ଖୋର୍ଦ୍ଧା: ଜଙ୍କିଆ ଥାନା ମୋଟା ଗ୍ରାମରେ ଯୁବକଙ୍କୁ ନିର୍ମମ ହତ୍ୟା । ଘର ଛାତ ଉପରେ ଶୋଇଥିବା ବେଳେ ହାଣିଦେଲେ ଦୁର୍ବୃତ୍ତ । ମୃତ ଯୁବକ ଜଣକ ହେଲେ ରଘୁନାଥ ମହାରଣା । ତେବେ କେଉଁ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ଏନେଇ ସ୍ପଷ୍ଟ ହୋଇନି । ଘଟଣାର ତଦନ୍ତ କରୁଛି ପୋଲିସ ।
ସୂଚନାନୁସାରେ, ଆଜି ଭୋରରୁ କେହି ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି । କେଉଁ କାରଣରୁ ଯୁବକଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କରାଯାଇଛି ତାହାର ସୁରାକ ଏଯାଏଁ ପାଇପାରିନି ପୋଲିସ । ଏହି ହତ୍ୟାକାଣ୍ଡ ପରିବାରର କେହି ସଦସ୍ୟ ଘଟାଇଛନ୍ତି କି ବାହାରୁ କେହି ଦୁର୍ବୃତ୍ତ ଆସି ଘଟାଇଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି । ଏହାସହ ଖୁବଶୀଘ୍ର ହତ୍ୟାକାରୀକୁ ଗିରଫ କରାଯିବ ଏବଂ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।
ଇଟିଭି ଭାରତ, ଖୋର୍ଦ୍ଧା