ETV Bharat / state

ବିପର୍ଯ୍ୟୟ ପରିଚାଳନା ପାଇଁ ଓଡ଼ିଶାକୁ ହାତ ବଢାଇଲା ବିଶ୍ବବ୍ୟାଙ୍କ, ଦେଲା 822 କୋଟି - ବିପର୍ଯ୍ଯୟ ପରିଚାଳନା ପାଇଁ ଲୋନ ଦେଲା ବିଶ୍ବବ୍ୟାଙ୍କ

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାକୁ ଓଡିଶାକୁ 822 କୋଟି ଟଙ୍କା ଲୋନ ଦେଇଛି ବିଶ୍ବ ବ୍ୟାଙ୍କ । ଅଧିକ ପଢନ୍ତୁ

world bank loan to odisha for disaster response
ବିପର୍ଯ୍ଯୟ ପରିଚାଳନା ପାଇଁ ଓଡ଼ିଶାକୁ ହାତ ବଢାଇଲା ବିଶ୍ବବ୍ୟାଙ୍କ
author img

By

Published : Mar 30, 2023, 12:58 PM IST

ଭୁବନେଶ୍ବର: ରାଜ୍ୟ ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଥାଏ । ହାରାହାରି 15 ମାସରେ ଥରେ ଓଡିଶା ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି । ରାଜ୍ୟ ଦୃଢତାର ସହିତ ଏହାର ମୁକାବିଲା କରିଛି । ପ୍ରାକୃତିକ ବିପର୍ଯ୍ୟୟରେ ଅନେକ ଧନ ଜୀବନ ନଷ୍ଟ ହେଉଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ବ ବ୍ୟାଙ୍କ ଓଡିଶାକୁ 100ନିୟୁତ ଡଲାର ଅର୍ଥାତ 822 କୋଟି ଟଙ୍କା ବିପର୍ଯ୍ୟୟ ମୁକାବିଲା ପାଇଁ ଦେଇଛି । ଏହି ଟଙ୍କା ଓଡିଶା ସରକାର ବିପର୍ଯ୍ୟୟର ପ୍ରାରମ୍ଭିକ ପୂର୍ବାନୁମାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ବ୍ୟବସ୍ଥା କରିବ ।

ଏହା ସହିତ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଗରିବ ଏବଂ ଦୁର୍ବଳ ପରିବାର ପାଇଁ ସାମାଜିକ ସୁରକ୍ଷା ଦେବା ବ୍ୟବସ୍ଥାକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ବୋଲି ବିଶ୍ଵବ୍ୟାଙ୍କ ଆଶା ରଖିଛି । ବିଶ୍ବ ବ୍ୟାଙ୍କ ପକ୍ଷରୁ ଜାରି ହୋଇଥିଲା ବିବୃତ୍ତିରେ କୁହାଯାଇଛି ଯେ, ''ଓଡ଼ିଶା ଷ୍ଟେଟ କାପାବିଲିଟି ଆଣ୍ଡ ରେସିଲିଏଣ୍ଟ୍ ଗ୍ରୋଥ ପ୍ରୋଗ୍ରାମ ମଲ୍ଟି-ହାର୍ଜଡ ଡିଜିଟାଲ ୱାର୍ଣ୍ଣିଂ ସିଷ୍ଟମ ଜରିଆରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି ହ୍ରାସ କରିବାରେ ସହାୟକ ହେବ । ଏହି କାର୍ଯ୍ୟକ୍ରମ ନଗଦ ହସ୍ତାନ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ସୁରକ୍ଷା କଭରେଜକୁ ମଧ୍ୟ ବୃଦ୍ଧି କରିବ ।''

ଉପକୂଳବର୍ତ୍ତୀ ଏବଂ ଅବହେଳିତ ସମୁଦାୟ ଅନଲାଇନ ଡେଲିଭରି ପ୍ଲାଟଫର୍ମ ମାଧ୍ୟମରେ ସହାୟତା ଗ୍ରହଣ କରିବେ ବୋଲି ବିଶ୍ବବ୍ୟାଙ୍କ କହିଛି । ବିଶ୍ବବ୍ୟାଙ୍କର ଭାରତ ପାଇଁ ନିୟୋଜିତ ଅଧିକାରୀ ବା ନିର୍ଦ୍ଦେଶକ ଅଗଷ୍ଟେ ତାନୋ କୁଆମେ କହିଛନ୍ତି ଯେ,''ଏହି କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କୁ ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ସୁରକ୍ଷିତ ରଖିବା ପାଇଁ ବର୍ତ୍ତମାନର ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ । ପ୍ରତିବର୍ଷ ବାତ୍ୟାରେ ଉପକୂଳବର୍ତ୍ତୀ ରାଜ୍ୟ ଓଡିଶା ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଥାଏ । ରାଜ୍ୟର ୪୮୦ କିମି ଉପକୂଳ ମଧ୍ୟ ସୁନାମି ଆଶଙ୍କାରେ ରହିଛି । ବାରମ୍ବାର ଘଟୁଥିବା ବିପର୍ଯ୍ୟୟ କୃଷି ଉତ୍ପାଦନ, ଭିତ୍ତିଭୂମି ଏବଂ ସ୍ବାସ୍ଥ୍ୟ, ଶିକ୍ଷା ଏବଂ ନିଯୁକ୍ତି ଭଳି ଆର୍ଥିକ କାର୍ଯ୍ୟକଳାପକୁ ବିଶେଷ ଭାବେ ପ୍ରଭାବିତ କରିଥାଏ । ଏ ଦିଗରେ ସହୟତା ପ୍ରଦାନ କରିବ ଅର୍ଥ ।

ନିକଟରେ କେନ୍ଦ୍ର ସରକାର ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଓଡ଼ିଶା ସରକାରକୁ ପ୍ରଶଂସା କରିବା ସହିତ ପୁରସ୍କାର ପ୍ରଦାନ କରିଛନ୍ତି । 2023 ବର୍ଷ ପାଇଁ ଓସଡମା ଗ୍ରହଣ କରିଛି ସୁଭାଷ ଚନ୍ଦ୍ର ବୋଷ ଅପଦା ପ୍ରବନ୍ଧନ ପୁରସ୍କାର । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓସଡମାକୁ ଏହି ପୁରସ୍କାର ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରୁ ପୁରସ୍କାର ଗ୍ରହଣ କରିଛନ୍ତି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ତତ୍କାଳୀନ ଏସଆରସି ନୀକୁଞ୍ଜ ବିହାରୀ ଧଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.