ETV Bharat / state

ସ୍ମୃତିରେ 2023: ବର୍ଷ ସାରା ଚର୍ଚ୍ଚାରେ ଥିଲା ଓଲିଉଡ଼, ବାଦ ବିବାଦରେ ଘେରି ରହିଥିଲେ ସେଲିବ୍ରିଟି - ଅନୁଭବ ବର୍ଷା

Ollywood Controversy in 2023: ଚଳିତ ବର୍ଷ ଚର୍ଚ୍ଚାରେ ରହିଥିଲା ଓଲିଉଡ ବିବାଦ । ଓଡ଼ିଆ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଫିଲ୍ମ ପର୍ଯ୍ୟନ୍ତ ବିବାଦରେ ଛନ୍ଦି ହୋଇଥିଲା । କିଏ ବ୍ୟକ୍ତିଗତ ଆକ୍ରୋଶକୁ ବୃତ୍ତିଗତ ଜୀବନରେ ଆକ୍ଷେପ କରିଥିଲେ ତ ଆଉ କିଏ ନିଜ ପାରିବାରିକ ସମସ୍ୟା ନେଇ ବିବାଦରେ ଘେରି ରହିଥିଲେ । ଆରୋପ ପ୍ରତ୍ୟାରୋପରେ ଇଣ୍ଡଷ୍ଟ୍ରିରେ ଲାଗି ରହିଥିଲା ବିବାଦ । ତେବେ ନଜର ପକାନ୍ତୁ, ଓଲିଉଡ ବିବାଦକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା...

୨୩ ଚର୍ଚ୍ଚାରେ ଓଲିଉଡ ବିବାଦ, ବାଦ ବିବାଦରେ ଘେରି ରହିଥିଲେ ସେଲିବ୍ରିଟି

author img

By ETV Bharat Odisha Team

Published : Dec 30, 2023, 12:46 PM IST

ଭୁବନେଶ୍ବର: ଦିନକ ପରେ ଅଲବିଦା ନେବ ୨୦୨୩ ଏବଂ ସମସ୍ତେ ନୂଆବର୍ଷ ୨୦୨୪କୁ ସ୍ବାଗତ କରିବେ । ଯାହାକୁ ନେଇ ବର୍ତ୍ତମାନ ସମସ୍ତେ ବେଶ ଉତ୍ସାହିତ । ତେବେ ୨୦୨୩ ସବୁ ଲୋକଙ୍କ ପାଇଁ କିଛି ଭଲ ଓ ମନ୍ଦ ସମୟର ଛାପ ଛାଡି ଯାଉଥିବା ବେଳେ ଓଲିଉଡ ପାଇଁ ଏହା ଥିଲା ବିବାଦୀୟ ବର୍ଷ । ବର୍ଷ ତମାମ ଖବର ଶିରୋନାମାରେ ରହିଥିଲେ ଅନେକ ଓଲିଉଡ ସେଲିବ୍ରିଟି । ତାହା ଅନୁଭବ ମହାନ୍ତି-ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ହେଉ କି ଅରିନ୍ଦମ ରୟଙ୍କ ଫିଲ୍ମ 'ରାମ' ନ ଚାଲିବା ନେଇ ମନୋଜ ମିଶ୍ରଙ୍କ ବ୍ୟାନ ଘଟଣା । ଏପରିକି କିଛି ଫିଲ୍ମ ଏବଂ ଓଲିଉଡ କାଷ୍ଟିଂ କାଉଚ୍ ଭଳି ଘଟଣା ନେଇ ବିବାଦରେ ଛନ୍ଦି ହୋଇଥିଲା ପୁରା ଇଣ୍ଡଷ୍ଟ୍ରି ।

ନଜର ପକାନ୍ତୁ ବଡ଼ ବଡ଼ କଣ୍ଟ୍ରୋଭର୍ସିରେ ଫସିଥିବା କଳାକାର ଏବଂ ଫିଲ୍ମଙ୍କ ଉପରେ-

  • ମନୋଜ ମିଶ୍ର ବାସନ୍ଦ ଘଟଣା

ଓଲିଉଡ ଲୋକପ୍ରିୟ ଅଭିନେତା ମନୋଜ ମିଶ୍ରଙ୍କ ୨ ବର୍ଷ ବ୍ୟାନ ଘଟଣା । ଏହାକୁ ନେଇ ସାରା ଓଡ଼ିଶାରେ ଚହଳ ସୃଷ୍ଟି ହୋଇଥିଲା । ଓଡ଼ିଶା ପ୍ରଯୋଜନା ଆସୋସିଏସନ ମନୋଜଙ୍କୁ ୨ ବର୍ଷ ଯାଏଁ ବ୍ୟାନ କରିଥିଲା । ବିଭିନ୍ନ ସଂଗଠନ ଏବଂ ରାଜନୈତିକ କ୍ଷେତ୍ରରେ ଏହି ଘଟଣାକୁ ନେଇ ବେଶ ସରଗରମ ହୋଇଥିଲା । ସୂଚନା ଅନୁସାରେ, ଅରନ୍ଦିମ ରୟଙ୍କ ଓଡ଼ିଆ ଫିଲ୍ମ 'ରାମ'କୁ ସମ୍ବଲପୁରରେ ନ ଚଳାଇଦେବା ନେଇ ମନୋଜ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା । ରାମ ଫିଲ୍ମ ଗତ ୨୦ ତାରିଖ, ୨୦୨୩ରେ ସାରା ଓଡ଼ିଶାରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ଅନୁଭବ ମହାନ୍ତି ମଧ୍ୟ ନଜର ଆସିଥିଲେ । ରାମ ଫିଲ୍ମ ବିବାଦ ନେଇ ଅରିନ୍ଦମ ଏବଂ ଅନୁଭବ ମନୋଜଙ୍କୁ ଟାର୍ଗେଟ କରିଥିଲେ ।

ସମ୍ବଲପୁରର ଆଇଲେକ୍ସ ସିନେମା ହଲରେ ୩ ଜଣ ବ୍ୟକ୍ତି 'ରାମ'କୁ ବିରୋଧ କରିବାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏମାନେ ମନୋଜଙ୍କ ସମର୍ଥକ ହୋଇଥିବା ବେଳେ ଅଞ୍ଚଳରେ ଶୋ' ବନ୍ଦ କରିଦେଇଥିବା ନେଇ ଅରିନ୍ଦମଙ୍କୁ ଜଣାଇଥିଲେ ଡିଷ୍ଟ୍ରିବ୍ୟୁଟର । ଏହାପରେ ଅଭିନେତା ଅରିନ୍ଦମ ପ୍ରଡ୍ୟୁସର ସଂଘକୁ ଏନେଇ ଅବଗତ କରାଇଥିଲେ । ତଥ୍ୟ ପ୍ରମାଣ ମିଳିବାରୁ ମନୋଜ ମିଶ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ସଂଘ ଏବଂ ଦୁଇ ବର୍ଷ କୌଣସି ଫିଲ୍ମରେ ଅଭିନୟ ପାଇଁ ନିଆଯିବନି ବା ବ୍ୟାନ କରାଯିବ ବୋଲି ନିଷ୍ପତ୍ତି ନେଇଥିଲା । ଯାହାପରେ ମନୋଜ ବିବୃତ୍ତି ରଖି କହିଥିଲେ ଯେ, ସେ ରାମ ଫିଲ୍ମକୁ ସମ୍ବଲପୁରର କୌଣସି ହଲରେ ପ୍ରତିବାଦ କରିବାକୁ କହିନାହାଁନ୍ତି । ଏହି ଘଟଣାକୁ ପ୍ରତ୍ୟାଖ୍ୟାନ କରିଥିଲେ ମନୋଜ ।

ଯାହାପରେ ଅନେକ ସେଲିବ୍ରିଟି ଏବଂ ରାଜନେତା ଘଟଣାରେ ହସ୍ତକ୍ଷେପ କରିଥିଲେ । କିଛି ସେଲିବ୍ରିଟି ଭାଇ ଭାଇ ହୋଇ ଆପୋଷ ବୁଝାମଣା କରି ଘଟଣାର ସମାଧାନ କରିବାକୁ ପରାମର୍ଶ ଦେବା ସହ ଓଲିଉଡକୁ ନେଇ ରାଜନୀତି ନକରାଯାଉ ବୋଲି କହିଥିଲେ । ଏହି ସମୟରେ ଆଉ କେତେକ ରାଜନେତା ମନୋଜଙ୍କ ସମର୍ଥନରେ ବାହାରି ପାତରଅନ୍ତର ନ କରି ଓଡ଼ିଶାକୁ ଦୁଇ ଭାଗ ନ କରିବାକୁ କହିଥିଲେ । ପରେ ଅରିନ୍ଦମ ମଧ୍ୟ ଗଣମାଧ୍ୟମ ସାମ୍ନାରେ ସବୁ କିଛି ଭୁଲି ସମାଧାନ କରିବାକୁ ଆଗେଇ ଆସିଥିଲେ । ସେପଟେ ଅରନ୍ଦିମ ଏବଂ ଅନୁଭବଙ୍କୁ ଟାର୍ଗେଟ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ମନୋଜ । ଫଳରେ ଅଭିନେତାଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଥିଲା ।

ଏତିକିରେ ବି ମାମଲା ଥମିନଥିଲା । ଏହି ଘଟଣା ନେଇ ପଶ୍ଚିମ ଓଡ଼ିଶାରେ ଜୋରଦାର ବିରୋଧ ପ୍ରଦର୍ଶନ ହୋଇଥିଲା । ପଶ୍ଚିମ ଓଡିଶାର ଅଭିନେତାଙ୍କ ପ୍ରତି ଏପରି ବୈମାତୃକ ଭାବକୁ ନେଇ କୋଶଳ ସେନା ପକ୍ଷରୁ ବିରୋଧ କରାଯାଇଥିଲା । ଏଥିସହ ପୂର୍ବ ଓଡ଼ିଶାର କୌଣସି ଫିଲ୍ମ ପଶ୍ଚିମ ଓଡ଼ିଶାରେ ଚଳାଇବାକୁ ବାରଣ କରିଥିଲେ । ଏପରିକି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ମଧ୍ୟ ଦିଆଯାଇଥିଲା ।

ମନୋଜ ମିଶ୍ର ବ୍ୟାନ ମାମଲାରେ ମଧ୍ୟ ଟୁଟୁ ନାୟକଙ୍କ ନାଁ ସାମ୍ନାକୁ ଆସିଥିଲା । ଟୁଟୁ ନାୟକ ମନୋଜଙ୍କୁ ବ୍ୟାନ କରିଥିବା ଚର୍ଚ୍ଚା ହୋଇଥିଲା । ଯାହାକୁ ନେଇ ବିବାଦ ହୋଇଥିଲା । ଅଭିନେତା ମନୋଜ ଟୁଟୁ ନାୟକଙ୍କ ଉପରେ ବର୍ଷିଥିଲେ । ଏହାପରେ ପ୍ରଯୋଜକ ଶ୍ରୀଧର ମାତା ମଧ୍ୟ ଟୁଟୁଙ୍କ ଉପରେ ବର୍ଷିଥିଲେ । ଏବେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯାହା ସବୁ ଚାଲିଛି ଏ ସବୁ ପଛରେ ଟୁଟୁ ନାୟକଙ୍କ ହାତ ଅଛି । ରାଜନୀତି କରିକି କଣ ଲାଭ ପାଉଛ ଟୁଟୁ ନାୟକ ? ତମେ କେମିତି ଏକା ଏକା ବ୍ୟାନ କରିଦେଲ ମନୋଜ ମିଶ୍ରଙ୍କୁ । ସମ୍ବଲପୁରରେ ଯେଉଁ ଘଟଣା ଘଟୁଛି ତାହା ପଛରେ ଟୁଟୁ ନାୟକ ହାତ ଅଛି ବୋଲି ସେ ଅଭିଯୋଗ କରିଥିଲେ । ଏ ପ୍ରସଙ୍ଗରେ ପ୍ରକୃତି ମଧ୍ୟ ଟ୍ବିଟ୍ କରି ମନୋଜଙ୍କ ବ୍ୟାନକୁ ଭୁଲ ନିଷ୍ପତ୍ତି ବୋଲି କହିବା ସହ ଟୁଟୁ ନାୟକଙ୍କ ଉପରେ ବର୍ଷିଥିଲେ ।

ସେପଟେ ମାମଲାର ସମାଧାନ ପାଇଁ OFDC ବୈଠକ ମଧ୍ୟ ବସିଥିଲା । ଆପୋଷ ବୁଝାମଣା କରି ମନୋଜ ମିଶ୍ରଙ୍କ ବ୍ୟାନ ଉଠାଇବା ପାଇଁ ଏହି ବୈଠକ କରାଯାଇଥିଲା । ହେଲେ ବୈଠକରେ ଯୋଗ ଦେଇନଥିଲେ ଅଭିନେତା ମନୋଜ ମିଶ୍ର । ଯାହାକୁ ନେଇ ଅଭିନେତା ଅରିନ୍ଦମ ରାୟ ଏବଂ ରାଜ୍ୟ ସିନେ କଳାକାର ସଂଘ ସମ୍ପାଦକ ଶ୍ରୀତମ ଦାସ, ଅନେକ ଆସୋସିଏସନ ସଦସ୍ୟ ମନୋଜଙ୍କ ଉପରେ ଖପ୍ପା ହୋଇଥିଲେ ଏବଂ ସେମାନେ କହିଥିଲେ, ମନୋଜ ବୈଠକକୁ ଆସିଥିଲେ । ଆମେ ମାମଲାର ସମାଧାନ କରିଦେଇଥାଆନ୍ତୁ ।

  • ଚାଲି ପାରିଲାନି ପ୍ରଥା

ଏହାପରେ ଓଡିଆ ଫିଲ୍ମ 'ପ୍ରଥା' ରିଲିଜ ହୋଇଥିଲା । ହେଲେ ଏହି ଫିଲ୍ମ ଅନେକ ଦିନ ଚାଲିପାରିଲା ନାହିଁ । ମନୋଜ ମିଶ୍ରଙ୍କୁ ନେଇ ଲାଗି ରହିଥିବା ବିବାଦ ଏତେ ବଢିଯାଇଥିଲା ଯେ, ଏଥିରେ ଅନେକ ଓଡ଼ିଆ ସିନେମା ବଳି ପଡିଲା । ପ୍ରଥା ଫିଲ୍ମ ହଲ୍‌ରେ ପଡ଼ିବାର ମାତ୍ର ଗୋଟିଏ ଦିନ ପରେ ଉଠି ଯାଇଥିଲା । ଫିଲ୍ମର ପୋଷ୍ଟର ଚିରିବା ସହ ଫିଲ୍ମକୁ ବିରୋଧ କରାଯାଉଥିବା ବେଳେ ଏହାକୁ ବନ୍ଦ କରିବା ଓ ସିନେମାର ବିକାଶକୁ ନେଇ ଆଗକୁ ଓଡ଼ିଆ ସିନେମାକୁ ସୁଧାରିବା ପାଇଁ ବାହାରିଥିଲେ ପ୍ରଥାର ପ୍ରଯୋଜିକା ସନଲିସା । ତେବେ ଏନେଇ ସେ ମହିଳା କମିଶନଙ୍କ ଦ୍ବାରସ୍ଥ ହେବା ସହ ସିନେମା ନିଗମ ସଦସ୍ୟଙ୍କୁ ଭେଟିଥିଲେ । ମହିଳା କମିଶନକୁ ଭେଟି ସେ ଅଭିନେତା ମନୋଜ ମିଶ୍ରଙ୍କ ଗିରଫ ଦାବି କରିଥିଲେ ।

ମନୋଜ ମିଶ୍ରଙ୍କ ସମର୍ଥକମାନେ ଜାଣିଶୁଣି ତାଙ୍କ ଫିଲ୍ମ ନଚଲାଇବା ପାଇଁ ଉତ୍ତେଜନା ସ୍ଥିତି ସୃଷ୍ଟି କରିଥିବା ସେ ଅଭିଯୋଗ କରିଥିଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲେ ସମସ୍ତ ସମସ୍ୟାର ସମାଧାନ ହେବ ବୋଲି କହିଥିଲେ ପ୍ରଯୋଜିକା । କେବଳ ଏତିକି ନୁହେଁ ସେ ବିଧାନସଭା ଆଗରେ ମଧ୍ୟ ଧାରଣା ଦେଇଥିଲେ । ଏଥିରେ ଅନେକ ସେଲିବ୍ରିଟି ତାଙ୍କୁ ସମର୍ଥନ କରିଥିଲେ । ପରେ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ଲିଖିତ ପ୍ରତିଶୃତି ଦେବା ପରେ ଧାରଣାରୁ ଓହରିଥିଲେ ।

ନଭେମ୍ବର ୨୮ରେ ଇଡକୋରେ ବୈଠକରେ ସରକାରୀ ସ୍ତରରେ ଆଲୋଚନା ହୋଇ ନିଷ୍କର୍ଷ ବାହାରିବା ନେଇ ସୂଚନା ଦେଇଥିଲେ କୁନା ତ୍ରିପାଠୀ । ପରେ ବୈଠକରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ନୂଆ ନିୟମ ଆସିବ ବୋଲି କୁହାଯାଇଥିଲା । ଓଡ଼ିଆ ଭାଷାରେ ପ୍ରସ୍ତୁତ ଚଳଚ୍ଚିତ୍ରର ପ୍ରୋତ୍ସାହନ ପାଇଁ ଚଳିତ ଆର୍ଥିକ ବର୍ଷରେ ଆସିବ ନୂଆ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ନୀତି । ଏନେଇ ପ୍ରତିକ୍ରିୟା ରଖିଥିଲେ ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା । ଏଥିସହ ସିନେମା ଶିଳ୍ପର ବିକାଶ ଦିଗରେ ସରକାର କ'ଣ ପଦକ୍ଷେପ ନେବେ ସେ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଚଳଚ୍ଚିତ୍ର ଶିଳ୍ପର ପ୍ରଯୋଜକ ନିର୍ଦ୍ଦେଶକ ଓ କଳାକାରମାନଙ୍କୁ ନେଇ ଏହି ଆଲୋଚନା ହୋଇଥିଲା । ଯେଉଁଥିରେ ଚଳଚ୍ଚିତ୍ର ଶିଳ୍ପରେ ହେଉଥିବା ସମସ୍ୟା ଦିଗରେ ନିଜ ନିଜର ଅଭିଯୋଗ ଓ ପରାମର୍ଶ ରଖିଥିଲେ ପ୍ରଯୋଜକ ନିର୍ଦ୍ଦେଶକ ଓ ବରିଷ୍ଠ କଳାକାର ।

ସେମାନଙ୍କ ସହ ସଫଳ ଆଲୋଚନା ପରେ ହେମନ୍ତ ଶର୍ମା କହିଥିଲେ ଯେ, ଓଡ଼ିଆ ଚଳଚ୍ଚିତ୍ରର ପ୍ରଦର୍ଶନ ଓ ବିତରଣର କିପରି ସୁଧାର ଆସିପାରିବ ଓ ଓଡ଼ିଶାରେ ସିନେମା ହଲର ସଂଖ୍ୟା ହ୍ରାସ ହେଉଥିବା ବେଳେ କିଭଳି ବଢ଼ିବ ବିଶେଷ କରି ସିନେମା ଶିଳ୍ପର ବିକାଶ କିଭଳି ହେବ ସେନେଇ ସରକାର ନୂଆ ନିୟମ ଆଣିବେ ବୋଲି କୁହାଯାଇଥିଲା । ସରକାରୀ ପ୍ରତିଶୃତି ଓ ସକରାତ୍ମକ ଆଲୋଚନା ପରେ ଧାରଣାକୁ ସେ ପ୍ରତ୍ୟାହାର କରିଥିଲେ ସନଲିସା ।

  • ଓଲିଉଡରେ କାଷ୍ଟିଂ କାଉଚ୍

ଜୁନ ୯, ୨୦୨୩ରେ ପ୍ରଯୋଜକ ସଞ୍ଜୟ ନାୟକ ବା ଟୁଟୁ ନାୟକଙ୍କ ବିରୋଧରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ଟୁଟୁ ନାୟକ ଫିଲ୍ମରେ ଅଭିନେତ୍ରୀମାନଙ୍କୁ କାମ ଦେବାର ପ୍ରଲୋଭନ ଦେଖାଇ ଶୋଷଣ କରୁଥିବା ଅଭିଯୋଗ ଆଣିଥିଲେ ପ୍ରକୃତି । ‘‘My Ollywood’’ ନାମକ ଏକ ଗ୍ରୁପ ଚାଟରୁ ସାମ୍ନାକୁ ଆସିଥିଲା ଏଭଳି ଘଟଣା । ‘‘My Ollywood’’ ଗ୍ରୁପରେ ଓଲିଉଡ ସେଲିବ୍ରିଟି ସାମିଲ ଅଛନ୍ତି । ଏଥିରେ ଓଲିଉଡ଼ ଅଭିନେତା ଅଭିନେତ୍ରୀମାନେ ନିଜ ନିଜର ସମସ୍ୟା ସେୟାର କରନ୍ତି ଓ ଥଟ୍ଟାମଜା ହୋଇଥାନ୍ତି । ତେବେ ଏହି ଗ୍ରୁପ ଚାଟରେ ଅଭିନେତ୍ରୀ ପ୍ରକୃତି ମିଶ୍ର ପ୍ରଯୋଜକ ସଞ୍ଜୟ ନାୟକ ବା ଟୁଟୁ ନାୟକଙ୍କ ନାଁରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଥିଲେ ।

ପ୍ରକୃତି କହିଥିଲେ ଯେ, ଫିଲ୍ମରେ ଅଭିନୟ କରିବାର ପ୍ରଲୋଭନ ଦେଖାଇ ନବାଗତ ଅଭିନେତ୍ରୀ, ଅଭିନେତାଙ୍କୁ ଶୋଷଣ କରନ୍ତି ପ୍ରଯୋଜକ । ଅନେକ ଝିଅ ତାଙ୍କ ଦ୍ବାରା ଖରାପ ବ୍ୟବହାରର ଶିକାର ହୋଇଛନ୍ତି । ତେଣୁ ଟୁଟୁ ନାୟକଙ୍କ ଭଳି ଜଣେ ଅଭଦ୍ରତାର ପରିଚୟ ଦେଉଥିବା ପ୍ରଯୋଜକଙ୍କୁ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରୁ ବୟକଟ କରିବା ଦରକାର ଆଉ ତାଙ୍କ ବିରୋଧରେ ସବୁ ଅଭିନେତ୍ରୀଙ୍କୁ ସାମ୍ନାକୁ ଆସି ଅଭିଯୋଗ କରିବା ଦରକାର । ଯାହାଦ୍ୱାରା ଆମ ସିନେମା ଇଣ୍ଡଷ୍ଟ୍ରିରେ ହେଉଥିବା କାଷ୍ଟିଂ କାଉଚ ବନ୍ଦ ହୋଇପାରିବ ଆଉ ସମସ୍ତେ ଗୋଟେ ସକାରାତ୍ମକ ପରିବେଶରେ କାମ କରିପାରିବେ । ଏହାପରେ ଓଲିଉଡରେ ଝଡ଼ ଦେଖିବାକୁ ମିଳିଥିଲା । ଅନେକ ଅଭିନେତ୍ରୀ ପ୍ରତିକ୍ରିୟା ଦେଇଥିଲେ । ଅଭିନେତ୍ରୀ ଜସ୍ମିନ ରଥ ମଧ୍ୟ ତାଙ୍କ ସହ ଟୁଟୁ ନାୟକ କଣ କରିଛନ୍ତି ବୋଲି ନିଜ ମନର ଭାବନାକୁ ପ୍ରକାଶ କରିଥିଲେ । କେବଳ ଅଭିନେତ୍ରୀ ଜସ୍ମିନ ରଥ ନୁହେଁ ପୁପୁଲ ଭୂୟାଁ ମଧ୍ୟ ଏହି କଥାକୁ ସମର୍ଥନ ଜଣାଇଥିଲେ ।

ଏହି ଅଭିଯୋଗ ପରେ ଏହାକୁ ଖଣ୍ଡନ କରିଥିଲେ ପ୍ରଯୋଜକ ଟୁଟୁ ନାୟକ । ପ୍ରକୃତି ମିଶ୍ର ତାଙ୍କ ଉପରେ ବ୍ୟକ୍ତିଗତ ରାଗ ରଖି ଏପରି ମିଥ୍ୟା ଅଭିଯୋଗ ଆଣିଛନ୍ତି ବୋଲି ସେ କହିଥିଲେ । ଯଦି ଅଭିନେତ୍ରୀମାନେ ଏହି ଅଭିଯୋଗ ଆଣୁଛନ୍ତି ତେବେ ତଥ୍ୟ ପ୍ରମାଣ ସହିତ ଅଭିଯୋଗ କରନ୍ତୁ ବୋଲି ସେ କହିଥିଲେ । ଯଦି ଏପରି ନ ହୁଏ ତେବେ ସେ ପାଲଟା ମାନହାନି ଅଭିଯୋଗ ଆଣିବେ ବୋଲି କହିଥିଲେ । ଏହା ପରେ ପୁପୁଲ ଭୂୟାଁ ଏନେଇ ଗଣମାଧ୍ୟମକୁ କହିଥିଲେ ଯେ, କିଛି ଲୋକଙ୍କ ପାଇଁ ଇଣ୍ଡଷ୍ଟ୍ରି ବଦନାମ ହେଉଛି । ଏହାର ପ୍ରମାଣ ମିଳିଥିଲେ ସିନେମା ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ କରୁଥିବା ଲୋକମାନେ ଧରାପଡ଼ିଥାନ୍ତେ । ସେହି କ୍ରମରେ ଟୁଟୁ ନାୟକ କାଷ୍ଟିଂ କାଉଚ ଅଭିଯୋଗ ସମ୍ପନ୍ନ ପ୍ରଯୋଜକ ହୋଇଥାଇପାରନ୍ତି । ଏହି ଘଟଣାର ସତ ସାମ୍ନାକୁ ଆସୁ । ଯେଭଳି ତଥ୍ୟ ପ୍ରମାଣ ବିନା ବ୍ୟକ୍ତିଗତ ଭାବେ ଚାର୍ଟ କରୁଥିବା ଗ୍ରୁପରୁ ମେସେଜ ଭାଇରାଲ ହେଲା ତାହା ଠିକ ହୋଇନାହିଁ । ଏହା ସମ୍ପୂର୍ଣ୍ଣ ଭୁଲ ଏବଂ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେଣୁ ଯିଏ ଭାଇରାଲ କରିଛି ତା' ଉପରେ ପ୍ରଯୋଜକ ଆକ୍ସନ ନିଅନ୍ତୁ ।

ସେପଟେ ଅଭିନେତ୍ରୀ ରୂପଶ୍ରୀ ପଣ୍ଡା କହିଥିଲେ ଯେ, ମୁଁ ବି ଏବେ ଯାଏ ବୁଝିନି କାଷ୍ଟିଂ କାଉଚମାନେ କଣ ? ଓଧ ସଙ୍ଗେ ବଣଭୁଆ ବାଇ ହେଲା ପରି ଜଣଙ୍କ ପରେ ଜଣେ କାଷ୍ଟିଂ କାଉଚ ଅଭିଯୋଗ କରୁଛନ୍ତି । ଭିତ୍ତିହୀନ କଥାକୁ ଯୋଡୁଛନ୍ତି ଯାହା ବାସ୍ତବିକ ନୁହେଁ । ସବୁରି ମୂଳରେ ନାରୀ ବୋଲି କହିଥିଲେ । ଶସ୍ତା ହୋଇ ଅନ୍ୟକୁ ବଦନାମ କରି ନିଜକୁ ଓ ଓଡ଼ିଆ ସିନେମା ଶିଳ୍ପକୁ ବଦନାମ ସେହିମାନେ କରୁଛନ୍ତି ସେମାନେ ନିଜେ ଜଣେ ଜଣେ କାଷ୍ଟିଙ୍ଗ କାଉଚର ପ୍ରଡକ୍ଟ । ତେଣୁ ଭିତ୍ତି ନଥାଇ ଅଭିଯୋଗ ନକରି ପ୍ରମାଣ ସହ ଅଭିଯୋଗ କର । ଏଭଳି ନିଜକୁ ଚର୍ଚ୍ଚାରେ ରହିବା ପାଇଁ କରନ୍ତୁ ନାହିଁ କି ଅନ୍ୟ ବନ୍ଧୁକରେ ଗୁଳି ରଖି ଫୁଟାନ୍ତୁ ନାହିଁ । ଏହାପରେ ଜୁନ ୧୦, ୨୦୨୩ରେ ପ୍ରଯୋଜକ ଟୁଟୁ ନାୟକଙ୍କ ନାଁରେ ମୁମ୍ବାଇ ପୋଲିସ ନିକଟରେ କାଷ୍ଟିଙ୍ଗ କାଉଚ ଅଭିଯୋଗ ଘଟଣାକୁ ଆଧାର କରି ମାନହାନୀ ମକଦ୍ଦମା କରିଥିଲେ ପ୍ରକୃତି । ମୁମ୍ବାଇର ଦାଦା ଭାଇ ନାରୋଜି ନଗର ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା । ଦଫା ୫୦୦ , ୫୦୪ ଓ ୫୦୬ ରେ ମାମଲା ରୁଜୁ କରିଥିଲା ମୁମ୍ବାଇ ପୋଲିସ ।

  • ଅନୁଭବ ମହାନ୍ତି-ବର୍ଷା ପ୍ରିୟଦର୍ଶିନୀ

୨୦୨୦ ମସିହାରୁ ଲାଗି ରହିଥିଲା ଓଲିଉଡ ଲୋକପ୍ରିୟ ଯୋଡି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲା । ଶେଷରେ ଡିସେମ୍ବର ୨୧, ୨୦୨୩ରେ ଉଭୟଙ୍କ ମାମଲାର ଶୁଣାଣି କରି ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଥିଲେ ଓଡ଼ିଶା ହାଇକୋର୍ଟ । ବର୍ତ୍ତମାନ ଏହି ଯୋଡି ଅଲଗା ହେବେ । ଯାହା ପରେ ଅନୁଭବ ନ୍ୟାୟ ମିଳିଥିବା ପ୍ରକାଶ କରିଥିଲେ ।

ସୂଚନା ଥାଉ କି, ଏହି ଷ୍ଟାର ଦମ୍ପତିଙ୍କ ପାରିବାରିକ ବିବାଦର ମୂଳ ମାମଲା ୨୦୨୦ ଜୁଲାଇ ୬ରେ ଅନୁଭବ ମହାନ୍ତିଙ୍କ ଦ୍ବାରା ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ରୁଜୁ ହୋଇଥିଲା । ଏହାପରେ ଏହି ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପରେ ସର୍ବୋଚ୍ଚ ଅଦାଲତ ଏହି ମାମଲା କଟକ ଅଦାଲତକୁ ସ୍ଥାନାନ୍ତରିତ କରିଥିଲେ । କଟକ ପରିବାର ଅଦାଲତଙ୍କ ନିର୍ଦ୍ଦେଶରେ ୨୦୨୧ ଏପ୍ରିଲ ୫ ତାରିଖରେ ପ୍ରଥମ ଥର ପାଇଁ ଉଭୟ ହାଜର ହୋଇଥିଲେ । ସେବେ ଠାରୁ ଉଭୟ ଉଭୟଙ୍କ ନାଁରେ ଅନେକ ମକଦ୍ଦମା ରୁଜୁ ହୋଇଥିଲା । କଟକ ପରିବାର ଅଦାଲତରେ ମାମଲାର ତ୍ୱରିତ ଶୁଣାଣି ହେଉ ନଥିବା ଦର୍ଶାଇ ମାମଲାକୁ ଭୁବନେଶ୍ୱର ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ଅନୁଭବ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୩ ମାସ ମଧ୍ୟରେ ଏହି ବିବାଦର ଶୁଣାଣି ଶେଷ କରି ରାୟ ପ୍ରକାଶ କରିବାକୁ ପରିବାର ଅଦାଲତକୁ ନିର୍ଦ୍ଦେଶ ଦେଇଥିଲେ ଓଡ଼ିଶା ହାଇକୋର୍ଟ ।

ଏହା ମଧ୍ୟ ପଢନ୍ତୁ: ୨୦୨୩ ଚର୍ଚ୍ଚାରେ ଚର୍ଚ୍ଚିତ ସେଲିବ୍ରେଟି, ପୋଲିସ ଫାଇଲରେ ଓଲିଉଡ ଠୁ ବଲିଉଡ କେସ୍

ତେବେ ସେପ୍ଟେମ୍ବର ୨୨, ୨୦୨୩ରେ ମମାଲାର ଶୁଣାଣି କରି କଟକ ପରିବାର ଅଦାଲତ ଉଭୟଙ୍କ ବିବାହ ବିଚ୍ଛେଦ ଆବେଦନ ଖାରଜ କରିଥିଲେ । ଅନୁଭବ ମହାନ୍ତି ବିବାହ ବିଚ୍ଛେଦ ପାଇଁ ମାମଲା ଦାୟର କରିଥିବା ବେଳେ ଏକତ୍ର ରହିବା ନେଇ ଆବେଦନ କରିଥିଲେ ବର୍ଷା । ଉଭୟଙ୍କ ଆବେଦନକୁ ଆଗ୍ରହ୍ୟ କରିଥିଲେ ପରିବାର ଅଦାଲତ । ଏହାକୁ ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଅନୁଭବ । ପରିବାର ଅଦାଲତ ଯେଉଁ ରାୟ ଦେଇଛନ୍ତି ତାହା ରବ୍ଦ କରାଯାଉ ବୋଲି ସେ ଆବେଦନରେ ଦର୍ଶାଇଥିଲେ । ହାଇକୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନ ଆଧାରରେ ତାଙ୍କୁ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.