ETV Bharat / state

ଖୋଲିବ ଜିମବୟ ସିଣ୍ଡିକେଟର ଗୁମର, ସାମ୍ନାକୁ ଆସିବ ମହିଳାଙ୍କୁ ଟ୍ରାପର ଟ୍ରେଣ୍ଡ୍

author img

By ETV Bharat Odisha Team

Published : Oct 23, 2023, 8:41 PM IST

Updated : Oct 23, 2023, 9:12 PM IST

ରାଜଧାନୀରେ ଜିମବୟଙ୍କ କ୍ରାଇମ୍ ସିଣ୍ଡିକେଟ୍ । ଖୁବଶୀଘ୍ର ଖୋଲିବ ଗୁମର । ସାମ୍ନାକୁ ଆସିବ ମହିଳାଙ୍କୁ ଟ୍ରାପର ତରିକା । ଅଧିକ ପଢନ୍ତୁ

Women in trap of Gym boy
Women in trap of Gym boy
ଖୋଲିବ ଜିମବୟ ସିଣ୍ଡିକେଟର ଗୁମର, ସାମ୍ନାକୁ ଆସିବ ମହିଳାଙ୍କୁ ଟ୍ରାପର ଟ୍ରେଣ୍ଡ୍

ଭୁବନେଶ୍ବର: ରାଜଧାନୀରେ ଜିମବୟଙ୍କ କ୍ରାଇମ୍ ସିଣ୍ଡିକେଟ୍ । ଜିମକୁ ଆସୁଥିବା ମହିଳାଙ୍କୁ କିପରି ଟ୍ରାପ କରାଯାଉଛି ? ଖୋଲିବ ଏହି କ୍ରାଇମ୍ ସିଣ୍ଡିକେଟର ଅସଲ ଗୁମର । କାରଣ ଜିମ ଆସୁଥିବା ମହିଳାଙ୍କୁ କିଛି ଜିମବୟ ଫସାଇ ସେମାନଙ୍କୁ ଲୁଟ କରୁଥିବା କ୍ରାଇମ୍ ସିଣ୍ଡିକେଟ ସମ୍ପର୍କରେ ଡିସିପି ପାଖରେ ପହଞ୍ଚିଛି ଅଭିଯୋଗ । ଏନେଇ ଏହି ସିଣ୍ଡିକେଟର ଶିକାର ହୋଇଥିବା ମହିଳା ଡିସିପିଙ୍କୁ ଭେଟିବା ପରେ ଏନେଇ ଖୁବଶୀଘ୍ର ଏହିର ପର୍ଦ୍ଦାଫାସ ପାଇଁ ଦେଇଛନ୍ତି ପ୍ରତିଶୃତି ।

ଜିମକୁ ଆସୁଥିବା ଯୁବତୀ ବା ବିବାହିତ ମହିଳା ହେଉଛନ୍ତି ଏଭଳି ଟ୍ରାପର ଶିକାର । ସ୍ବାସ୍ଥ୍ୟର ଯତ୍ନ ଆଳରେ ଜିମକୁ ଆସି ନିଜର କ୍ରାଇମ୍ ସିଣ୍ଡିକେଟ ଚଳାଇଛନ୍ତି କିଛି ଜିମବୟ ବା ଯୁବକ । ଯେଉଁମାନେ କି ବିଭିନ୍ନ ଜିମରେ ସାଜିଛନ୍ତି ନିତିଦିନିଆ ଗ୍ରାହକ । ସେମାନେ ଜିମକୁ ଆସୁଥିବା ମହିଳାମାନଙ୍କୁ ନିଜର ଶିକାର ପାଇଁ ଟାର୍ଗେଟ କରୁଛନ୍ତି । ମହିଳାଙ୍କର ହାବଭାବ, କଥାବାର୍ତ୍ତା ଓ ସେମାନଙ୍କର ପ୍ରତିଟି ଗତିବିଧି ଉପରେ ନଜର ରଖୁଛନ୍ତି । ସେମାନଙ୍କର କିଛି ଆବଶ୍ୟକତା ଆଳରେ ଏହି ଜିମବୟ ସେମାନଙ୍କୁ ସାହାଯ୍ୟର ହାତ ବଢାଇ ସମ୍ପର୍କ ବଢାଉଛନ୍ତି।

ଏହା ବି ପଢନ୍ତୁ- ଦୁର୍ବୃତ୍ତଙ୍କ ଟାର୍ଗେଟରେ ଜିମ୍‌ ମହିଳା, ନୀରିହତାର ସୁଯୋଗ ନେଇ କରୁଛନ୍ତି ଶିକାର

କେତେବେଳେ କେଉଁ ଯୁବତୀଙ୍କୁ ଘରେ ଛାଡି ଦେବାର ବାହାନାରେ ସୁପର କାର୍‌ ଓ ସୁପର ବାଇକ୍‌ରେ ନେଇ ସମ୍ପର୍କ ନିବିଡ଼ କରୁଛନ୍ତି । ଆଉ କେତେବେଳେ 'ଫ୍ରେଣ୍ଡ୍ ୱିଥ ନୋ ବେନିଫିଟ' କହି ବିବାହିତ ମହିଳାଙ୍କ ସହ ଭାବ ବଢାଉଛନ୍ତି । ଏହିପରି ଢଙ୍ଗରେ ସେମାନଙ୍କ ସହ ସମ୍ପର୍କ ସ୍ଥାପନ କରି ତାଙ୍କଠୁ ଗିଫ୍ଟ ଆକାରରେ ଲୁଟୁଛନ୍ତି ଦାମି ଜିନିଷ । ଆଉ ଯେଉଁମାନେ ସେମାନଙ୍କ ଟ୍ରାପରେ ପଡ଼ି ପରେ ଜାଣିବା ପରେ ଦୂରେଇବାକୁ ଚାହୁଁଛନ୍ତି, ସେମାନଙ୍କୁ ବିଭିନ୍ନ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭିଡିଓ ଦେଖାଇ ବ୍ଲାକମେଲ କରି ଟଙ୍କା ଆଦାୟ କରୁଛନ୍ତି ।

ଏହିପରି ଢଙ୍ଗରେ ଜିମକୁ ଆସୁଥିବା ଅନେକ ମହିଳା ଓ ‌ଯୁବତୀଙ୍କୁ ନିଜର‌ ଫାସରେ ଫସାଇ ଏହିପରି ଲୁଟପାଟ କରୁଛନ୍ତି କିଛି ଜିମବୟ । ଏଭଳି ପ୍ରତାରଣାର ଶିକାର ହୋଇଥିବା ଶିକ୍ଷୟତ୍ରୀ ଜଣେ ଜିମବୟର ଗୁମର ଖୋଲିଛନ୍ତି । ଏବେ ଏହି କ୍ରାଇମ୍ ସିଣ୍ଡିକେଟର ଗୁମର ଖୋଲିଛି । ଅଭିଯୋଗ‌ ଆଣିଥିବା ମହିଳା ‌କହିଛନ୍ତି, " ଅନେକ ବିବାହିତ ମହିଳା‌ ଓ ଯୁବତୀଙ୍କର ଓ୍ବିକ୍‌ ରିଲେସନର ଫାଇଦା‌ ନେଉଛନ୍ତି ଏହି ଠକମାନେ। ଏହିପରି ଟ୍ରାପ କରି ଧଳା ଚେହେରାରେ ଟଙ୍କା ରୋଜଗାର‌ ବାଟ ଆପଣାଇଛନ୍ତି। କେହି ଲୋକଲଜ୍ଜା ଭୟରେ ସାମ୍ନାକୁ ଆସୁନାହାନ୍ତି । କାରଣ ଏପରି ବ୍ଲାକମେଲ କରୁଛନ୍ତି ଯେ ପୋଲିସ ପାଖକୁ ଆସିବାକୁ ଡରୁଛନ୍ତି ଅଭିଯୋଗକାରୀ।"

ଏହି ଅଭିଯୋଗକାରୀ ମହିଳା ଜଣକ ଭୁବନେଶ୍ବର ଡିସିପିଙ୍କୁ ଭେଟିବା ପରେ ମଞ୍ଚେଶ୍ବର ଥାନାର ଜଣେ ଜିମବୟ ନାଁରେ ଅଭିଯୋଗ କରିବା ପରେ ଖୁବଶୀଘ୍ର ପୋଲିସ ଆକ୍ସନ ନେବ ବୋଲି ତାଙ୍କୁ ପ୍ରତିଶୃତି ମିଳିଛି । ତେବେ ଅଭିଯୋଗକାରୀଙ୍କ ଅଭିଯୋଗ ରହିଛି ଜଣେ ଜିମବୟ ତାଙ୍କ ସହ ଭାବ ବଢାଇ ଘର ଭଡ଼ା ଖୋଜିଦେବା କହି ସମ୍ପର୍କ ବଢାଇ ଚାଲିଲେ । ପରେ‌ ତାଙ୍କ ସହ ବନ୍ଧୁତା କରି ତାଙ୍କ ଘରକୁ ଯିବା ଆସିବା କରିବା ପରେ ଦିନେ ତାଙ୍କ ସ୍ବାସ୍ଥ୍ୟ ଖରାପ ଥିବା ସମୟରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ। ଏନେଇ‌ ମଞ୍ଚେଶ୍ବର ଥାନାରେ ଏକ କେସ ହୋଇଛି । ଜିମବୟ ଜଣକ ଏବେ ଗିରଫ ହୋଇନଥିବା ବେଳେ ଖୁବଶୀଘ୍ର ତାଙ୍କୁ ଗିରଫ କରାଯାଉ ଦାବି କରି ଡିସିପିଙ୍କୁ ଭେଟିଛନ୍ତି ପୀଡିତା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 23, 2023, 9:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.