ETV Bharat / state

ବାରରେ ଯୁବତୀଙ୍କୁ ଅସଦାଚରଣ ! ଅଡୁଆରେ ପୋଲିସ ଓ ଅବକାରୀ ବିଭାଗ

author img

By

Published : Jul 23, 2023, 10:48 PM IST

Updated : Jul 24, 2023, 9:37 AM IST

ଭୁବନେଶ୍ବର ସ୍ଥିତ ଏକ ବାରରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ବାରମ୍ବାର ଅଭିଯୋଗ ପରେ ବି ଠୋସ ପଦକ୍ଷେପ ନନେବା ଅବକାରୀ ବିଭାଗ ଓ ପୋଲିସର ଭୂମିକାକୁ ସନ୍ଦେହ ଘେରକୁ ନେଇଛି ।

ବାରରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ
ବାରରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ଭୁବନେଶ୍ବର: ବାରରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ଯାହାକୁ ନେଇ ଅଡୁଆରେ ପଡିଛି ଅବକାରୀ ଓ ପୋଲିସ । ଭୁବନେଶ୍ୱର ଇନଫୋସିଟି ଥାନାରେ ଏନେଇ ଲିଖିତ ଅଭିଯୋଗ ହୋଇଛି । ରାଜ୍ୟରେ ମହିଳା ସୁରକ୍ଷା ନେଇ ଅନେକ ନିୟମ ରହିଥିଲେ ବି ବାର୍ ଭିତରେ ଜଣେ ଯୁବତୀକୁ ଅସଦାଚରଣ ନେଇ ପ୍ରଶ୍ନ ଉଠିଛି । ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ଜଣେ ଯୁବତୀ ଇନଫୋସିଟି ଥାନା ଅଧୀନରେ ଥିବା ଆଙ୍ଗନ ବାର ବିରୋଧରେ ଦେଇଛନ୍ତି ଅଭିଯୋଗ । ତାଙ୍କ ସହ ଅସଦାଚରଣ ଓ ଦୁର୍ବ୍ୟବହାର ସହ ଗାଳିଗୁଲଜ କରାଯାଇଥିବା ନେଇ ସେ ଅଭିଯୋଗ ଆଣିଛନ୍ତି । ଏହାସହ ତାଙ୍କ ସହ ଥିବା ବନ୍ଧୁଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ଅଭିଯୋଗ କରିଛନ୍ତି ଯୁବତୀ।

ଅଭିଯୋଗ ପରେ ବାରକୁ ନେଇ ବର୍ତ୍ତମାନ ଅଡୁଆରେ ପଡୁିଛନ୍ତି ପୋଲିସ ଓ ଅବକାରୀ ବିଭାଗ । ସରକାରୀ ଅନୁମତି ପାଇ ବାର ଚଲାଉଛନ୍ତି ବାର ମାଲିକ । ଏଥିପାଇଁ ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗର ନିୟମ ଅନୁସାରେ ଅନୁମତି ପତ୍ର ଦିଆଯାଉଛି । ହେଲେ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିବା ଏହି ବାର୍ ଏବେ ଲୋକଙ୍କ ପାଇଁ ସାଜିଛନ୍ତି ଘାତକ । ବେପାର ଆଳରେ ସବୁ ସୀମା ଉଲଙ୍ଘନ କରି ବାର କର୍ତ୍ତୃପକ୍ଷ ଆତଙ୍କରାଜ ଚଳାଇଥିବା ଅଭିଯୋଗ ହୋଇଛି । କେତେବେଳେ ବାର ସାମ୍ନାରେ ଗଣ୍ଡଗୋଳ ତ କେତେବେଳେ ବାର ଭିତରେ ଅସଦାଚରଣ ଭଳି ଅଭିଯୋଗ ଆସୁଛି । ଏପରିକି ବାର ଚେକିଂ ବେଳେ ଚେକିଂ ସ୍କ୍ବାଡ୍‌ଙ୍କୁ ମଧ୍ୟ ଲିଫ୍ଟ ଭିତରେ ବନ୍ଧକ ରଖାଯାଇଥିବା ନଜିର ରହିଛି । ଏଭଳି ଅନେକ ଘଟଣା ସାମ୍ନାକୁ ଆସୁଥିବା ସତ୍ତ୍ବେ ବାରକୁ ନେଇ କାହିଁକି କାର୍ଯାନୁଷ୍ଠାନ ନେବାରେ ପୋଲିସ ପହଘୁଞ୍ଚା ଦେବା ଏକ ପ୍ରକାର ସନ୍ଦେହ ସୃଷ୍ଟି କରିଛି ।

ଏହା ମଧ୍ୟ ପଢନ୍ତୁ...ବିଳମ୍ବିତ ରାତ୍ରି ଯାଏଁ ଚାଲୁଛି ବାର୍, ରାତି ଅଧିଆ ରେଡ କଲା ପୋଲିସ୍

ଭୁବନେଶ୍ବରର ଅନେକ ବାରରେ ଏପରି ଅଭିଯୋଗ ଆସିବା ସତ୍ତ୍ବେ ବାର ପରିଚାଳନା ଉପରେ ନଜର ରଖିବା ଦାୟିତ୍ବରେ ଥିବା ପୋଲିସ ଓ ଅବକାରୀ ବିଭାଗର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି । ସବୁଠୁ ବଡ଼ କଥା ହେଉଛି ପୋଲିସ ରାତି ୧୦ଟା ୩୦ପର୍ଯ୍ୟନ୍ତ ବାରକୁ ମ୍ୟୁଜିକ ଲାଇସେନ୍ସ ଦେଉଥିବାବେଳେ ରାତି ୧୨ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ଅବକାରୀ ବିଭାଗର ନିୟମ ରହିଛି । ଏଥିସହ ଲେଟ୍ ଆଓ୍ବାର ପେମେଣ୍ଟ ଦେଇ ଆହୁରି ଦେଢ଼ ଘଣ୍ଟା ଅର୍ଥାତ ରାତି ୧ଟା ୩୦ପର୍ଯ୍ୟନ୍ତ ବାର ଚାଲିବାକୁ ଅନୁମତି ଦେଉଛି ଅବକାରୀ ବିଭାଗ । ଏସବୁ ଭିତରେ ପୋଲିସର ଅନୁମତି ଓ ଅବକାରୀ ଅନୁମତିର ତାଳମେଳ ନଥିବା ଯୋଗୁଁ ବାର ଚାଲିବା ସମୟରେ ପରିସ୍ଥିତି ଅଣାୟତ ହେଉଥିବା କୁହାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 24, 2023, 9:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.