କୋରାପୁଟ: ଜୟପୁର ବୈପାରିଗୁଡା ରାସ୍ତାରୁ ଗଞ୍ଜେଇ ଭର୍ତ୍ତି ଏକ ମାରୁତି କାର ଜବତ ହୋଇଛି । ଗାଡିଟି ପାତ୍ରପୁଟ ବ୍ରିଜ ନିକଟରେ ଲମତାପୁଟ ଆଡୁ ଆସୁଥିବା ବେଳେ ଚେକିଂ ସମୟରେ ଏହାକୁ ଅଟକାଇଥିଲା ପୋଲିସ । ସେଥିମଧ୍ୟରୁ 22ଟି ପ୍ୟାକେଟରେ ଭରି ହୋଇଥିବା 113 କେଜି ଗଞ୍ଜେଇ ଜବତ ହୋଇଛି।
କାର ମଧ୍ୟରୁ ଆସାମର ଜଣେ ମହିଳାଙ୍କ ସମେତ ଆସାମ ଓ ବିହାରର ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏନେଇ ଜୟପୁର ସଦର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ