ETV Bharat / state

ହଜିଯାଉଥିବା କଳାକୁ ବଞ୍ଚାଇ ପରିଖିବାକୁ ପ୍ରୟାସ, ମହିଳାଙ୍କୁ ମିଳିଲା ଶିଳ୍ପୀ ବଜାର ସୁବିଧା

ପରିଚୟ ହରାଇବାକୁ ବସିଥିବା କାଗଜ ମୁଖା ଓ ଗୋବର କଣ୍ଢେଇକୁ ବଞ୍ଚାଇ ରଖିବାକୁ ପ୍ରୟାସ । ମହିଳାଙ୍କୁ ସ୍ବାବଲମ୍ବୀ କରିବା ନେଇ ରାଜଧାନୀରେ କାଗଜ ମୁଖା ଓ କଣ୍ଢେଇ ପ୍ରସ୍ତୁତି ମହିଳା ଶିଳ୍ପୀ ବଜାର ଅନୁଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ

Women Sculpture Camp in bhubaneswar
ଭୁବନେଶ୍ବରରେ ମହିଳା ଶିଳ୍ପୀ ବଜାର ଅନୁଷ୍ଠିତ
author img

By

Published : Mar 24, 2023, 11:01 PM IST

ହଜିଯାଉଥିବା କଳାକୁ ବଞ୍ଚାଇ ପରିଖିବାକୁ ପ୍ରୟାସ

ଭୁବନେଶ୍ବର: ଆଜିର ନାରୀ, ସଶକ୍ତ ନାରୀ । ଅନ୍ୟମାନଙ୍କ ପାଇଁ ସାଜିଛି ପଥ ପ୍ରଦର୍ଶକ । ସମାଜର ସବୁ ଶିକୁଳିରୁ ମୁକ୍ତ ହୋଇ ଆଜି ସବୁଠୁ ଆଗରେ ମହିଳା । ସେ ଆତ୍ମନିର୍ଭରଶୀଳ, ସ୍ବାବଲମ୍ବୀ ଓ ପ୍ରଗତିଗାମୀ । ମହିଳାଙ୍କ ବିକାଶ ପାଇଁ କ୍ରମାଗତ ଭାବେ ପଦକ୍ଷେପ ନେଉଛନ୍ତି ସରକାର । ଏହି କ୍ରମରେ ଆଉ ଦୁଇ ପାଦ ଆଗେଇବା ପାଇଁ ମହିଳାଙ୍କୁ ଯୋଗାଇ ଦିଆଯାଇଛି ଶିଳ୍ପୀ ବଜାର । ପ୍ରତିଭା ସମ୍ପନ୍ନ ମହିଳାଙ୍କୁ ତାଙ୍କ କଳା ପ୍ରଦର୍ଶନୀ ସହ ସ୍ୱାବଲମ୍ବୀ କରିବାକୁ ଏବେ ଓଡ଼ିଶାରେ ଦେଖିବାକୁ ମିଳୁଛି ମହିଳା ଶିଳ୍ପୀ ବଜାର । ଯେଉଁଠି ମହିଳା କାରିଗରମାନେ ତୁଳୀ ମାଧ୍ୟମରେ ନିଜ ପାରଦର୍ଶିତା ଦେଖାଇଛନ୍ତି । ନିଜ ହାତର ଯାଦୁଗରୀରେ ଗୋବର ଓ କାଗଜରେ ତିଆରି କରୁଛନ୍ତି ସୁନ୍ଦର ହସ୍ତକଳା । ଦୁଇ ପଇସା ରୋଜଗାର କରି ନିଜେ ସ୍ୱାବଲମ୍ବୀ ହେବା ସହ ପରିବାର ବି ପ୍ରତିପୋଷଣ କରିପାରୁଛନ୍ତି ।

ଭୁବନେଶ୍ୱର ସ୍ଥିତ ବୁଦ୍ଧ ପାର୍କରେ ଓଡିଶା ଲଳିତ କଳା ଏକାଡେମୀ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କାଗଜ ମୁଖା ଓ କଣ୍ଢେଇ ପ୍ରସ୍ତୁତି ମହିଳା ଶିଳ୍ପୀ ବଜାର ବା ଶିବିର ଅନୁଷ୍ଠିତ ହୋଇଯାଇଛି । ହଜିଯାଉଥିବା ପାରମ୍ପରିକ କଳାକୁ ବଞ୍ଚାଇ ରଖିବା ସହ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଏହି ଶିବିରର ମୂଳ ଉଦ୍ଦେଶ୍ୟ । ଏହି ଶିବିର ୩୧ ଜଣ ମହିଳା କାରିଗର ସାମିଲ ହୋଇଛନ୍ତି । ରାଜ୍ୟର ରଘୁରାଜପୁର, ପୁରୁଣା ଭୁବନେଶ୍ୱର, ସୋନପୁର, ଗଞ୍ଜାମ, କଟକ ଓ ଢେଙ୍କାନାଳ ଜିଲ୍ଲାର ମହିଳା କାରିଗରମାନେ ଏଥିରେ ଯୋଗ ଦେଇଛନ୍ତି । ହାତରେ ତୁଳୀ ଧରି କାଗଜ ଓ ଗୋବରରେ ତିଆରି କରୁଛନ୍ତି ଆକର୍ଷଣୀୟ କଳାକୃତି । ପରିଶ୍ରମ ନୁହେଁ କଳାକୁ ବଞ୍ଚାଇ ରଖିବାର ପ୍ରୟାସ ଏମାନଙ୍କୁ ଏଠାକୁ ଟାଣି ଆଣିଛି । ମହିଳାମାନେ କାଗଜର ମୁଖା, ହାତୀ ମୁଖା, ଘୋଡା ମୁଖା, ସିଂହ ମୁଖା ଭଳି ଭଳିକି ଭଳି ମୁଖା ତିଆରି କରିଛନ୍ତି । ଯାହା ଦେଖିବାକୁ ଅତ୍ୟନ୍ତ ଆକର୍ଷଣୀୟ । ମହିଳା କାରିଗରଙ୍କ ହାତର ସ୍ପର୍ଶରେ ଜୀବନ୍ତ ହୋଇ ଉଠିଛି କଳାକୃତ୍ତି ।

ଏହା ଦେଖିବାକୁ ଯେତେ ଆକର୍ଷଣୀୟ ପ୍ରସ୍ତୁତି ମଧ୍ୟ ସେତେ ସ୍ବତନ୍ତ୍ର । ଅବ୍ୟବହୃତ କାଗଜ ଓ ପେଟିକୁ ନେଇ ଭିନ ଭିନ୍ନ ପ୍ରକାରର ମୁଖା ଓ ଠାକୁରଙ୍କ ମୂର୍ତ୍ତି ପ୍ରସ୍ତୁତ କରୁଛନ୍ତି, ଆଉ ସେଥିରେ ରଙ୍ଗ ଦେଉଛନ୍ତି । ସେହିପରି ଗୋବରର କଣ୍ଢେଇ, ଖେଳନା ସାମଗ୍ରୀ, ଘୋଡା, ଚଢେଇଠାରୁ ଆରମ୍ଭ କରି ବିଭିନ୍ନ ପଶୁପକ୍ଷୀ ଓ ଛୋଟଛୋଟ ଠାକୁରଙ୍କ ପ୍ରତିମୁର୍ତ୍ତି ମଧ୍ୟ ଦେଖିବାକୁ ମିଳିଛି । ରୋଷେଇ ଘରେ ବ୍ୟବହୃତ ହେଉଥିବା ଶିଳ, ଛକି, ଚୁଲି, ହାଣ୍ଡି ମଧ୍ୟ ରହିଛି । ଶିବିରକୁ ବୁଲିଆସୁଥିବା ଗ୍ରାହକମାନେ ଏହି ସାମଗ୍ରୀଗୁଡ଼ିକୁ କିଣିଛନ୍ତି । ଆଉ ଅର୍ଡର ମଧ୍ୟ ଦେଉଛନ୍ତି । ଫଳରେ ଦୁଇ ପଇସା ରୋଜଗାର ହୋଇପାରୁଥିବା ମହିଳାମାନେ କହିଛନ୍ତି । ପ୍ଲାଷ୍ଟିକ ଯୁଗରେ ହଜିବାକୁ ବସିଥିବା ଏହି ହସ୍ତକଳାକୁ ବଜାର ମିଳିଥିବାରୁ ଦୁଇ ପଇସା ରୋଜଗାର କରିପାରିଛନ୍ତି ମହିଳା, ଯାହାକୁ ନେଇ ସେମାନେ ଖୁସି ପ୍ରକାଶ କରିଛନ୍ତି ।

ଏହି ପାରମ୍ପରିକ କଳା ଧୀରେଧୀରେ ମାନସ ପଟରୁ ହଜିଯାଉଥିବା ବେଳେ ଏଭଳି ଏକ ପ୍ରୟାସ ନୂତନ ପିଢ଼ି ପାଇଁ ଏକ ଶିକ୍ଷାର ମାଧ୍ୟମ । କଳାକୁ ନିଜ ଜୀବନର ପାଥେୟ ଭାବି ଆଗକୁ ବଢୁଥିବା ଛାତ୍ରଛାତ୍ରୀ ପୁରୁଣା କଳାର ସୃଜନଶୀଳତାକୁ ଦେଖି ସେଥିରେ ଆଧୁନିକତାର ଚାପ ଦେଇ ଆହୁରି ସୁନ୍ଦର ସାମଗ୍ରୀ ପ୍ରସ୍ତୁତ କରିପାରିବେ । ଆଉ ଅତୀତକୁ ସାଉଁଟି ଭବିଷ୍ୟତକୁ ଏକ ନୂତନ ଦିଗଦର୍ଶନ ଦେଇ ସ୍ୱାବଲମ୍ବୀ ହୋଇପାରିବେ ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.