ETV Bharat / state

ବିଶ୍ଵ ବନ ଦିବସ ୨୦୨୩, ରାଜ୍ୟରେ 537 ସ୍କୋୟାର କିଲୋମିଟର ବଢିଛି ଜଙ୍ଗଲ - ରାଜଧାନୀରେ ବିଶ୍ବ ବନ ଦିବସ

ବିଶ୍ଵ ବନ ଦିବସ ୨୦୨୩ ପାଳିତ । ରାଜ୍ୟରେ ଜଙ୍ଗଲ 537 ସ୍କୋୟାର କିଲୋମିଟର ବୃଦ୍ଧି ହୋଇଥିବା ବେଳେ ଜଙ୍ଗଲ ବାହାରେ ଯେଉଁ ଜଙ୍ଗଲ ବଢ଼ିଛି ତାହା 356 ସ୍କୋୟାର କିଲୋମିଟର ବୃଦ୍ଧି ଘଟିଛି । ଅଧିକ ପଢନ୍ତୁ

world forest day
world forest day
author img

By

Published : Mar 22, 2023, 9:43 AM IST

world forest day

ଭୁବନେଶ୍ବର: ରାଜଧାନୀରେ ବିଶ୍ବ ବନ ଦିବସ ପାଳିତ । ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା, ପିସିସିଏଫ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସେହିପରି ଚଳିତ ବର୍ଷର ଥିମ୍ ରହିଛି "ବନ ଓ ସ୍ବାସ୍ଥ୍ୟ” ।

ରାଜ୍ୟରେ ବର୍ତ୍ତମାନର ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ 57,160 ବର୍ଗ କିଲୋମିଟର । ଯାହାକି ରାଜ୍ୟର ମୋଟ ଭୌଗୋଳିକ କ୍ଷେତ୍ରର 36.71% ଅଟେ । ଏହା ଦେଶର ଭୌଗଳିକ କ୍ଷେତ୍ରର 33% ଜାତୀୟ ଲକ୍ଷ୍ୟ ଠାରୁ 3.71% ଅଧିକ । ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ରିପୋର୍ଟ' ୨୦୨୧ ଆକଳନ ଅନୁୟାୟୀ ବିଗତ ଦୁଇ ବର୍ଷରେ ରାଜ୍ୟ 893 ବର୍ଗ କିଲୋମିଟର ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ହାସଲ କରିଛି। ଆମ ଜଙ୍ଗଲ ଯୋଜନା'ରେ ପ୍ରାୟ 4601 ବନ ସୁରକ୍ଷା ସମିତି ଓ 14263 ସ୍ବୟଂ ସହାୟକ ଗୋଷ୍ଠୀ ଏବଂ 1211 ଭିଏସ୍ଏସ୍ ଏବଂ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଫେଜ୍-2 ଅଧୀନରେ 440ଟି ଏସଏଚଜି ସହଯୋଗରେ ଉଜୁଡା ଜଙ୍ଗଲର ପୁନରୁଦ୍ଧାର ମାଧ୍ୟମରେ ଜୀବିକା ଉନ୍ନତି ପାଇଁ ସାମିଲ କରାଯାଇଛି । ରାଜ୍ୟରେ 13,856 ବର୍ଗ କିଲୋମିଟର ଊର୍ଦ୍ଧ୍ବର ଅବକ୍ଷୟିତ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ 16128ରୁ ଊର୍ଦ୍ଧ୍ବର୍ ବନ ସଂରକ୍ଷଣ ସମିତି (ଭିଏସ୍ଏସ୍) ଏବଂ 594ଟି ପରିବେଶ ବିକାଶ କମିଟି ଗଠନ କରାଯାଇଛି ।

ସେହିପରି ରାଜ୍ୟରେ ଜଙ୍ଗଲ 537 ସ୍କୋୟାର କିଲୋମିଟର ବୃଦ୍ଧି । ଜଙ୍ଗଲ ବାହାରେ ଯେଉଁ ଜଙ୍ଗଲ ବଢ଼ିଛି ତାହା 356 ସ୍କୋୟାର କିଲୋମିଟର ବୃଦ୍ଧି ଘଟିଛି । ସାରା ଭାରତରେ ଜଙ୍ଗଲ ବଢ଼ିବାରେ ତୃତୀୟ ସର୍ବୋତ୍ତମ ଓ ଜଙ୍ଗଲ ବାହାରେ ଜଙ୍ଗଲ ବଢ଼ିବାରେ ଦ୍ୱିତୀୟ ସର୍ବୋତ୍ତମ ଅଟେ । ହେନ୍ତାଳ ବନରେ 800 ସ୍କୋୟାର କିଲୋମିଟର ବୃଦ୍ଧିଘଟିଛି । ବର୍ତ୍ତମାନ 400 ନଗର ବନ କାର୍ଯ୍ୟକାରୀ ହୋଇଥିବା ବେଳେ ଭବିଷ୍ୟତରେ ଆହୁରି ନଗର ବନ କାର୍ଯ୍ୟକାରୀ କରାଯିବାର ଲକ୍ଷ୍ୟ ରଖାଯାଇଛି । ତେବେ ରାଜ୍ୟରେ ବନ କର୍ମଚାରୀ ଅଭାବ ରହିଥିଲା କିନ୍ତୁ ଏହାରି ମଧ୍ୟରେ 800 ଜଣଙ୍କୁ ନିଯୁକ୍ତି କରାଯାଇଛି । 24 ଜଣ ଏସ ସି ଏଫ୍, 29 ଜଣ ରେଞ୍ଜର ଟ୍ରେନିଂରେ ରହିଥିବା ବେଳେ 806 ଜଣଙ୍କୁ ଖୁବ ଶୀଘ୍ର ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ପିସିସିଏଫ ଦେବୀଦତ୍ତ ବିଶ୍ୱାଳ ।

ଏହି ଅବସରରେ 'ହାଇଲାଇଟ୍ ଅଫ୍ ଓଡ଼ିଶା ଫରେଷ୍ଟ୍ରି ସେକ୍ଟର 2023' ଶୀର୍ଷକ ଏକ ପୁସ୍ତିକା ଉନ୍ମୋଚିତ କରାଯାଇଛି । ଉଲ୍ଲେଖନୀୟ ସେବା ପାଇଁ ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ଫରେଷ୍ଟ ରେଞ୍ଜର ପାହ୍ୟାର 40 ଜଣ ବନ କର୍ମଚାରୀଙ୍କୁ ରାଜ୍ୟ ବନୀକରଣ ପୁରସ୍କାର 2023 ପ୍ରଦାନ କରାଯାଇଛି । 2022-23 ମଧ୍ୟରେ ରାଜ୍ୟରେ 4007 ଆରକେଏମ ପଥ ପାର୍ଶ୍ବ ବନୀକରଣ ସହିତ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଯୋଜନା ଅଧୀନରେ ପ୍ରାୟ 88,000 ହେକ୍ଟର ଜମିରେ 3.49 କୋଟି ଚାରା ରୋପଣ କରାଯାଇଛି । ଏହା ବ୍ୟତୀତ 1.95 କୋଟି ଚାରା ବିଭିନ୍ନ ବ୍ୟକ୍ତିବିଶେଷ ଏବଂ ସରକାରୀ ଅନୁଷ୍ଠାନକୁ ବଣ୍ଟନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.