ETV Bharat / state

NCRB ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ମହିଳା କଂଗ୍ରେସ

author img

By ETV Bharat Odisha Team

Published : Dec 7, 2023, 10:14 PM IST

Women’s wing of OPCC targets BJD Govt on NCRB report: ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ (NCRB) ରିପୋର୍ଟ ଅନୁସାରେ ଓଡିଶାରେ ବଢିଛି ନାରୀ ଏବଂ ଶିଶୁ ନିର୍ଯାତନା । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ମହିଳା କଂଗ୍ରେସ । ଅଧିକ ପଢନ୍ତୁ

NCRB ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ମହିଳା କଂଗ୍ରେସର ଟାର୍ଗେଟ

ଭୁବନେଶ୍ବର: ସଦ୍ୟ ପ୍ରକାଶିତ ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ (NCRB) ରିପୋର୍ଟ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମିଳନୀରେ ଦଳ ତରଫରୁ କୁହାଯାଇଛି 2021-22 ମସିହାରେ NCRB ରିପୋର୍ଟ ଦେଖିଲେ ଜଣାପଡୁଛି ରାଜ୍ୟରେ ମହିଳାଙ୍କ ଉପରେ 4 ପ୍ରତିଶତ ଏବଂ ଶିଶୁଙ୍କ ଉପରେ 8 ପ୍ରତିଶତ ଅତ୍ୟାଚାର ପ୍ରତିଶତ ବଢିଛି । ରାଜ୍ୟରେ ମହିଳାଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ବିଭାଗ ସହ ସଂଗଠନ ନିର୍ମାଣ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ସଫଳତା ମିଳିପାରୁନାହିଁ । ମହିଳା କମିଶନର ଏବଂ ଥାନାରେ ଥିବା ମହିଳା ଏବଂ ଶିଶୁ ଡେସ୍କ କାଯ୍ୟଦକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି କଂଗ୍ରେସ ।

ଅନ୍ୟପଟେ ରାଜ୍ୟରେ ପୂର୍ବବର୍ଷ ତୁଳନାରେ ସାଇବର କ୍ରାଇମରେ 24 ପ୍ରତିଶତ, ଅର୍ଥନୈତିକ ଅପରାଧ 11 ପ୍ରତିଶତ କ୍ରାଇମ ସଂଖ୍ୟା ବୃଦ୍ଧି ବଇଛି । ରାଜ୍ୟରେ ଉନ୍ନତି ହେଲେ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ଶ୍ରେୟ ଯାଉଛି କିନ୍ତୁ ତାଙ୍କ ସମୟରେ ରାଜନୀତିର ଅପରାଧିକରଣ ବଢ଼ିଚାଲିଛି । ବେବିନା, କୁନ୍ଦୁଲି, ଟିକିରି ଶିକ୍ଷୟିତ୍ରୀ, ପରୀ, ପିହୁ, ମାଧବୀଲତା, ମମିତା ମେହେର, ସୁଜାତା ଏବଂ ମାହାଙ୍ଗାର ଡବଲ ମର୍ଡର କେସ୍‌ରେ ରାଜ୍ୟ ସରକାରଙ୍କର ବିଧାୟକ ଓ ମନ୍ତ୍ରୀ ସଂପୃକ୍ତ ଥିବାର ଅଭିଯୋଗ ଥାଇ ମଧ୍ୟ ନବୀନ ବାବୁଙ୍କ ନୈରାଶତା ଦେଖିବାକୁ ମିଳୁଛି । ନିର୍ଯାତିତ ମହିଳାଙ୍କୁ ନ୍ୟାୟ ମିଳିବା ପରିବର୍ତେ ଶିଶୁ ନାରୀ ନିର୍ଯାତନା ଓ ଶିଶୁ ନିର୍ଯାତନାରେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ପରବର୍ତ୍ତୀ ସମୟରେ ଦଳର ଉଚ୍ଚସ୍ତରୀୟ ପଦବୀରେ ଥଇଥାନ କରି ନବୀନ ପଟ୍ଟନାୟକ ନାରୀ ନିର୍ଯାତନା ଓ ଶିଶୁ ନିର୍ଯାତନାକୁ ପ୍ରୋତ୍ସାହନ ଦଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରୁଛି ।

ଏହା ମଧ୍ୟ ପଢନ୍ତୁ ... ବଦଳିବ କଂଗ୍ରେସର ରଣନୀତି, ନୂଆ ମୁହଁକୁ କଂଗ୍ରେସର ଗୁରୁତ୍ବ

ବିଜେଡ଼ି ଦଳର ମା’କୁ ସମ୍ମାନ ଗାଁକୁ କାମ କେବଳ ସ୍ଲୋଗାନ ହୋଇ ରହିଯାଇଛି । ମଦ ମାଫିଆଙ୍କ କଳାଟଙ୍କା ଉପରେ ଇଡିର ରେଡ୍ ଚାଲିଛି । ସଦ୍ୟ ପ୍ରକାଶିତ ଏନସିଆରବି ରିପୋର୍ଟ ଅନୁଯାୟୀ ମହିଳା ମାନଙ୍କ ଉପରେ ଅତ୍ୟାଚାର କ୍ଷେତ୍ରରେ ଓଡ଼ିଶା ଦେଶରେ ୭ ନମ୍ବରରେ ପଂହଚିଛି ଏବଂ ଆହୁରି ମଧ୍ୟ ରାଜ୍ୟରେ ଅର୍ଥନୈତିକ ଅପରାଧ, ସାଇବର ଅପରାଧ ୨୪.୪ % ବୃଦ୍ଧି ପାଇଛି ।

ସେହିଭଳି ବିଭିନ୍ନ ଠକେଇ ଅପରାଧରେ ୧୧.୮ ଯାହାକି ରାଜ୍ୟ ସରକାର ନିୟନ୍ତ୍ରଣ ଉପରେ ବିଫଳ ସୂଚାଉଛି । ସବୁ କ୍ଷେତ୍ରରେ ଯଦି ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦିଆଯାଉଛି ତେବେ ରାଜ୍ୟରେ ନାରୀ ନିର୍ଯାତନା, ଶିଶୁ ନିର୍ଯାତନା ୭ ନମ୍ବରରେ ଥିବା ଓଡ଼ିଶାର ଶ୍ରେୟ କାହାକୁ ଦେବୁ ବୋଲି ସେ ପ୍ରଶ୍ନ କରିଛନ୍ତି । ଦୀର୍ଘ ୨୪ ବର୍ଷ ଧରି ଶାସନରେ ଥିବା ବିଜେଡ଼ି ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ଯେତେ କମିଶନ, ଆୟୋଗ ପରାମର୍ଶଦାତା କମିଟି ଗଠନ କରାଯାଇଛି ଏବଂ ରାଜ୍ୟ ସରକାର ବାହାଦୁରୀ ନେବା ପାଇଁ ପ୍ରତ୍ୟେକ ଥାନାରେ ଯେଉଁ ମହିଳା ଓ ଶିଶୁ ଡେସ୍କ ନାମକୁ ମାତ୍ର ଗଠନ କରିଛନ୍ତି, ସେ ସବୁକୁ ସଠିକ୍ ଭାବରେ ଦୃଢ଼ତା ଓ ନିଷ୍ଠାର ସହିତ କାର୍ଯ୍ୟ କରାଗଲେ ରାଜ୍ୟରେ ନାରୀ ନିର୍ଯାତନା, ଶିଶୁ ନିର୍ଯାତନା ଏବଂ ଦୁର୍ନୀତିର ପରିମାଣ ହ୍ରାସ ପାଇବ ବୋଲି କଂଗ୍ରେସ ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.