ETV Bharat / state

ସଂସାର ବଞ୍ଚାଇବାକୁ ମହିଳାଙ୍କ ଉଦ୍ୟମ, ଶ୍ୱଶୁର ଘର ସାମନାରେ ଦେଲେ ଧାରଣା

author img

By

Published : Nov 12, 2022, 9:27 PM IST

ଖୋର୍ଦ୍ଧା ବାଘମାରୀ ଅଞ୍ଚଳରେ ନିଜ ହକ୍‌ ପାଇଁ ଶ୍ବଶୁର ଘରେ ଆଗରେ ଧାରଣା ଦେଲେ ପୀଡ଼ିତା । ଏନେଇ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ କୌଣସି ସହଯୋଗ କରୁନଥିବା ସେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ସଂସାର ବଞ୍ଚାଇବାକୁ ମହିଳାଙ୍କ ଉଦ୍ୟମ, ଶ୍ବଶୁର ଘର ସାମନାରେ ଦେଲେ ଧାରଣା

ଖୋର୍ଦ୍ଧା: ଭାଙ୍ଗି ଯାଉଛି ସଂସାର, ପୋଡି ଯାଉଛି ମନ । ଜଣେ ସଜାଡିବା ପାଇଁ ସହଯୋଗ କରିବାକୁ ଆଗେଇ ଆସିଲା ବେଳେ ଅନ୍ୟଜଣେ ଏଡାଇ ଯାଉଛି । ଏଭଳି ଏକ ଦ୍ଵନ୍ଦାତ୍ମକ ପରିସ୍ଥିତିରେ ସ୍ବାମୀ ଓ ସଂସାର ଫେରିପାଇବା ପାଇଁ ଶ୍ବଶୁର ଘର ସମ୍ମୁଖରେ ସ୍ତ୍ରୀର ଧାରଣା ଦେଇଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ବାଘମାରୀ ଥାନା ବାଘମାରୀ ଗ୍ରାମରେ ।

ଶ୍ୱଶୁର ଘର ସାମନାରେ ଦେଲେ ଧାରଣା

ଭାଙ୍ଗି ଯାଉଥିବା ସଂସାରକୁ ଯୋଡ଼ି ସାଂସାରିକ ସ୍ଥିତି ସ୍ବାଭାବିକ କରିବାକୁ ଗୋଟେ ପରିବାର ସହଯୋଗର ହାତ ବଢ଼ାଇଥିବା ବେଳେ ଆଉଗୋଟେ ପରିବାର ମାନବିକତାର ମହାନତା ଭୁଲିଯାଇ ବୁଝାମଣାରୁ ନିଜକୁ ଦୂରେଇ ରଖିଥିବା ଦେଖିବାକୁ ମିଳିଛି । ଏଭଳି ଏକ ଦ୍ଵନ୍ଦାତ୍ମକ ପରିସ୍ଥିତିରେ ସ୍ବାମୀ ସଂସାର ଫେରିପାଇବା ପାଇଁ ଶ୍ବଶୁର ଘର ସମ୍ମୁଖରେ ସ୍ତ୍ରୀର ଧାରଣା ଦେଇଛି । ନିଜର ହକ ପାଇଁ ସ୍ବାମୀର ଘର ଆଗରେ ଧାରଣାରେ ବସିଲେ ସ୍ତ୍ରୀ । କାନ୍ଦି କାନ୍ଦି ଶ୍ବଶୁର ଘରେ ଟିକେ ସ୍ଥାନ ପାଇଁ ନେହୁରା ହେଲେ କିନ୍ତୁ ସମାଧାନ ନହେବାରୁ ଧାରଣା ଦେଇଥିବା ଦେଖିବାକୁ ମିଳିଛି ।

ଅଭିଯୋଗ ଅନୁଯାୟୀ, ବାଘମାରୀ ଥାନା ବାଘମାରୀ ଗ୍ରାମର ଏହି ପୀଡ଼ିତା ଓ ତାଙ୍କ ସ୍ବାମୀ ଭୁବନେଶ୍ବରରେ ସାଙ୍ଗ ହୋଇ କାମ କରୁଥିବା ବେଳେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାପରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ୧୭ ଫେବୃଆରୀ ୨୦୧୬ରେ ବୈଦିକ ରୀତିନୀତିରେ ସେମାନଙ୍କ ବିବାହ ହୋଇଥିଲା । ସେହି ଦିନଠାରୁ ଦୁହେଁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଘରଭଡ଼ା ନେଇ ରହିଥିଲେ । ବିବାହର କିଛି ବର୍ଷ ପର୍ଯ୍ୟନ୍ତ ହସଖୁସିରେ ଚାଲିଥିଲା ସେମାନଙ୍କ ସଂସାର ।

ଏହା ବି ପଢନ୍ତୁ- କଟାସ ବଣରେ ବ୍ରାଉନସୁଗାର ଡିଲ୍, ୪ ଜଣଙ୍କୁ ବାନ୍ଧିଲା ପୋଲିସ

କିନ୍ତୁ ହଠାତ ଚଳିତ ବର୍ଷ ଜୁନ ୧୩ ତାରିଖ ପୀଡିତାଙ୍କ ସ୍ବାମୀ କେଉଁଆଡେ ପଳାଇଯାଇଛନ୍ତି । ବହୁ ଖୋଜାଖୋଜି କରି ନିରାଶ ହେବା ପରେ ପୀଡ଼ିତା ଖାରବେଳନଗର ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରି ଚୁପ ବସିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । ସେହିପରି ସବୁଆଡୁ ନିରାଶ ହୋଇ ଆଜି ଅପରାହ୍ନରେ ବାଘମାରି ସ୍ଥିତ ନିଜ ଶ୍ବଶୁର ଘରକୁ ଆସି ନିଜ ଅଧିକାର ଦାବିରେ ଧାରଣାରେ ବସିଛନ୍ତି ।

ସେହିପରି ଏ ସମ୍ପର୍କରେ ବାଘମାରି ଥାନାରେ ଜଣାଇଥିଲେ ମଧ୍ୟ ପୋଲିସ କୌଣସି ସହାୟତା କରିନଥିବା କହିଛନ୍ତି ପୀଡିତା । ଏଥିସହ ନିଜ ଜୀବନ ପ୍ରତି ବିପଦ ଥିବା ଧାରଣାରେ ବସିଥିବା ପୀଡି଼ତା ଜଣକ କହିଥିବା କହିଛନ୍ତି । ଯେ ପର୍ଯ୍ୟନ୍ତ ନିଜ ହକ ନ ପାଇଛନ୍ତି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ପୀଡ଼ିତା କହିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.