ETV Bharat / state

ମିଶନ ଶକ୍ତିରେ ଯୋଡ଼ି ହେବ ନୂତନ ସ୍କିଲ, ଫ୍ୟାସନ ଡିଜାଇନ ତାଲିମ ନେବେ ମହିଳା - ଫ୍ୟାସନ ଡିଜାଇନ ତାଲିମ ନେବେ ମହିଳା

ମହିଳାଙ୍କୁ ବିକାଶ ପାଇଁ ମିଶନ ଶକ୍ତିରେ ଯୋଡ଼ି ହେବ ନୂତନ ସ୍କିଲ୍‌ । ଫ୍ୟାସନ ଡିଜାଇନ, ବେକେରୀ ଭଳି ସ୍କିଲ୍‌ରେ ମହିଳାମାନଙ୍କୁ ଅଧିକ ସାମିଲ କରାଯିବା ନେଇ ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ର ସହିତ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଅଧିକ ପଢ଼ନ୍ତୁ

skill conclave 2023
ଓଡ଼ିଶା ସ୍କିଲ କନକ୍ଲେଭ ୨୦୨୩
author img

By

Published : Apr 21, 2023, 6:57 PM IST

ଓଡ଼ିଶା ସ୍କିଲ କନକ୍ଲେଭ ୨୦୨୩

ଭୁବନେଶ୍ବର: ସଶକ୍ତ ହେବେ ମହିଳା, ଆର୍ଥିକ ଅଭିବୃଦ୍ଧିରେ ମହିଳାମାନେ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଇବେ । ମିଶନ ଶକ୍ତି ଗଠନ କରାଯାଇ ମହିଳା ସଶକ୍ତିକରଣ ତଥା ସେମାନଙ୍କୁ ନିରାପଦ ଶିକ୍ଷା ଏବଂ ବିକାଶ ସୁଯୋଗ ପ୍ରଦାନ ଉପରେ ରାଜ୍ୟ ସରକାର ଅଧିକ ଗୁରୁତ୍ବ ଦେଇଛନ୍ତି । ନୂଆ ସ୍କିଲକୁ ବ୍ୟାପକତା ଭାବରେ ଗ୍ରହଣ କରାଯିବ । ଫ୍ୟାସନ ଡିଜାଇନ, ବେକେରୀ ଭଳି ସ୍କିଲରେ ମହିଳାମାନଙ୍କୁ ଅଧିକ ସାମିଲ କରାଯିବ ।

ଓଡ଼ିଶା ସ୍କିଲ କନକ୍ଲେଭ ୨୦୨୩ର ଆଜି (ଶୁକ୍ରବାର) ହେଉଛି ଦ୍ୱିତୀୟ ଦିବସ । ଦକ୍ଷତା ବିକାଶ କ୍ଷେତ୍ରରେ ଯୁବଗୋଷ୍ଠୀଙ୍କ ପାଇଁ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି ଏହି କନକ୍ଳେଭ । ଭାରତ ତଥା ରାଜ୍ୟରେ ଦକ୍ଷତା ବିକାଶର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ଚାଲିଛି । 2030 ସୁଦ୍ଧା ଲିଙ୍ଗଗତ ବୈଷମ୍ୟକୁ ଦୂର କରିବା ସହ ଦକ୍ଷତା ବିକାଶ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଭାରତରେ ଲିଙ୍ଗଗତ ସମାନତା ହାସଲ କରିବାର ଆର୍ଥିକ ପ୍ରଭାବ 2025 ସୁଦ୍ଧା ଜିଡିପିର 700 ବିଲିୟନ ଡଲାର ହେବା ନେଇ ଆକଳନ କରାଯାଇଛି । ଯଦି ମହିଳାମାନଙ୍କୁ ସମାନ ସୁବିଧା ସୁଯୋଗ ମିଳିବ ତେବେ ଏହା ଜିଡିପି ଅଭିବୃଦ୍ଧିରେ 4-7% ଅଧିକ ସମ୍ଭାବନା ସୃଷ୍ଟି କରିବ ବୋଲି ବୁଦ୍ଧିଜୀବୀମାନେ ଆଲୋଚନାରେ ମତ ବ୍ୟକ୍ତ କରିଛନ୍ତି ।

ରାଜ୍ୟ ସରକାର ମହିଳାମାନଙ୍କୁ ସଶକ୍ତ କରିବାକୁ ବହୁତ ପଦକ୍ଷପ ନେଇଛନ୍ତି । ମିଶନ ଶକ୍ତି ଗଠନ କରାଯାଇ ମହିଳା ସଶକ୍ତିକରଣ ତଥା ସେମାନଙ୍କୁ ନିରାପଦ ଶିକ୍ଷା ଏବଂ ବିକାଶ ସୁଯୋଗ ପ୍ରଦାନ ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି । ରାଜ୍ୟର ଯୁବକ ଯୁବତୀ ଅଧିକ ପରିମାଣରେ ଆତ୍ମନିର୍ଭରଶୀଳ କିଭଳି ହୋଇପାରିବେ ସେନେଇ ବ୍ୟାପକ ଆଲୋଚନା ହୋଇଛି ବୋଲି କହିଛନ୍ତି ମିଶନ ଶକ୍ତି ବିଭାଗ ସଚିବ ସୁଜାତା ଆର. କାର୍ତ୍ତିକେୟନ। ସେ ଆହୁରି କହିଛନ୍ତି ଯେ, "ମିଶନ ଶକ୍ତି ହେଉଛି ଆମ ରାଜ୍ୟର ଏକ ବଡ ଯୋଜନା । ମହିଳାମାନଙ୍କୁ SSGରୁ SMEରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଡାକରା ଦେଇଛନ୍ତି । ରାଜ୍ୟ ସରକାର SSG ମହିଳାମାନଙ୍କ ପାଇଁ 5 ଲକ୍ଷ ଟଙ୍କାର ସୁଧ ରିହାତି ମଧ୍ୟ ପ୍ରଦାନ କରିଛନ୍ତି । ପ୍ରତି ବ୍ଲକରେ ଦକ୍ଷତା ବିକାଶର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏନେଇ ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ର ସହିତ ମିଶନ ଶକ୍ତି ବିଭାଗର ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି ।"

ଏଥିରେ ନୂଆ ସ୍କିଲକୁ ବ୍ୟାପକତା ଭାବରେ ଗ୍ରହଣ କରାଯିବ। ଫ୍ୟାସନ ଡିଜାଇନ, ବେକେରୀ ଭଳି ସ୍କିଲରେ ମହିଳାମାନଙ୍କୁ ଅଧିକ ସାମିଲ କରାଯିବ । ବର୍ତ୍ତମାନ ସମସ୍ତ ବ୍ଲକରେ 100ରୁ ଉର୍ଦ୍ଧ୍ବ ମିଶନ ଶକ୍ତି କାଫେ ଆରମ୍ଭ ହୋଇସାରିଛି । ଆଗକୁ ହୋଟେଲ ମ୍ୟାନେଜମେଣ୍ଟ ଏବଂ କୃଷିକ୍ଷେତ୍ରକୁ ଅଧିକ ପ୍ରାଧାନ୍ୟ ଦିଆଯିବ। ମହିଳାମାନଙ୍କୁ ଚାଷକାର୍ଯ୍ୟରୁ ଅଧିକ ଅର୍ଥ ଉପାର୍ଜନ କରିବା ଦିଗରେ ସହାୟତା ପ୍ରଦାନ କରିବାକୁ ମଧ୍ୟ ଲକ୍ଷ୍ୟ ରହିଥିବା ରଖିଛନ୍ତି କହିଛନ୍ତି ବିଭାଗୀୟ ସଚିବ ।

ମହିଳାଙ୍କୁ ସୋଲୋ ଏଣ୍ଟରପ୍ରିନିୟରରୁ ସ୍କିଲ ଆଣ୍ଡ ମିଡିୟମ ଏଣ୍ଟରପ୍ରିନିୟର କରିବା ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଅଧିକ ସ୍କିଲର ବିକାଶ କରିବାକୁ ପଡ଼ିବ । ମିଶନ ଶକ୍ତି ସହିତ ୱାର୍ଲ୍ଡ ସ୍କିଲ ସେଣ୍ଟରର ସହଭାଗିତା ଆରମ୍ଭ ହୋଇଛି । ମିଶନ ଶକ୍ତି ମହିଳାଙ୍କୁ ୱାର୍ଲ୍ଡ ସ୍କିଲ ସେଣ୍ଟରକୁ ଆଣି ବିଭିନ୍ନ ବିଷୟରେ ତାଲିମ ଦିଆଯିବ । ସ୍କିଲ ଇନ ଓଡ଼ିଶା ଗୋଟିଏ ବୈପ୍ଳବିକ ପରିବର୍ତ୍ତନ ଆଣୁଛି‌ ବୋଲି କହିଛନ୍ତି ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷ ସୁବ୍ରତ ବାଗଚି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.