ETV Bharat / state

Elephant Day: ଜନବସତି ସହ ତାଳଦେଇ ବଢୁଛି ହାତୀ-ମଣିଷ ଲଢେଇ, ସୁରକ୍ଷା ପାଇଁ ଆହ୍ବାନ

author img

By

Published : Aug 12, 2023, 11:47 AM IST

କ୍ଷୟ ହେଉଛି ଜଙ୍ଗଲ । ଖାଦ୍ୟ ନପାଇ ଜନବସତି ମୁହାଁ ହାତୀ । ବିଲୁପ୍ତ ହେବା ଆଗରୁ ସଚେତନତା ରହିବା ଜରୁରୀ । ଅଧିକ ପଢନ୍ତୁ

Elephant Day
Elephant Day

ହାଇଦ୍ରାବାଦ: ଆଜି ବିଶ୍ବ ହସ୍ତୀ ଦିବସ । ହାତୀକୁ ଐତିହ୍ୟ ପ୍ରାଣୀ ବୋଲି ଘୋଷଣା କରାଯାଇଛି । ବାଘ, ଭାଲୁ ଏବଂ ସିଂହ ତୁଳନାରେ ହାତୀକୁ ଶାନ୍ତ ସ୍ବଭାବର ବୋଲି ବିବେଚନା କରାଯାଏ । ତେଣୁ ଏକ ଉକ୍ତି ରହି ଆସିଛି ହାତୀ ମେରେ ସାଥି । ଝୁଲରେ ହାତୀ ଝୁଲ ଠାରୁ ଆରମ୍ଭ କରି ହାତୀ ମେରେ ସାଥି ଭଳି ଅନେକ କାହାଣୀ ଆପଣ ଶୁଣିଥିବେ । କିନ୍ତୁ ବର୍ତ୍ତମାନ ସମୟ ସହିତ ସବୁ ପରିବର୍ତ୍ତନ ହେଉଛି । ଦିନ ଥିଲା ହାତୀ ମଣିଷର ବନ୍ଧୁ ହୋଇଥିଲା କିନ୍ତୁ ଏବେ ଯଦି ଦେଖିବା ବଇରି ସାଜିଛି । ଦିନକୁ ଦିନ ହାତୀ- ମଣିଷ ଲଢେଇ ବୃଦ୍ଧି ପାଇବାରେ ଲାଗିଛି । ଏହି ଲଢେଇ ମଧ୍ୟରେ କେତେବେଳେ ହାତୀର ପ୍ରାଣ ଯାଉଛି ତ ଆଉ କେତେବେଳେ ମଣିଷର ଜୀବନ ଯାଉଛି ।

ଯଦି ସତ୍ୟାସତ୍ୟ ଦେଖିବା ତାହେଲେ ଦିନକୁ ଦିନ ସଂଖ୍ୟା ବୃଦ୍ଧି କାରଣରୁ ମନୁଷ୍ୟ ଜଙ୍ଗଲ କାଟି ବାସସ୍ଥାନ ତିଆରି କରୁଛନ୍ତି । ଫଳରେ ଜଙ୍ଗଲହରା ବା ବାସହରା ହୋଇ ସହରୀ ମୁହାଁ ହେଉଛନ୍ତି ହସ୍ତୀ । ଅନ୍ୟପଟେ ମାଓ କାର୍ଯ୍ୟକଳାପ ଯୋଗୁଁ ମଧ୍ୟ ହାତୀ ପ୍ରଭାବିତ ହେଉଛନ୍ତି । କମ୍ବିଂ ଅପରେସନ ବେଳେ ଗୋଳାବାରୁଦର ଶବ୍ଦରେ ଭୟଭୀତ ହୋଇ ହାତୀମାନେ ଜଙ୍ଗଲ ଛାଡି ଜନବସତି ମୁହାଁ ହେଉଛନ୍ତି । ତେବେ ହାତୀମାନଙ୍କୁ ଆହାର ମିଳୁନଥିବା ଯୋଗୁଁ ସେମାନେ ଦିନକୁ ଦିନ ହିଂସ୍ର ହେଉଛନ୍ତି ବୋଲି ବିଶେଷଜ୍ଞମାନେ ମତ ପୋଷଣ କରିଛନ୍ତି । ଏହି ବିଷୟରେ ସଚେତନତା କରିବା ଏବଂ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଆଜିର ଦିନ ଉତ୍ସର୍ଗୀକୃତ ।

ଏକ ସୁତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, 2012 ମସିହାରୁ 2022 ମସିହା ମଧ୍ୟରେ ଓଡିଶାରେ ମୋଟ 784 ହାତୀ ଏହଂ 925 ଜଣ ବ୍ୟକ୍ତିଙ୍କ ପ୍ରାଣ ଯାଇଛି । ଅନ୍ୟପଟେ ଚଳିତ ବର୍ଷରେ ଜୁଲାଇ ମାସ ସୁଦ୍ଧା 44ଜଣ ହାତୀଙ୍କ ପ୍ରାଣ ଯାଇଛି । ଯଦି କହିବା ଏବେ ପ୍ରତ୍ୟେକ ମାସରେ ହାତୀ ମୃତ୍ୟୁର ଖବର ସାମ୍ନାକୁ ଆସୁଛି । କେତେବେଳେ ଗୁଳୀରେ ତ ଆଇ କେତେବେଳେ ବିଦ୍ୟୁତ ଆଘାତ ଏବଂ ଟ୍ରେନ ଧକ୍କାରେ ଜୀବନ ଯାଉଛି । ଜାନୁଆରୀରେ 8, ଫେବୃଆରୀରେ 5, ମାର୍ଚ୍ଚରେ 7, ଏପ୍ରିଲରେ 4, ମେରେ 10, ଜୁଲାଇରେ 3 ଏବଂ ଅଗଷ୍ଟ 10 ତାରିଖ ସୁଦ୍ଧା ଗୋଟିଏ ହାତୀର ମୃତ୍ୟୁ ହୋଇଛି । ଯଦି ତଥ୍ୟକୁ ଆକଳନ କରିବା ଯଦି ହାତୀ ମୃତ୍ୟୁ ହାର ଏହି ତୁଳନାରେ ବୃଦ୍ଧି ପାଇବ ତାହେଲେ ଆଗାମୀ ଦିନରେ ହାତୀ ବଂଶ ଲୋପ ପାଇଯିବ ଭଳି ମନେହେଉଛି । ହାତୀମାନଙ୍କ ସୁରକ୍ଷା ପାଇଁ ପ୍ରତିବର୍ଷ ମାଳା ମାଳ ଆଇନ ପ୍ରଣୟନ ହେଉଛି କିନ୍ତୁ ବନ ବିଭାଗ ହାତୀ ମୃତ୍ୟୁ ରୋକିବାରେ ଫେଲ ମାରିଛି।

ଏହା ମଧ୍ୟ ପଢନ୍ତୁ: International Youth Day: ବଦଳିଛି ଯୁବପିଢିଙ୍କ ରୁଚି, ଏହି ବିଷୟ ଉପରେ ରହୁଛି ଅଧିକ ଧ୍ୟାନ

ହସ୍ତୀ ଦିବସର ଇତିହାସ: 2012 ମସିହା ଅଗଷ୍ଟ ମାସ 12 ତାରିଖରେ ପ୍ରଥମ କରି ବିଶ୍ବ ହସ୍ତୀ ଦିବସ ପାଳିତ ହୋଇଥିଲା । ଏହାପରେ ପ୍ରତ୍ୟେକ ବର୍ଷ ହାତୀଙ୍କ ସୁରକ୍ଷା ପାଇଁ ଏହା ପାଳନ କରାଯାଉଛି । 2011 ମସିହାର କାନାଡାର ଦୁଇଜଣ ଚଳଚିତ୍ର ନିର୍ମାତା ମାଇକେଲ କ୍ଲାର୍କ ଓ ପେଟ୍ରିକା ସିମା, ଥାଇଲାଣ୍ଡ ଏଲିଫ୍ୟାଣ୍ଟ ରିଇଣ୍ଟ୍ରୋଡକ୍ସନ ଫାଉଣ୍ଡେସନର ସାଧାରଣ ସମ୍ପାଦକ ସିବାପୋର୍ନ ଦର୍ଦରାନନ୍ଦ ଏହି ଦିନଟିକୁ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେହି ଦିନଠାରୁ ଆଜିର ଦିନକୁ ବିଶ୍ବ ହାତୀ ଦିବସ ଭାବରେ ପାଳନ କରାଯାଉଛି । ହାତୀ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି ବନ୍ୟଜନ୍ତୁଙ୍କ ପ୍ରତି ଆମର ଯତ୍ନ ଏବଂ ପ୍ରେମ ଦେଖାଇବା । ହାତୀ ବ୍ୟବସାୟୀ ଠାରୁ ଆରମ୍ଭ କରି ବାସସ୍ଥାନ ନଷ୍ଟ ହେବା ପର୍ଯ୍ୟନ୍ତ ଏସିଆ ଏବଂ ଆଫ୍ରିକାରେ ହାତୀଙ୍କ ଭବିଷ୍ୟତ ପ୍ରତି ଥିବା ବିପଦ ବିଷୟରେ ସଚେତନତା ସୃଷ୍ଟି କରିବା।

ହାତୀର ଦୈନିକ ଖାଦ୍ୟ: ସାଧାରଣତଃ ହାତୀକୁ ଦୈନିକ 1 କ୍ବିଣ୍ଟାଲ ଖାଦ୍ୟ ଆବଶ୍ୟକ ହୋଇଥାଏ । ଖାଦ୍ୟ ସହିତ 200 ଲିଟର ପାଣି ପିଇଥାଏ ହାତୀ । 50ରୁ 60 କିସମର ବୃକ୍ଷଲତାରୁ ହାତୀ ଖାଦ୍ୟ ସଂଗ୍ରହ କରିଥାଏ। କୁହାଯାଏ ହାତୀ ଯେତିକି ଖାଏ ସେତିକି ନଷ୍ଟ କରିଥାଏ । ଗଛଲତା ଖାଇବା ଅପେକ୍ଷା ଅଧିକା ଗଛ ଭାଙ୍ଗିଥାଏ। ଜଙ୍ଗଲରେ ଆହାର ସଂଗ୍ରହ କରି ହାତୀ ବିଚରଣ କରିଥାଆନ୍ତି । କିନ୍ତୁ ଜଙ୍ଗଲ ନଷ୍ଟ ହେବା କାରଣରୁ ବାଧ୍ୟ ହୋଇ ହାତୀ ଜନବସିତି ମୁହାଁ ହେଉଛନ୍ତି ।

ସାଧାରଣତଃ ଗୋଟିଏ ହାତୀକୁ 12 ବର୍ଷ ହେବା ପରେ ହିଁ ଗର୍ଭଧାରଣ କ୍ଷମତା ପ୍ରାପ୍ତ ହୋଇଥାଏ । ହାତୀ 70ରୁ 75 ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚିଥାଏ । ଗୋଟିଏ ମାଈ ହାତୀ ଜୀବନକାଳ ମଧ୍ୟରେ 12ରୁ 13ଟି ଛୁଆ ଜନ୍ମ କରିଥାଏ । ସାଧାରଣତଃ ମଣିଷ ଗର୍ଭବତୀ ହେଲେ 10 ମାସରେ ଛୁଆ ହୋଇଥାଏ କିନ୍ତୁ ହାତୀ ଛୁଆ ଜନ୍ମ ଦେବା ପାଇଁ 22 ମାସ ଲାଗିଥାଏ । 22 ମାସ ଗର୍ଭରେ ଧାରଣ କରିବା ପରେ ଛୁଆ ଜନ୍ମ ଦେଇଥାଏ । 22 ମାସ ଭିତରେ ଛୁଆ ହାତୀର ଓଜନ ପାଖାପାଖି 60 କିଲୋ ହୋଇଥାଏ । ଚଳିତ ବର୍ଷର ଥିମ ରହିଛି ଅବୈଧ ବନ୍ୟପ୍ରାଣୀ ବ୍ୟାପାରକୁ ସମାପ୍ତ କରିବା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.