ETV Bharat / state

ଲୋଗୋ ବିବାଦ: PMAY ସହ ରହିବ ବିଜୁ ପକ୍କା ଘର ଲୋଗୋ - ପ୍ରଧାନମନ୍ତ୍ରୀ ଆବାସ ଯୋଜନା

9.59 ଲକ୍ଷ PMAY(G) ହିତାଧିକାରୀଙ୍କୁ ଫେବୃଆରୀ ମଧ୍ୟ ଭାଗ ସୁଦ୍ଧା ଘର ନିର୍ମାଣ ପାଇଁ ୱାର୍କଅର୍ଡର । ସର୍ବସାଧାରଣଙ୍କ ଅବଗତି ଓ ଅଭିଯୋଗ ନିମନ୍ତେ ଆଜି ଠାରୁ ହିତାଧିକାରୀଙ୍କ ସମ୍ଭାବ୍ୟ ତାଲିକା ପଞ୍ଚାୟତୱାରୀ ପ୍ରଦର୍ଶିତ କରାଯିବ । ଅଧିକ ପଢନ୍ତୁ

Pradhan Mantri Abasa Yojana
Pradhan Mantri Abasa Yojana
author img

By

Published : Jan 16, 2023, 11:12 AM IST

Pradhan Mantri Abasa Yojana

ଭୁବନେଶ୍ବର: ଆବଣ୍ଟିତ ହେବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 9.59 ଲକ୍ଷ ହିତାଧିକାରୀଙ୍କୁ ୱାର୍କ ଅର୍ଡର । ଗ୍ରାମ ସଭାରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଅନୁମୋଦନ ପରେ ଫେବୃଆରୀ ମଧ୍ୟ ଭାଗ ସୁଦ୍ଧା ଗୃହ ନିର୍ମାଣ କାର୍ଯ୍ୟାଦେଶ ମିଳିବ । PMAY(G) ଯୋଜନାରେ କେନ୍ଦ୍ର ଓ ରାଜ୍ୟ ଅଂଶଧନ 60:40 ପ୍ରତିଶତ ଥିବା ବେଳେ ଏଥିରେ ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର ଲୋଗୋ ରହିବ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଯେହେତୁ ରାଜ୍ୟ 40 ପ୍ରତିଶତ ଅର୍ଥ ଦେଉଛି, ସେଥିପାଇଁ ରାଜ୍ୟ ସରକାରଙ୍କ ଲୋଗୋ ରହିବ ବୋଲି ସୂଚନା ମିଳିଛି । ଯାହାକୁ ନେଇ ଏବେ ଠାରୁ ରାଜନୀତି ଆରମ୍ଭ ହୋଇଯାଇଛି । ରାଜ୍ୟ ସରକାରଙ୍କ ଲୋଗୋ ରହିବ ନ ନାହିଁ ସେନେଇ ସ୍ପଷ୍ଟ ସୂଚନା ଦେଇ ନାହାନ୍ତି ପଞ୍ଚାୟତି ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନି । ତେବେ ତାଲିକା ପ୍ରକାଶ ନହେଉଣୁ ମାଇଲେଜ ପାଇଁ ଆରମ୍ଭ ହୋଇଯାଇଛି ରାଜନୀତି । ତେଣେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି ।

ପ୍ରମୁଖ ଶାସନ ସଚିବ କହିଛନ୍ତି ଯେ, କିଛି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନେକ ଅଭିଯୋଗ ଆସିଥିଲା । ସେଥିରୁ ଲୋଗୋକୁ ନେଇ ମଧ୍ୟ ଅଭିଯୋଗ ଥିଲା । ଏହାର ତଦନ୍ତ କରିବା ଲାଗି କେନ୍ଦ୍ରୀୟ ପ୍ରତିନିଧି ଦଳ 2 ଥର ଓଡିଶା ଆସିଛନ୍ତି । ପରେ ସ୍ପଷ୍ଟୀକରଣ ମଗାଯାଇଥିଲା । ତାହାର ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉତ୍ତର ରଖିଛନ୍ତି । ଉତ୍ତରରେ ସନ୍ତୁଷ୍ଟ ହେବା ପରେ କାର୍ଯ୍ୟାଦେଶ ଦେବାକୁ ଅନୁମତି ଦିଆଯାଇଛି । ଆମେ ପ୍ରତିଶ୍ରୁତି ଦେଇଛୁ ଯେ, ପ୍ରଧାନମନ୍ତ୍ରୀ ଆବାସ ଲୋଗୋ ପ୍ରୋମିନେଟଲି ରହିବ । ଯେହେତୁ ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶଧନ 60:40 ପ୍ରତିଶତ ରହିଛି । ଏହାଠାରୁ ଅଧିକ କହିବା ଲାଗି ମୁଁ ସ୍ୱୀକୃତିପ୍ରାପ୍ତ ନୁହେଁ ବୋଲି ସଚିବ କହିଛନ୍ତି ।

ସେହିପରି ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି ଯେ, ‘‘ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 9.59 ଲକ୍ଷ ଘର ବହୁ ବିଳମ୍ବରେ ଏବେ ମିଳିଛି । ଲୋଗୋ ଚିନ୍ତା ନୁହେଁ । କାମ ହେବା ସହ ହିତାଧିକାରୀଙ୍କୁ ଘର ମିଳୁ, ତାହା ଚିନ୍ତା । ଲୋଗୋରେ ବିଜେପି ଥାଉ । ଶତକଡ଼ା ଶହେ ଭାବ କେନ୍ଦ୍ର ସରକାର ଦେଉନାହାନ୍ତି । ପଣ୍ଡିତ ନେହେରୁଙ୍କ ଠାରୁ ଆରମ୍ଭ କରି ମନମୋହନ ସିଂଙ୍କ ପର୍ଯ୍ୟନ୍ତ ଏହି ଯୋଜନା ସତ ପ୍ରତିଶତ କେନ୍ଦ୍ରୀୟ ପ୍ରଦତ୍ତ ଯୋଜନା ଥିଲା । ଏବେ ତାହା 60:40 ହୋଇଛି । ଏହା ଛଡା ଅନ୍ୟାନ୍ୟ ସୁବିଧା ରାଜ୍ୟ ସରକାର ଦେଉଛନ୍ତି । ତାହାକୁ ମିଳିଲେ 50:50 ଯୋଜନା ହୋଇଯାଉଛି । କିଛି ବର୍ଷ ତଳେ ଏହି ଯୋଜନାରେ 12 ହଜାର କୋଟି ଖର୍ଚ୍ଚ ହୋଇଥିଲା, ସେଥିରୁ ରାଜ୍ୟ ସରକାର 6 ହଜାର କୋଟି ଦେଇଥିଲେ ।

ସେପଟେ ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି ଯେ, ଓଡ଼ିଶା ଦେଶ ବାହାର ନୁହେଁ । ଦେଶର ଗୋଟେ ରାଜ୍ୟ । କଣ ସେୟାରିଂ ହେବ ସବୁ ରାଜ୍ୟର ଉପସ୍ଥିତିରେ ନୀତି ଆୟୋଗ ଦ୍ବାରା ନିଷ୍ପତ୍ତି ହୋଇଛି । କୌଣସି ରାଜ୍ୟ ନିଜର ଲୋଗୋ ଲଗାଉନାହାନ୍ତି । ଏହା ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ । ଗୋଟେ ଥର ନିଜର ଷ୍ଟିକର ମାରି ଚୋରି କରୁଥିଲେ, ବିରୋଧ କାରଣରୁ ସେଥିରୁ ବଞ୍ଚି ରହିଥିଲେ । ଏବେ ଆଉ ଥରେ ଯଦି ଦୁଃସାହସ କରନ୍ତି, ତାହାର ପରିଣାମ ଭୋଗ କରିବାକୁ ପଡିବ । ଯଦି ଏହି ଯୋଜନାରେ ରାଜ୍ୟ ସରକାର ବଦମାସି କରନ୍ତୁ, ପରିଣାମ ଭୟଙ୍କର ହେବ । ବିଜୁ ପକ୍କା ଘର ଲାଗି ଟଙ୍କା ଆଲୋକେସନ କରି ଲୋଗୋ ଲଗାନ୍ତୁ । ଫଳକ ଲାଗି ରାଜ୍ୟ ସରକାର 20 କୋଟି ଖର୍ଚ୍ଚ କରିଥିଲେ । ସେ ପଇସା ନଷ୍ଟ ହୋଇଛି । ନିଚ୍ଚ କାମ କଲେ, ରାଜନୈତିକ ଲଢେଇରେ ଶେଷ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.