ETV Bharat / state

କୋରାପୁଟରୁ ୧୦୦ ଟନ୍ ପଣସ ଚିପ୍ସ ଜାତୀୟ ବଜାରକୁ ଯିବ - କୋରାପୁଟ ରୁ ୧୦୦ ଟନ୍ ପଣସ ଚିପ୍ସ ଜାତୀୟ ବଜାରକୁ ଯିବ

ଆସନ୍ତା ବର୍ଷ କୋରାପୁଟରୁ ୧୦୦ ଟନ୍ ପଣସ ଚିପ୍ସ ଜାତୀୟ ବଜାରକୁ ଯିବ । ଏହି ସୂଚନା ଦେଇଛନ୍ତି ଅରମାସର କୋରାପୁଟ ଜିଲ୍ଲା ଅଧିକାରୀ ରୋଶନ କାର୍ତିକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Sep 25, 2019, 5:43 AM IST

Updated : Sep 25, 2019, 6:45 AM IST

କୋରାପୁଟ: ଆସନ୍ତା ବର୍ଷ କୋରାପୁଟ ରୁ ୧୦୦ ଟନ୍ ପଣସ ଚିପ୍ସ ଜାତୀୟ ବଜାରକୁ ଯିବ । ଏନେଇ ସୂଚନା ଦେଇଛନ୍ତି ଅରମାସର କୋରାପୁଟ ଜିଲ୍ଲା ଅଧିକାରୀ ରୋଶନ କାର୍ତିକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଚଳିତ ବର୍ଷ ଖରାଦିନେ କୋରାପୁଟ ଜିଲ୍ଲାର ୭ ଟି ବ୍ଲକରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ତଥା ମହିଳା ଗୋଷ୍ଠୀ ମାଧ୍ୟମରେ ପ୍ରାୟ ୧୦୦୦ ମହିଳାଙ୍କୁ ପଣସ ଚିପ୍ସ ତିଆରି କରିବା ପ୍ରକ୍ରିୟାରେ ଯୋଡିବାରେ ସକ୍ଷମ ହୋଇଥିଲା ଅରମାସ । ଏହି ଚିପ୍ସର ଆଦର ସ୍ଥାନୀୟ ବଜାରରେ ବହୁମାତ୍ରାରେ ଆଦୃତ ହେବା ସହିତ ଭୁବନେଶ୍ବର ଓ ଦିଲ୍ଲୀ ବଜାରରେ ମଧ୍ୟ ଲୋକଙ୍କ ଆଦର ଲାଭ କରିଛି । ତେବେ ବିଶେଷ ଭାବେ ଟିଡିସିସି ଓ ବିଗ ବଜାର ଭଳି ସଂସ୍ଥା କୋରାପୁଟରୁ ବାହାରୁଥିବା ଏହି ଚିପ୍ସ କିଣିବା ପାଇଁ ଆଗ୍ରହ ଦେଖାଇବା ଫଳରେ ଆସନ୍ତା ବର୍ଷ କେବଳ ଏହି ଦୁଇ ସଂସ୍ଥା ୧୦୦ ମେଟ୍ରିକ ଟନ ଚିପ୍ସର ବରାଦ କରିସାରିଥିବା ଶ୍ରୀ କାର୍ତିକ ସୂଚନା ପ୍ରଦାନ କରିଛନ୍ତି ।

ତେବେ ଦିଲ୍ଲୀ ସ୍ଥିତ ନାଫେଡ ମାଧ୍ୟମରେ ମଧ୍ୟ ଏହାର ବଜାର କରିବା ପାଇଁ କଥାବାର୍ତ୍ତା ଚାଲିଥିବା ଯୋଗୁଁ ଆସନ୍ତା ବର୍ଷର ଆବଶ୍ୟକତା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେଣୁ ଜିଲ୍ଲା ପ୍ରଶାସନ ଓ ଅରମାସ ଦ୍ବାରା ଜିଲ୍ଲାର ପଣସ ବହୁଳ ଅଞ୍ଚଳ ଗୁଡିକରେ ସଚେତନତା ସୃଷ୍ଟି କରାଯାଉଥିବା ସେ ଜଣାଇଛନ୍ତି ।

କୋରାପୁଟରୁ ଶିଏଚ ଶାନ୍ତାକାର, ଇଟିଭି ଭାରତ

Intro:Body:

fgh

Conclusion:
Last Updated : Sep 25, 2019, 6:45 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.