ETV Bharat / state

ବିଶ୍ବ ମିତବ୍ୟୟିତା ଦିବସ: ଖୋର୍ଦ୍ଧାରେ ଗଡ଼ିଲା ସଞ୍ଚୟ ରଥ

author img

By

Published : Oct 30, 2022, 9:57 PM IST

ଖୋର୍ଦ୍ଧାରେ ପାଳିତ ହେଲା ବିଶ୍ବ ମିତବ୍ୟୟିତା ଦିବସ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସଞ୍ଚୟ ରଥର ଶୁଭାରମ୍ଭ କରିଛନ୍ତି । ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକ ବୁଲି ସ୍ବଳ୍ପ ସଞ୍ଚୟ ଉପରେ ସଚେତନତା ସୃଷ୍ଟି କରିବ । ଅଧିକ ପଢ଼ନ୍ତୁ

ବିଶ୍ବ ମିତବ୍ୟୟିତା ଦିବସ: ଖୋର୍ଦ୍ଧାରେ ଗଡ଼ିଲା ସଞ୍ଚୟ ରଥ
ବିଶ୍ବ ମିତବ୍ୟୟିତା ଦିବସ: ଖୋର୍ଦ୍ଧାରେ ଗଡ଼ିଲା ସଞ୍ଚୟ ରଥ

ଖୋର୍ଦ୍ଧା: ବିଶ୍ବ ମିତବ୍ୟୟିତା ଦିବସ ପାଳିତ ହୋଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ତିତ ପ୍ରଧାନ ସଞ୍ଚୟ ରଥର ଶୁଭାରମ୍ଭ କରିଛନ୍ତି । ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକ ବୁଲି ସ୍ବଳ୍ପ ସଞ୍ଚୟ ଉପରେ ସଚେତନତା ସୃଷ୍ଟି କରିବ ।

ଏହି ସଞ୍ଚୟ ରଥ ସରକାରୀ ଓ ପଞ୍ଜିକୃତ ସଂସ୍ଥା ମାଧ୍ୟମରେ ଅର୍ଥଲଗାଣ କରିବା, କମ ସମୟ ମଧ୍ୟରେ ଅଧିକ ଅର୍ଥ ପାଇବା ପାଇଁ କୌଣସି ଅଣପଞ୍ଜିକୃତ ସଂସ୍ଥା ପକ୍ଷରୁ ଆକର୍ଷଣମୂଳକ ଘୋଷଣାଠାରୁ ନିଜକୁ ଦୂରେଇ ରଖିବା ସଂପର୍କରେ ସଚେତନତା ସୃଷ୍ଟି କରିବ । ଆର୍ଥିକ ନେଣଦେଣ ସମ୍ପର୍କରେ କୌଣସି ଅଜଣା ବ୍ୟକ୍ତି କିମ୍ବା SMSକୁ ଗୁରୁତ୍ବ ଦିଅନ୍ତୁ ନାହିଁ । ଆବଶ୍ୟକସ୍ଥଳେ ସ୍ବୀକୃତିପ୍ରାପ୍ତ ଏଜେଣ୍ଟମାନଙ୍କ ମାଧ୍ୟମରେ ବିଭିନ୍ନ ବ୍ୟାଙ୍କ ଓ ଡାକଘରେ ସଞ୍ଚୟ କରିହେବ । ନିରାପଦ ସଞ୍ଚୟ ଓ ସୁରକ୍ଷିତ ଭବିଷ୍ୟତ ଉପରେ ବାର୍ତ୍ତା ପ୍ରଦାନ କରିବ ଏହି ସଞ୍ଚୟ ରଥ ।

ଏହି ଅବସରରେ ଛାତ୍ରଛାତ୍ରୀ ନେଇ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଆସନ୍ତାକାଲିଠାରୁ ଆସନ୍ତା ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ସଞ୍ଚୟ ପାକ୍ଷିକ ପାଳନ କରାଯିବ । ଚଳିତ ବର୍ଷର ବିଷୟବସ୍ତୁ "ସଞ୍ଚୟ ହିଁ ଭବିଷ୍ୟତର ଆବଶ୍ୟକତା" ରହିଛି । ଏହି ବିଷୟରେ ବିଭିନ୍ନ ଶିକ୍ଷାନୁଷ୍ଠ‍ାନରେ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ବକ୍ତୃତା ପ୍ରତିଯୋଗିତା ହେବ । ତେବେ ଆଜିର ଏହି କାର୍ଯ୍ୟକ୍ରମରେ ସ୍ବଳ୍ପ ସଞ୍ଚୟ ବିଭାଗ ସହ ନିର୍ଦ୍ଦେଶକ ଶଙ୍କର୍ଷଣ ପଟ୍ଟନାୟକ, ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ସତ୍ୟନାରାୟଣ ବେହେରା, ବିଭାଗୀୟ ଅଧିକାରୀ, ସ୍ବୀକୃତିପ୍ରାପ୍ତ ଏଜେଣ୍ଟଙ୍କ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.