସମେତ ଭାରତ ବର୍ଷର ବିଶିଷ୍ଟ ବୈଜ୍ଞାନିକ, ପରିବେଶବିତ ଯୋଗଦେଇଥିଲେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.