ଖୋର୍ଦ୍ଧା: SHG ମହିଳାଙ୍କ ଟଙ୍କା ଲୁଟ । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିଅନ୍ତା ବ୍ଲକ ଗୋତଳବିନ୍ଧା ଗ୍ରାମରେ ଥିବା ଓମ ଶାନ୍ତି ସ୍ୱଂୟ ସହାୟକ ଗୋଷ୍ଠୀରେ ଲୋନ୍ ଟଙ୍କା ହେର୍ଫେର ନେଇଛି ହୋଇଛି ଅଭିଯୋଗ । ଗ୍ରୁପର ବର୍ତ୍ତମାନର ସଭାନେତ୍ରୀ ଓ ସମ୍ପାଦିକା ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ସରକାରଙ୍କ ମିଶନ ଶକ୍ତି ଜରିଆରେ ମିଳିଥିବା ଲୋନ ଟଙ୍କାରେ ପୂର୍ବତନ ସଭାନେତ୍ରୀ ଓ ସମ୍ପାଦିକା ହେର୍ଫେର କରି ପ୍ରାୟ ୪ ଲକ୍ଷ ଟଙ୍କା ହଡପ କରି ନେଇଛନ୍ତି ।
ସେହିପରି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ମ୍ୟାନେଜର ମଧ୍ୟ ଲୋନର ସମସ୍ତ ତଥ୍ୟ ଦେଉନଥିବାର ଅଭିଯୋଗ ହୋଇଛି । ଏପରିକି ବ୍ଲକରେ ସେମାନଙ୍କୁ ସହଯୋଗ ନ କରିବାରୁ ସେମାନେ ଥାନାର ଦ୍ୱାରସ୍ତ ହୋଇଛନ୍ତି । ଥାନାରେ ସେମାନଙ୍କୁ ଦୁର୍ବ୍ୟବହାର ହୋଇଥିବା ନେଇ ସୂଚନା ମିଳିଛି । ତେବେ ଏନେଇ ସେମାନେ ପୂର୍ବରୁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସୋମବାର ପୁର୍ନବାର ଲିଖିତ ଅଭିଯୋଗ କରିଛନ୍ତି ।
ସେପଟେ ଓମ ଶାନ୍ତି ସ୍ୱଂୟ ସହାୟକ ଗୋଷ୍ଠୀରେ ହୋଇଥିବା ଅର୍ଥ ହେରଫେର ଘଟଣାର ସରକାରୀ ଅଡିଟ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ସେପଟେ ଜିଲ୍ଲାପାଳ ଏହାର ତଦନ୍ତ କରିବାକୁ ଜିଲ୍ଲା ଡିଏସ୍ଡବ୍ଲ୍ୟୁଙ୍କୁ ଦେଇଥିବାର ସୂଚନା ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ