ETV Bharat / state

ଯୁବ ରେଡକ୍ରସର କାର୍ଯ୍ୟକାରିଣୀ ବୈଠକ, ସରକାରୀ ସହାୟତା 50 ଲକ୍ଷ ବୃଦ୍ଧି

author img

By ETV Bharat Odisha Team

Published : Sep 8, 2023, 8:40 AM IST

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଯୁବ ରେଡକ୍ରସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ

Etv Bharat
Etv Bharat
Youth Red Cross

ଭୁବନେଶ୍ବର: ରାଜଧାନୀରେ ଅନୁଷ୍ଠିତ ହୋଇଯାଇଛି ଯୁବ ରେଡକ୍ରସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରେଡକ୍ରସକୁ ସରକାରୀ ସହାୟତା ରାଶି 50 ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି । ଏଥିସହ ରେଡକ୍ରସ୍‌ ସଦସ୍ୟମାନଙ୍କ ଯାତାୟତ ଖର୍ଚ୍ଚ 3 ଲକ୍ଷ 60 ହଜାର ଟଙ୍କା ଓ ସମୁଦାୟ ରେଡକ୍ରସ୍‌ ପୁରସ୍କାର ସଂଖ୍ୟା ୩୩କୁ ବୃଦ୍ଧି କରାଯିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି ।

ଏହା ମଧ୍ୟ ପଢନ୍ତୁ-୩୩୪ ମହାବିଦ୍ୟାଳୟରେ ନାହିଁ ଯୁବ ରେଡକ୍ରସ ୟୁନିଟ, କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ରେଡକ୍ରସ ଦ୍ବାରା ଆୟୋଜିତହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଯେପରିକି ବୃକ୍ଷରୋପଣ, ସଡ଼କ ସୁରକ୍ଷା ସଚେତନତା, ଏଚ୍‌ଆଇଭି (ଏଡ୍‌ସ) ସଚେତନତା, ରକ୍ତଦାନ, ଲିଙ୍ଗଗତ ସମାନତା, ମହିଳା ସଶକ୍ତିକରଣକୁ ଆହୁରି ଜୋରସୋରରେ ଆଗେଇ ନେବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପରାମର୍ଶ ଦେଇଥିଲେ। ବିଶେଷ ଭାବରେ ମାଲକାନଗିରି, କୋରାପୁଟ, ରାୟଗଡ଼ା ଆଦି ଅଣଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ରକ୍ତଦାନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ଅନ୍ୟ କାର୍ଯ୍ୟକ୍ରମ ଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ବୈଠକରେ କୁହାଯାଇଛି। ଏହି ଅବସରରେ ବାହାନଗା ରେଳ ଦୁର୍ଘଟଣା ସମୟରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ୪୦୦ରୁ ଉର୍ଦ୍ଧ୍ବ ରେଡକ୍ରସ୍‌ ସ୍ଵେଚ୍ଛାସେବୀ ମାନଙ୍କୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଶଂସା କରିଥିଲେ ।

ରାଜ୍ୟରେ ଅନେକ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଉଛି । ବିଶେଷ କରି ଗ୍ରୀଷ୍ମ ଦିନରେ ରକ୍ତର ଅଭାବ ଅଧିକ ପରିଲଖିତ ହେଉଛି । ଥାଲାସେମିଆ, କର୍କଟ, ବୋନ ମ୍ୟାରୋ, ସାଧାରଣ ତଥା ଜଟିଳ ଅପରେସନ ସାଙ୍ଗକୁ ଦୁର୍ଘଟଣା ପାଇଁ ରକ୍ତର ଆବଶ୍ୟକତା ହୋଇଥାଏ। ଅନେକ ସମୟରେ ରକ୍ତର ଅଭାବ ଯୋଗୁଁ କିଏ ଘଣ୍ଟା ଘଣ୍ଟାତ ଆଉ କିଏ ଦିନ ଦିନ ଅପେକ୍ଷା କରିଥାଏ । ତେଣୁ ରାଜ୍ୟରେ ରକ୍ତ ଦାନ ଶିବିର ଅଧିକରୁ ଅଧିକ ଆୟୋଜନ କରିବାର ଆବଶ୍ୟକତା ରହିଛି । ଏନେଇ ମଧ୍ୟ ଅନେକ ସଂସ୍ଥା ସମେତ ରେଡକ୍ରସ ମଧ୍ୟ ରକ୍ତ ଅଭାବକୁ ଦୂର କରିବା ପାଇଁ ପ୍ରଚେଷ୍ଟା କରିଆସୁଛି ।

ତେବେ ଆଗକୁ ରାଜ୍ୟର 334ଟି ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ୟୁନିଟ୍ ଖୋଲାଯିବ । ଶିକ୍ଷାନୁଷ୍ଠାନରେ ଯୁବ ରେଡ୍‌କ୍ରସ ୟୁନିଟ୍ ଖୋଲିବା ସହ କାର୍ଯ୍ୟକ୍ଷମ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଏକ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି । ଯୁବ ରେଡକ୍ରସ ୟୁନିଟ, ରାଜ୍ୟ ଶାଖା ପକ୍ଷରୁ କାଉସେଲରଙ୍କ ଦକ୍ଷତା ବୃଦ୍ଧି ସହ ତାଲିମ ପ୍ରଦାନ କରାଯିବ । ଜଣେ କାଉନସେଲରଙ୍କ କାର୍ଯ୍ୟକାଳ ସର୍ବନିମ୍ନ 3 ବର୍ଷ ଏବଂ ସର୍ବାଧିକ 5 ବର୍ଷ ରହିବ । ପ୍ରତ୍ୟେକ ୟୁନିଟରେ ସର୍ବନିମ୍ନ 50 ଛାତ୍ରଛାତ୍ରୀ ସ୍ବେଚ୍ଛାସେବୀ ଭାବେ ପଞ୍ଜିକୃତ ହେବେ । ମାସକୁ ଅତିକମରେ ଥରେ ସ୍ବାସ୍ଥ୍ୟ, ସେବ‌ା ଏବଂ ବନ୍ଧୁତ୍ବର ପ୍ରୋତ୍ସାହନ ପାଇଁ ନିୟୋଜିତ ହେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.