ETV Bharat / state

ନିଶା ନିବାରଣ କେନ୍ଦ୍ରରୁ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସହ୍ୟ ଚାପ ନା ମାନସିକ ରୋଗ ?

author img

By

Published : Jul 4, 2023, 8:39 AM IST

ପୁଣି ନିଶା ନିବାରଣ କେନ୍ଦ୍ରରୁ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତ୍ୟୁ ପଛରେ କଣ ରହିଛି କାରଣ। ଅଧିକ ପଢନ୍ତୁ

man found dead at de addiction center
man found dead at de addiction center
man found dead at de addiction center

ଭୁବନେଶ୍ବର: ଯାଇଥିଲେ ନିଶାରୁ ନିବୃତ୍ତ ହେବାକୁ, କିନ୍ତୁ ଚାଲିଗଲା ଜୀବନ । ରାଜଧାନୀରେ ପୁଣି ଥରେ ନିଶା ନିବାରଣ କେନ୍ଦ୍ରରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଇନଫୋସିଟି ଥାନା ନନ୍ଦନବିହାରରେ ଥିବା କୋଶିଷ ନିଶା ନିବାରଣ କେନ୍ଦ୍ରରୁ ଜବତ ହୋଇଛି ମୃତଦେହ । ମୃତକ ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡା ରାଜକନିକାର ସୌମ୍ୟ ରଞ୍ଜନ ସାହୁ । ମୃତଦେହକୁ ପୋଲିସ ଉଦ୍ଧାର ପରେ ପୋଷ୍ଟମର୍ଟମ ପାଇଁ ପଠାଇଛି ।

ପୋଲିସର କହିବା ଅନୁସାରେ ମୃତକଙ୍କ ପରିବାର ଲୋକେ କହିଛନ୍ତି, ପୂର୍ବରୁ ଥରେ ସୌମ୍ୟ ରଞ୍ଜନ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏବେ ମଧ୍ୟ ନିଶା ନିବାରଣ କେନ୍ଦ୍ରରେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ କହିଛନ୍ତି । ଏନେଇ ନିଶା ନିବାରଣ କେନ୍ଦ୍ର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ‌ ପୋଲିସ ତଦନ୍ତ ବେଳେ ଏକ ସିସିଟିଭି ଫୁଟେଜ ଜବତ କରିଛି । ଯେଉଁଥିରେ ସୌମ୍ୟ ରଞ୍ଜନ ଆତ୍ମହତ୍ୟା କରିଥିବା ପୋଲିସ ବି କହିଛି ।

ତେବେ କାହିଁକି ନିଶା ନିବାରଣ କେନ୍ଦ୍ରରୁ ଏପରି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ନିଶା ଛଡାଇବା ପାଇଁ ନିଶା ନିବାରଣ କେନ୍ଦ୍ରର ଚାପ ଅସହ୍ୟ ହେଉଛି କି ? ନା ନିଶା ନିବାରଣ କେନ୍ଦ୍ରର ଅତ୍ୟାଚାର ଅତିଷ୍ଠ ହୋଇ ଏପରି ପଦକ୍ଷେପ ନେଉଛନ୍ତି ଅନ୍ତୋବାସୀ। ନିଶାର କାୟା ଗ୍ରସ୍ତ ହୋଇଥିବା ଯୁବପିଢିଙ୍କୁ ନିଶା ନ ମିଳିବା ମାନସିକ ସ୍ତରରେ ଦୁର୍ବଳ କରୁଛି କି ? ଯେଉଁଥି ପାଇଁ ଏପରି ପନ୍ଥା ଆପଣାଉଛନ୍ତି ଅନ୍ତେବାସୀ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ-ନିଶା ନିବାରଣ କେନ୍ଦ୍ରରେ ଚାଲିଗଲା ଜୀବନ, ହତ୍ୟା ଅଭିଯୋଗ ଆଣିଲେ ପରିବାର ବର୍ଗ

ଗତ ମେ' 9ତାରିଖରେ ଭରତପୁର ଥାନା ଉମିଦ ଫାଉଣ୍ଡେସନର ନିଶା ନିବାରଣ କେନ୍ଦ୍ରରୁ ଅରୁଣ କୁମାର‌ ନାମକ ଯୁବକଙ୍କ ମୃତଦେହ ଜବତ ହୋଇଥିଲା । ସେହିପରି ଫେବୃଆରୀ 1ରେ ମଞ୍ଚେଶ୍ବର ଭୋଟପଡା ସାଇ କୃପାର ନିଶା ନିବାରଣ କେନ୍ଦ୍ର୍ରରୁ ତିନିଜଣଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ। ସର୍ବେଶ୍ଵର ବେହେରା ନାମକ ବ୍ୟକ୍ତିଙ୍କୁ ଗତ ବର୍ଷ ଡିସେମ୍ବର 27 ତାରିଖରେ ପିଟିପିଟି ହତ୍ୟା କରାଯାଇଥିଲା ।

ସେହିପରି ଗତବର୍ଷ ନଭେମ୍ବର ୧ତାରିଖରେ ଖଣ୍ଡଗିରି କୋଳଥିଆ ହାଉସି ବୋର୍ଡ ଏମ ଆଇଜି 82 ରେ ଥିବା ନିଶ୍ଠା ନିଶା ନିବାରଣ କେନ୍ଦ୍ରର ଅନ୍ତେବାସୀ ରାଜୀବ ଶ୍ରିଚନ୍ଦନଙ୍କ ମୃତ୍ୟକୁ ନେଇ ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ରେ ଦେଖାଦେଇଥିଲା ଉତ୍ତେଜନା। ମାଡ଼ ମାରି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ତାଙ୍କ ସମ୍ପର୍କୀୟ । ସେହିପରି 17 ସେପ୍ଟେମ୍ବର 2022ରେ ଇନଫୋଭ୍ୟାଲି ଥାନା ଜାଆଁଳାର ପାଟଣା ସାହି ଲକ୍ଷ୍ୟ ଫାଉଣ୍ଡେସନସ ଦ୍ବାରା ପରିଚାଳିତ ନିଶା ନିବାରଣ କେନ୍ଦ୍ରରେ ଜଣ ବ୍ୟକ୍ତିଙ୍କୁ ମାଡ଼ ମାରୁଥିବାର ଚିତ୍ର ସାମ୍ନାକୁ ଆସିଥିଲା । ସେତେବେଳେ ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ନିଶା ନିବାରଣ କେନ୍ଦ୍ରର ନିର୍ଯାତନା ଘଟଣା । ଏନେଇ ପୋଲିସ କିଛି କର୍ମଚାରୀଙ୍କୁ ପଚରାଉଚରା କରିବା ସହ କିଛି କର୍ମଚାରୀଙ୍କୁ ଅଟକ ରଖି ପରେ ତାଗିଦ କରି ଛାଡି ଦେଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.