ETV Bharat / state

ମହିଳା କ୍ରିକେଟର ରାଜଶ୍ରୀ ମୃତ ଘଟଣା, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳନେତା

ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ ମିଳିବା ଘଟଣାରେ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ଅଧିକ ପଢନ୍ତୁ

author img

By

Published : Jan 13, 2023, 10:45 PM IST

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳନେତା

ଭୁବନେଶ୍ବର: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିବା ଘଟଣା । ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି ଯେ ଘଟଣାର ତଦନ୍ତ ହେବାର ଆବଶ୍ୟକତା ରହିଛି । ଯେଉଁମାନେ ଦୋଷୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ମନ୍ତ୍ରୀ ଜନତାର ସବୁ କଥା ଶୁଣିବା ପାଇଁ ବାଧ୍ୟ । ଯେଉଁ ମନ୍ତ୍ରୀ ଲୋକଙ୍କ କଥା ଶୁଣୁନାହିଁ ସେ ମନ୍ତ୍ରୀ ପଦବାଚ୍ୟ ନୁହେଁ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବହୁତ ଖରାପ । ଓଡିଶା ଭଳି ସରଳ ରାଜ୍ୟରେ ହତ୍ୟା କେସ କ୍ଵଚିତ କେସ ଥିଲା । ଏବେ ପ୍ରତ୍ୟେକ ଦିନ ହତ୍ୟା, ଚୋରି, ଡକାୟତି ହେଉଛି ।

ଜୟ ଅଭିଯୋଗ କରିଛନ୍ତି, "ପ୍ରଥମ କାରଣ ପୋଲିସକୁ ରାଜନୀତି କରଣ କରିବା, ପୋଲିସ କେବଳ ବିଜେଡି କର୍ମୀ ଭଳି କାର୍ଯ୍ୟ କରୁଛି । ନିର୍ବାଚନରେ ଜିତାଇବା ଏବଂ ସରକାରଙ୍କୁ ଘଣ୍ଟ ଘୋଡାଇବା କାମ ଛାଡିଦେଲେ ପୋଲିସର ଆଉ କିଛି କାମ ନାହିଁ ।" କ୍ରୀଡା ମନ୍ତ୍ରୀଙ୍କ ବାସଭବନକୁ ଆସି ଫେରିଥିଲେ ରାଜଶ୍ରୀଙ୍କ ପରିବାର ଲୋକେ । କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଜଙ୍ଗଲରୁ ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତଦେହ ମିଳିଛି ବୋଲି ମଙ୍ଗଳବାଗ ପୋଲିସ ସ୍ପଷ୍ଟ କରିଛି । 11ତାରିଖରୁ ନିଖୋଜ ଥିଲେ ରାଜଶ୍ରୀ ।

ସୂଚନା ଯୋଗ୍ୟଯେ ରାଜଶ୍ରୀଙ୍କ ନିଖୋଜ ନେଇ ମଙ୍ଗଳବାଗ ଥାନାରେ ଏତଲା ଦେଇଥିଲେ ମହିଳା କୋଚ। ରାଜଶ୍ରୀଙ୍କ ମୁଣ୍ଡ ଏବଂ ମୁହଁରେ କ୍ଷତ ଚିହ୍ନ ରହିଛି । ତାଙ୍କ ବାପା ଓ ଭଉଣୀ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି। ରାଜଶ୍ରୀଙ୍କୁ ମାରି ଟାଙ୍ଗି ଦେଇଥିବା ବୋଲି ବାପା କହିଛନ୍ତି । ରାଜଶ୍ରୀଙ୍କ ଘର ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ରାମଚଣ୍ଡୀ ଭୁଆଁରେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.