ETV Bharat / state

ମହିଳା ପୋଲିସ ଏସଆଇଙ୍କ ଆତ୍ମହତ୍ୟା ଘଟଣା, ନ୍ୟାୟ ଦାବିରେ ରାସ୍ତା ଅବରୋଧ

author img

By

Published : Aug 29, 2022, 4:55 PM IST

ପୋଲିସ ଏସଆଇ ସ୍ବାଗତିକା ବେହେରାଙ୍କ ଆତ୍ମହତ୍ୟା ଘଟଣା । କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ । ଅଧିକ ପଢ଼ନ୍ତୁ

woman police si suicide case villagers roadblock demand justice in khurda
ମହିଳା ପୋଲିସ ଏସଆଇଙ୍କ ଆତ୍ମହତ୍ୟା ଘଟଣା, ନ୍ୟାୟ ଦାବିରେ ରାସ୍ତା ଅବରୋଧ

ଖୋର୍ଦ୍ଧା: କନ୍ଧମାଳ ଜିଲ୍ଲା ପୋଲିସ ଏସଆଇ ସ୍ବାଗତିକା ବେହେରାଙ୍କ ଆତ୍ମହତ୍ୟା (woman police si suicide case)ଘଟଣାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ନ୍ୟାୟ ଦାବିରେ (villagers roadblock demand justice) ପରିବାର ଲୋକେ ଏବଂ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ନୂଆ ଜଗନ୍ନାଥ ସଡ଼କ ରାସ୍ତା ଉପରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି ।

ମହିଳା ପୋଲିସ ଏସଆଇଙ୍କ ଆତ୍ମହତ୍ୟା ଘଟଣା

ଆଜି ନିଜ ଜନ୍ମ ମାଟି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ସ୍ବାଗତିକାଙ୍କ ମୃତଦେହ ପହଞ୍ଚିଛି । କିନ୍ତୁ ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । ମୃତ ପୋଲିସ ଏସଆଇ ସ୍ବାଗତିକା ବେହେରାଙ୍କ ଦୁଇ ଭାଇଙ୍କୁ ସରକାରୀ ଚାକିରୀ ସହ ପରିବାରକୁ କ୍ଷତି ପୂରଣ ନେଇ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଘଟଣାସ୍ଥଳରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ପହଞ୍ଚି ଜନସାଧାରଣଙ୍କୁ ବୁଝାସୁଝା କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ମହିଳା ପୋଲିସ ଏସଆଇଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ସୂଚନା ଥାଉକି, କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଥାନାରେ କାର୍ଯ୍ୟରତ ପୋଲିସ ଏସଆଇ ସ୍ବାଗତିକା ବେହେରା ନିଜ ବେକରେ ଓଢ଼ଣୀ ଲଗେଇ ଆତ୍ମହତ୍ୟା କରିଥିଲେ । ସେ ରହୁଥିବା ସରକାରୀ ବାସଭବନରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । କେଉଁ କାରଣରୁ ମହିଳା ପୋଲିସ ଏସଆଇ ଆତ୍ମହତ୍ୟା କରିଛନ୍ତି ତାହା ସନ୍ଦେହ ଘେରରେ ରହିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.