ETV Bharat / state

ଅପରାଜିତାଙ୍କ ବିରୋଧରେ ପୁଣି ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ପ୍ରଭାରୀଙ୍କୁ ଚିଠି - କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ପ୍ରଭାରୀଙ୍କୁ ଚିଠି

ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ (Bhubaneswar MP Aparajita Sarangi)ଙ୍କ ବିରୋଧରେ ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲଙ୍କୁ ୫ ପୃଷ୍ଠାର ଲମ୍ବା ଅଭିଯୋଗ ପତ୍ର । ସାଂସଦଙ୍କ ବିରୋଧରେ ଏକଛତ୍ରବାଦ ଓ ଦଳ ବିରୋଧୀ କାର୍ଯ୍ୟକଳାପ ଭଳି ଅନେକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବେଗୁନିଆ ବୋଲଗଡ଼ ନିର୍ବାଚନମଣ୍ଡଳୀର ବିଜେପି କର୍ମକର୍ତ୍ତା । ଅଧିକ ପଢ଼ନ୍ତୁ

ଅପରାଜିତାଙ୍କ ବିରୋଧରେ ପୁଣି ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ପ୍ରଭାରୀଙ୍କୁ ଚିଠି

author img

By

Published : Sep 19, 2022, 8:25 PM IST

ଖୋର୍ଦ୍ଧା: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ (Bhubaneswar MP Aparajita Sarangi)ଙ୍କ ବିରୋଧରେ ପୁଣି ଅଭିଯୋଗ ଆଣିଲେ ଦଳୀୟ କର୍ମକର୍ତ୍ତା । ବେଗୁନିଆ ବୋଲଗଡ଼ ନିର୍ବାଚନମଣ୍ଡଳୀର ବିଜେପି କର୍ମକର୍ତ୍ତା ସାଂସଦଙ୍କ ବିରୋଧରେ ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲଙ୍କୁ ୫ ପୃଷ୍ଠାର ଲମ୍ବା ଅଭିଯୋଗ ପତ୍ର ଦେଇଛନ୍ତି । ଅଭିଯୋଗ ପତ୍ରର ନକଲ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ମଧ୍ୟ ଦିଆଯାଇଛି ।

ଅପରାଜିତାଙ୍କ ବିରୋଧରେ ପୁଣି ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ପ୍ରଭାରୀଙ୍କୁ ଚିଠି
ଅପରାଜିତାଙ୍କ ବିରୋଧରେ ପୁଣି ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ପ୍ରଭାରୀଙ୍କୁ ଚିଠି

ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ବେଗୁନିଆ ବୋଲଗଡ଼ ନିର୍ବାଚନମଣ୍ଡଳୀର ଦଳୀୟ କର୍ମକର୍ତ୍ତା ବାରମ୍ବାର ଅଭିଯୋଗ ଆଣୁଥିବା ଦେଖିବାକୁ ମିଳୁଛି । ସାଂସଦଙ୍କ ବିରୋଧରେ ଅନେକ ଥର ଏହି ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ଓ କର୍ମୀଙ୍କର ମେଳି ମଧ୍ୟ ଦେଖିବାକୁ ମିଳୁଛି । ନିକଟରେ ଏକ ଦଳୀୟ ବୈଠକରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟଶୈଳୀକୁ ସମାଲୋଚନା କରିବା ସହିତ ଖୋଲାଖୋଲି ବିରୋଧ କରିଥିଲେ ଦକ୍ଷିଣ ବେଗୁନିଆ ମଣ୍ଡଳ ସଭାପତି ଯୋଗେଶ୍ବର ସୁନ୍ଦରାୟ । ଏନେଇ ତାଙ୍କୁ ପଦରୁ ବହିଷ୍କାର କରିଥିଲେ ଜିଲ୍ଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର । ତେବେ ଜିଲ୍ଲା ସଭାପତିଙ୍କର ବହିଷ୍କାର କରିବାର କ୍ଷମତା ନଥିବା କହିଥିଲେ ଯୋଗେଶ୍ବର ।

ଏହା ମଧ୍ୟ ପଢ଼ନ୍ତୁ...ଅପରାଜିତାଙ୍କୁ ଦଳ ଭିତରୁ ବିରୋଧ, ସାଂସଦଙ୍କ ପାଇଁ ସଂଗଠନ ଉଜୁଡୁଥିବା ଅଭିଯୋଗ

ତେବେ ଏହା ପରେ ମଧ୍ୟ ଅନେକ ଥର ସାଂସଦଙ୍କ ବିରୋଧରେ ମେଳି ହୋଇଛନ୍ତି ଦଳୀୟ ନେତା ଓ କର୍ମୀ । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଏକଛତ୍ରବାଦ, ଦଳ ବିରୋଧୀ କାର୍ଯ୍ୟକଳାପ, ମନୋମୁଖୀ କାମ, ସମାନ୍ତରାଳ ସଙ୍ଗଠନ ଓ କର୍ମକର୍ତ୍ତାଙ୍କୁ ଦୁର୍ବବ୍ୟହାର ଭଳି ଅନେକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କର୍ମକର୍ତ୍ତା । ଏନେଇ ସାଂସଦଙ୍କୁ ପ୍ରଶ୍ନ କଲେ ଦଳରୁ ବିଦା କରିବାକୁ ଧମକ ମିଳୁଥିବା ଅଭିଯୋଗ ହୋଇଛି । ଏଭଳି ଅନେକ ଅଭିଯୋଗ ନେଇ ଦଳର ନବନିଯୁକ୍ତ ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲଙ୍କୁ ୫ ପୃଷ୍ଠା ଲମ୍ବର ଏକ ଅଭିଯୋଗ ପତ୍ର ଦେଇଛନ୍ତି ବେଗୁନିଆ ବୋଲଗଡ଼ ନିର୍ବାଚନମଣ୍ଡଳୀର ବିଜେପି କର୍ମକର୍ତ୍ତା । ତେବେ ଏହି ଅଭିଯୋଗ ପତ୍ରର ନକଲ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ମଧ୍ୟ ଦିଆଯାଇଥିବା ସୂଚନା ମିଳିଛି ।

ଅଭିଯୋଗ ପତ୍ରରେ ବିଜେପି ଯୁବମୋର୍ଚ୍ଚାକୁ ଭାଙ୍ଗିବା ପାଇଁ ସାଂସଦ ନିଜସ୍ବ ସଂଗଠନ 'ୟୁଥ ଫର୍ ଆକ୍ସନ' ଆରମ୍ଭ କରିଥିବା ଦର୍ଶାଯାଇଛି । ସେହିଭଳି ବିଜେପି ମହିଳା ମୋର୍ଚ୍ଚାକୁ ଦୁର୍ବଳ କରିବା ପାଇଁ 'ଅଜିତା' ଏବଂ କୃଷକ ମୋର୍ଚ୍ଚା ସଂଗଠନକୁ ନଷ୍ଟ କରିବାକୁ 'ସମର୍ଥ' ଭଳି ନିଜସ୍ବ ସଂଗଠନ କରି ଦଳୀୟ ସଂଗଠନକୁ ସାଂସଦ ଅପରାଜିତା ଦୁର୍ବଳ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ସାଂସଦଙ୍କ ବାର୍ଷିକ ରିପୋର୍ଟରେ ବି ଅନେକ ମିଥ୍ୟା ତଥ୍ୟ ଦିଆଯାଇଛି । ଏହାର ବିଧିବଦ୍ଧ ତଦନ୍ତ କରିବାକୁ ବେଗୁନିଆ ବିଜେପିର ନେତୃବୃନ୍ଦ ଦାବି କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ରଙ୍କୁ ହାତବାରିସୀ କରି କର୍ମୀଙ୍କୁ ସାଂସଦ ଖରାପ ବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଜିଲ୍ଲାରେ ସଙ୍ଗଠନକୁ ଦୁର୍ବଳ କରିବା ପାଇଁ ସାଂସଦ ଗୋଟି ଚଳାଉଥିବା ଅଭିଯୋଗ କରି ଦଳୀୟ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବେଗୁନିଆ ବୋଲଗଡ଼ ଅଞ୍ଚଳର ଛାମୁଆ ନେତା ଓ କର୍ମୀ । ତେବେ ଅପରାଜିତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପର୍କରେ ଦଳ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଆଗମୀ ଦିନରେ ଜଣାପଡିବ ।

ଇଟିଭି ଭାରତ,ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.