ETV Bharat / state

ପିଏମ ବିଶ୍ଵକର୍ମା ଯୋଜନା ସମ୍ପର୍କରେ ସଚେତନଧର୍ମୀ କର୍ମଶାଳା

author img

By ETV Bharat Odisha Team

Published : Dec 20, 2023, 9:27 PM IST

BJP Workshop: ବିଶ୍ଵକର୍ମା ଯୋଜନା ସମ୍ପର୍କରେ ସଚେତନ ଧର୍ମୀ କର୍ମଶାଳା କଲା ବିଜେପି । ଏଥିରେ ଯୋଗ ଦେଇଥିଲେ ବିଶ୍ୱକର୍ମା ଯୋଜନାର ଓଡିଶା ପ୍ରଭାରୀ ସଙ୍ଗମ ଲାଲ ଗୁପ୍ତା। ଅଧିକ ପଢନ୍ତୁ

PM Vishwakarma Scheme
ପିଏମ ବିଶ୍ଵକର୍ମା ଯୋଜନା
ପିଏମ ବିଶ୍ଵକର୍ମା ଯୋଜନା

ଭୁବନେଶ୍ବର: ବିଶ୍ଵକର୍ମା ଯୋଜନା ବାବଦରେ ସଚେତନଧର୍ମୀ କର୍ମଶାଳା । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏନେଇ ଏକ ବୈଠକ ଆୟୋଜିତ ହୋଇଛି । ଏଥିରେ ଯୋଗ ଦେଇଥିଲେ ବିଶ୍ୱକର୍ମା ଯୋଜନାର ଓଡିଶା ପ୍ରଭାରୀ ସଙ୍ଗମ ଲାଲ ଗୁପ୍ତା । ଏହି ଯୋଜନା କେମିତି ରାଜ୍ଯବାସୀଙ୍କ ପାଖେ ପହଞ୍ଚି ପାରିବ ଏବଂ ଏଥିରେ ଦୁର୍ନୀତି ନହେବା ପାଇଁ କର୍ମୀମାନଙ୍କୁ ସଚେତନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ବିଶ୍ଵକର୍ମା ଯୋଜନା ଆରମ୍ଭ ହୋଇଥିଲା । ସମାଜର ଅନ୍ତିମ ସ୍ତରରେ ଥିବା ବର୍ଗ ବା ଅନ୍ତୋଦୟମାନଙ୍କୁ ଆଗକୁ ଆଣିବା ପାଇଁ ଲକ୍ଷ୍ୟ ରହିଛି । ପାରମ୍ପରିକ କାରିଗରଙ୍କ ଅସ୍ତିତ୍ବ ଲୋପ ହେବାରେ ଲାଗିଛି । ତେଣୁ 18 ପ୍ରକାର ପାରମ୍ପରିକ କାରିଗରଙ୍କ ରୋଜଗାର ବୃଦ୍ଧି ପାଇଁ ବିଶ୍ଵକର୍ମା ଯୋଜନା ଆରମ୍ଭ କରାଯାଇଥିବା କୁହାଯାଇଛି ।

ପିଏମ ବିଶ୍ଵକର୍ମା ଯୋଜନା ଓଡ଼ିଶା ପ୍ରଭାରୀ ସଙ୍ଗମଲାଲ ଗୁପ୍ତା କହିଛନ୍ତି, "ଲୋକଙ୍କୁ ବିଶ୍ଵକର୍ମା ଯୋଜନାର ଅଧିକ ଲାଭ କେମିତି ମିଳିବ ତା'ର ତାଲିମ ଦିଆଯାଉଛି । ଟ୍ରେନିଂ ସମୟରେ ଦିନକୁ 500 ଟଙ୍କା ଦିଆଯିବ । ଟୁଲ କିଟ୍ ପାଇଁ 15 ହଜାର ଟଙ୍କା ଦିଆଯିବ । 1 ଲକ୍ଷରୁ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୋଦି ଗ୍ୟାରେଣ୍ଟିରେ ଲୋନ୍ ଦିଆଯିବ । ଏହି ଯୋଜନାକୁ ବୁଥ ସ୍ତର ପର୍ଯ୍ୟନ୍ତ ନିଆଯିବ । ଓଡ଼ିଶାରେ ଏପର୍ଯ୍ୟନ୍ତ ପ୍ରାୟ 1 ଲକ୍ଷ 20 ହଜାର ଲୋକ ଆବେଦନ କରିଛନ୍ତି । ଜିଲ୍ଲା ସ୍ତରରେ ସ୍କୃଟିନି କମିଟିରେ 3 ଜଣ ଲୋକଙ୍କୁ କେନ୍ଦ୍ର ସରକାର ନିୟୋଜିତ କରିଛନ୍ତି ।"

ଏହା ମଧ୍ୟ ପଢନ୍ତୁ...ପ୍ରଧାନମନ୍ତ୍ରୀଙ୍କ ବିଶ୍ବକର୍ମା ଯୋଜନା କେବଳ ପ୍ରଚାର ସର୍ବସ୍ବ: କଂଗ୍ରେସ

ସେହିପରି "ଓଡ଼ିଶାରେ ପଛୁଆ ବର୍ଗର ବହୁ ମହିଳା ଯେଉଁମାନେ ନିଜେ ଓ ନିଜ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଏହି କାମ ଗୁଡିକୁ କରୁଛନ୍ତି, ସେମାନେ ଏହି ଯୋଜନାରୁ ଲାଭାନ୍ୱିତ ହେବେ । ଏହାସହ ବିଶ୍ୱଦରବାରରେ ନିଜର ନାମ ଏବଂ କୌଳିକ ବୃତ୍ତିକୁ ପ୍ରତିଷ୍ଠିତ କରିବାର ସୁବର୍ଣ୍ଣ ସୁଯୋଗ ପାଇବେ। ବିଶ୍ୱକର୍ମା ଯୋଜନାରେ କାରିଗରଙ୍କୁ ପରିଚୟ ପତ୍ର ଏବଂ ସାର୍ଟିଫିକେଟ ମିଳିବ । ଶିଳ୍ପୀକୁଳ ସାମର୍ଥ୍ୟ ସମ୍ପନ୍ନ ହେବେ ବୋଲି ମୋଦିଙ୍କ ଗ୍ୟାରେଣ୍ଟି ରହିଛି" ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଏହି ବିଶ୍ୱକର୍ମା ଯୋଜନା ଦ୍ବାରା ଗାଁର ଲୋକେ କିଭଳି ଉପକୃତ ହେବେ ସେନେଇ ବିଜେପିର କାର୍ଯ୍ୟକର୍ତ୍ତା ଚେଷ୍ଟା କରିବା ପାଇଁ ରାଜ୍ୟ ସଭାପତି ମନମୋହନ ସାମଲ ଆହ୍ୱାନ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.