ETV Bharat / state

ଶିଳ୍ପରେ ବ୍ୟବହାର ହେବ ରୋବୋଟିକ୍ସ, ସ୍ବାକ୍ଷରିତ ହେଲା ବୁଝାମଣାପତ୍ର - ୱାଲର୍ଡ ସ୍କିଲ୍ ସେଣ୍ଟର

ଶିଳ୍ପରେ ବ୍ୟବହାର ହେବ ରୋବୋଟିକ୍ସ । ଶିଳ୍ପରେ ରୋବୋଟିକ୍ସର ବ୍ୟବହାର ଉଦ୍ଦେଶ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ୱାଲର୍ଡ ସ୍କିଲ୍ ସେଣ୍ଟରର କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧିରେ ଏହା ସହାୟକ ହେବ । ଅଧିକ ପଢନ୍ତୁ

ଶିଳ୍ପରେ ବ୍ୟବହାର ହେବ ରୋବୋଟିକ୍ସ, ସ୍ବାକ୍ଷରିତ ହେଲା ବୁଝାମଣାପତ୍ର

author img

By

Published : Nov 4, 2022, 10:40 PM IST

ଭୁବନେଶ୍ବର: ଶିଳ୍ପରେ ବ୍ୟବହାର ହେବ ରୋବୋଟିକ୍ସ । ଅଟୋମେସନ୍ କ୍ଷେତ୍ରରେ ଶିଳ୍ପରେ ରୋବୋଟିକ୍ସର ବ୍ୟବହାର ଉଦ୍ଦେଶ୍ୟରେ ୱାଲର୍ଡ ସ୍କିଲ୍ ସେଣ୍ଟର (WSC) ଏବଂ ଏ.ବି.ବି. ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ଏକ ଦ୍ଵିପାକ୍ଷିକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି (WSC and ABB India limited signed MoU)। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଥିବା ୱାଲର୍ଡ ସ୍କିଲ୍ ସେଣ୍ଟରର କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ରୋବୋଟିକ୍ସ ଟେକ୍ନୋଲୋଜି ଦକ୍ଷତା ବୃଦ୍ଧି କାର୍ଯ୍ୟରେ ଏହା ସହାୟକ ହେବ ।

ଶିଳ୍ପରେ ବ୍ୟବହାର ହେବ ରୋବୋଟିକ୍ସ, ସ୍ବାକ୍ଷରିତ ହେଲା ବୁଝାମଣାପତ୍ର

ଯେଉଁ ପ୍ରଶିକ୍ଷାର୍ଥୀଙ୍କୁ ଏ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ଏବଂ ସେମାନେ ଭବିଷ୍ୟତରେ ଅନ୍ୟ କର୍ମଚାରୀମାନଙ୍କୁ ଏହି କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ପ୍ରଦାନ କରିବେ । ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ହେବା ଫଳରେ ଏ.ବି.ବି. ୱାଲର୍ଡ ସ୍କିଲ୍ ସେଣ୍ଟର ପାଇଁ ୫୦ଟି ରୋବୋଟ୍ ଷ୍ଟୁଡିଓ ନେଟ୍‌ୱାର୍କ ମାଗଣାରେ ପ୍ରଦାନ କରିବ । ପ୍ରତିବର୍ଷ ଏହା ନବୀକରଣ କରାଯିବ । ଏତଦ୍‌ବ୍ୟତୀତ ୱାଲର୍ଡ ସ୍କିଲ୍ ସେଣ୍ଟରର କର୍ମଚାରୀମାନଙ୍କ ପାଇଁ ବର୍ଷକୁ ଦୁଇଥର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ଏହା ବି ପଢନ୍ତୁ- ଅର୍ଚ୍ଚନା ପାଇଁ ଅଡୁଆରେ ପାଓ୍ବାର କରିଡର, ଅର୍ଥ କାରବାର ନେଇ ଘାଣ୍ଟିବ ଇଡି

ଏହି ଦ୍ବିପାକ୍ଷିକ ବୁଝାମଣାପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମରେ ଏବିବି ରୋବୋଟିକ୍ସର ଜନ୍ ଲିଓ ଇଗ୍‌ନାଟିଅସ୍, ୱାଲର୍ଡ ସ୍କିଲ୍ ସେଣ୍ଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଳକା ଆରୋରା ମିଶ୍ର, ଅଧ୍ୟକ୍ଷ ସଂଗାରନ୍ ଗୋପାଲ, ନିର୍ଦ୍ଦେଶକ ଚିଓ ଇଙ୍ଗ୍ ଚୁନ୍, ସୁପିଆ ନାଗାମଲ୍, କେର୍‌ୱିନ୍ ହିଙ୍ଗ୍ ଏବଂ ଉପନିର୍ଦ୍ଦେଶକ ଶୁଭାଶିଷ ଦାସ , ସୁଶ୍ରୀ ଏସ୍. ସାହୁ, ଆଶୁତୋଷ ଏନ୍. ଦେ, ଉପାଧ୍ୟକ୍ଷ ଶୁଭାଙ୍ଗ କୁମାର ଦାସଙ୍କ ସମେତ ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ପିନାକୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.