ETV Bharat / state

ସ୍ତ୍ରୀର ହକ ପାଇଁ ଶ୍ବଶୁର ଘର ଆଗରେ ମହିଳାଙ୍କ ଧାରଣା, ସାମ୍ନାକୁ ଆସିଲା ସ୍ବାମୀ ସ୍ତ୍ରୀଙ୍କ ଭିଡିଓ - ପିଙ୍କିଙ୍କ ଧାରଣାକୁ ପୁରିଲା ଏକ ମାସ

ନ୍ୟାୟ ପାଇଁ ଶ୍ବଶୁର ଘର ସମ୍ମୁଖରେ ମହିଳାଙ୍କ ଧାରଣାକୁ ପୁରିଲା ଏକ ମାସ । ଭାଇରାଲ ହେଲା ପିଙ୍କି ଓ ଅଶୋକଙ୍କ ରିଲ୍ସ ଭିଡିଓ । ଅଧିକ ପଢନ୍ତୁ

women dharna in front of her in laws house

author img

By

Published : Dec 29, 2022, 3:14 PM IST

ଶ୍ବଶୁର ଘର ଆଗରେ ମହିଳାଙ୍କ ଧାରଣା

ଖୋର୍ଦ୍ଧା: ୭ ବର୍ଷ ତଳେ ପ୍ରେମ ବିବାହ କରିଥିଲେ, ଭୁବନେଶ୍ବରରେ ଏକାଠୀ ଭଡା ଘରେ ମଧ୍ୟ ରହୁଥିଲେ । କିନ୍ତୁ ହଠାତ ସୁଖରେ ସଂସାରରେ ଆସିଲା ଝଡ । ସ୍ତ୍ରୀ ପିଙ୍କିଙ୍କୁ ଛାଡି ଚାଲିଗଲେ ସ୍ବାମୀ ଅଶୋକ । ଆଉ ଶେଷରେ ସ୍ବାମୀ ଖୋଜି ଖୋଜି ନପାଇବାରୁ ନ୍ୟାୟ ପାଇଁ ଏବେ ଶ୍ବଶୁର ଘର ସମ୍ମୁଖରେ ଧାରଣାରେ ବସିଛନ୍ତି ମହିଳା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ବାଘମାରୀ ଥାନା ଅଞ୍ଚଳରେ । ଗତ ଜୁନ ମାସରୁ ଅଶୋକ ପିଙ୍କିଙ୍କୁ ଛାଡି କେଉଁ ଆଡେ ଚାଲିଯାଇଥିବା ବେଳେ ଆଜକୁ ଏକ ମାସ ହେଲା ଧାରଣାରେ ବସିଛନ୍ତି ପିଙ୍କି । ଏହାରି ମଧ୍ୟରେ ପିଙ୍କି ଓ ଆଲୋକଙ୍କ ଭିଡିଓ ଏବେ ସାମ୍ନାକୁ ଆସିଛି । ଯାହାକୁ ଦେଖିଲେ ଉଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ କେତେ ନିବିଡ ଥିଲା ତାହା ସ୍ପଷ୍ଟ ବାରି ହୋଇପଡୁଛି ।

ମିଳିଥିବା ସୂଚନା ଅନୁଯାୟୀ, ବାଘମାରୀ ଗାଁର ଅଶୋକ ଦାଶ ଅନୁଗୋଳ ଜିଲ୍ଲାର ପିଙ୍କିଙ୍କୁ ଦୀର୍ଘ ୭ ବର୍ଷ ତଳେ ବୈଦିକ ରୀତିରେ ପ୍ରେମ ବିବାହ କରି ଭୁବନେଶ୍ୱରେ ଭଡା ଘରେ ରହୁଥିଲେ । ହସ ଖୁସିରେ ଚାଲିଥିଲା ସୁନାର ସଂସାର । କିନ୍ତୁ ହଠାତ ପିଙ୍କିଙ୍କ ଜୀବନରେ ମାଡ଼ି ଆସିଲା ଝଡ, ଅଶୋକ ପିଙ୍କିଙ୍କୁ ଛାଡି କେଉଁଆଡେ ଚାଲିଯାଇଥିଲେ । ସ୍ୱାମୀକୁ ଖୋଜି ଖୋଜି ନପାଇବାରୁ ପିଙ୍କି ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ । ଶେଷରେ ଅଶୋକଙ୍କୁ ନପାଇବାରୁ ତାଙ୍କ ଗ୍ରାମ ବାଘମାରୀରେ ପହଞ୍ଚି ଗତ ମାସ ୨୬ ତାରିଖରୁ ଧାରଣାରେ ବସିଛନ୍ତି ପିଙ୍କି । ହାଡଭଙ୍ଗା ଶୀତରେ ଖୋଲା ଆକାଶ ତଳେ ମହିଳା ଜଣକ ସ୍ତ୍ରୀର ହକ୍‌ ପାଇଁ ଧାରଣା ଦେଇଛି ।

ସେପଟେ ଶାଶୁଘର ଲୋକେ ଘରେ ତାଲା ପକାଇ କେଉଁ ଆଡ଼େ ପଳାଇଛନ୍ତି । ଏନେଇ ଶାଶୁଘର ଲୋକଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ସେପଟେ ପିଙ୍କିଙ୍କ ସୁରକ୍ଷା ପାଇଁ ଧାରଣାସ୍ଥଳରେ ମହିଳା ପୋଲିସଙ୍କୁ ମୁତୟନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Dhanu Yatra: ଜମୁଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା, କାରାଗାରରେ ଜନ୍ମ ନେଲେ ଭଗବାନ ଶ୍ରୀକୃଷ୍ଣ

ଏନେଇ ଧାରଣାରତ ମହିଳା କହିଛନ୍ତି,"ଏକ ମାସ ହେଲାଣି ମୁଁ ଧାରଣାରେ ବସିଛି । ଏଠାରେ ବସିବା ସମୟରେ ତାଙ୍କ ପରିବାର ଲୋକଙ୍କୁ ମୁଁ କହିଥିଲି ଅଶୋକଙ୍କୁ ଥରେ ମୋତେ ଦେଖା କରାଇ ଦିଅ, ତାହା ମଧ୍ୟ କରାଇ ଦେଉନାହାନ୍ତି । ମୋ ଦିଅର ପଛ ପଟ ଗେଟ ଦେଇ ଯାଉଛନ୍ତି, ମୋତେ ମାରିଦେବାକୁ ଧମକ ମଧ୍ୟ ଦେଉଛନ୍ତି । ମୋ ସ୍ବାମୀଙ୍କୁ ଡାକ ସେ ଯାହା କହିବେ ସେଇଟା ମୋ ପାଇଁ ନ୍ୟାୟ ହେବ, ମୁଁ କେତେ ଦିନ ଏଠାରେ ଏମିତି ବସିବି । ବାଧ୍ୟ ହୋଇ ଘରରର ତାଲା ଭାଙ୍ଗି ଭିତରେ ପଶିବି ନହେଲେ ଆତ୍ମହତ୍ୟା କରିବି । ଏଠି ଧାରଣାରେ ବସିଛି ମୋତେ ବହୁତ କଷ୍ଟ ହେଉଛି ।"

ଇଟିଭି ଭାରତ, ଖୋର୍ଦ୍ଧା

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.