ETV Bharat / state

ସୁବର୍ଣ୍ଣପୁରରେ ମହାନଦୀ ନେତ୍ର ଚିକିତ୍ସାଳୟର ହେବ ଉନ୍ନତିକରଣ, ସହଯୋଗ କରିବ WODC - ସମ୍ବଲପୁରରେ ବୁଣାକାର ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ

ପଶ୍ଚିମ ଓଡ଼ିଶାରେ ଚକ୍ଷୁ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (WODC) ସୁବର୍ଣ୍ଣପୁର ଜିଲ୍ଲାର ମହାନଦୀ ନେଟ୍ରା ହସ୍ପିଟାଲକୁ ଆର୍ଥିକ ଅନୁଦାନ ପ୍ରଦାନ କରିବ । ଏନେଇ ସୂଚନା ଦେଇଛନ୍ତି WODC ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଅଧିକ ପଢ଼ନ୍ତୁ

ମହାନଦୀ ନେତ୍ର ଚିକିତ୍ସାଳୟର ହେବ ଉନ୍ନତିକରଣ
ମହାନଦୀ ନେତ୍ର ଚିକିତ୍ସାଳୟର ହେବ ଉନ୍ନତିକରଣ
author img

By ETV Bharat Odisha Team

Published : Dec 8, 2023, 10:37 PM IST

ମହାନଦୀ ନେତ୍ର ଚିକିତ୍ସାଳୟର ହେବ ଉନ୍ନତିକରଣ

ଭୁବନେଶ୍ବର: ରାଜ୍ୟରେ ମୁଖ୍ୟ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରେ ଦୃଷ୍ଟିହୀନତା ଅନ୍ୟତମ । ଏହାର ଚିକିତ୍ସା, ନିରାକରଣ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ସୁନେତ୍ର ଯୋଜନା ମାଧ୍ୟମରେ ବିଭିନ୍ନ ସରକାରୀ ଚିକିତ୍ସାଳୟ ଗୁଡିକରେ ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ଏହି କ୍ରମରେ ପଶ୍ଚିମ ଓଡିଶାରେ ମଧ୍ୟ ଚକ୍ଷୁ ଜନିତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଇଛି । ସୁବର୍ଣ୍ଣପୁର ଜିଲ୍ଲାରେ କାର୍ଯ୍ୟ କରୁଥିବା ମହାନଦୀ ନେତ୍ର ଚିକିତ୍ସାଳୟକୁ ଆହୁରୀ ସୁଦୃଢ କରାଯିବ । ଏଥିପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ।

ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଆଜି ଭିସି ଜରିଆରେ ସୁବର୍ଣ୍ଣପୁର ଏବଂ ସମ୍ବଲପୁର ଜିଲ୍ଲାପାଳଙ୍କ ସହ ଜିଲ୍ଲାରେ ପରିଷଦର ଆର୍ଥିକ ଅନୁଦାନରେ ନିର୍ମାଣ କରାଯାଉଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଅସିତ । ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଏବଂ ମହାନଦୀ ନେତ୍ର ଚିକିତ୍ସାଳୟର ଅଧିକାରୀଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି । 1 କୋଟି ଟଙ୍କା ବ୍ୟୟ ବରାଦରେ ଚିକିତ୍ସାଳୟର ଉନ୍ନତିକରଣ କରାଯିବ । ବର୍ତ୍ତମାନ ଚିକିତ୍ସାଳୟରେ 30 ଟି ଶଯ୍ୟା ଥିବାବେଳେ ଏହାକୁ 80 ଟି ଶଯ୍ୟା ବିଶିଷ୍ଟ କରାଯିବା ନେଇ ପ୍ରସ୍ତାବ ଦିଆଯାଇଛି । ଏହାସହ ଆଧୁନିକ ଚିକିତ୍ସା ଉପକରଣର ବ୍ୟବସ୍ଥା କରାଯିବା ସମେତ ପଶ୍ଚିମ ଓଡିଶାରେ ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ଏହା ଉତ୍କର୍ଷର କେନ୍ଦ୍ର ହେବ ବୋଲି ଅସିତ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....ବରଗଡ଼ ଗସ୍ତରେ WODC ଅଧ୍ୟକ୍ଷ ଅସିତ ତ୍ରିପାଠୀ

ଅନ୍ୟପକ୍ଷେ ସମ୍ବଲପୁରର କରଡୋଲାରେ ବୁଣାକାର ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ କରାଯିବା ନେଇ ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସହ ଅସିତ ଆଲୋଚନା କରିଛନ୍ତି । ସେହିପରି ଗଙ୍ଗାଧର ମେହେର କଲେଜର ବିଭିନ୍ନ ସମସ୍ୟା ଓ ଟାଉନ ହଲ ଅଡିଟୋରିୟମ ନିର୍ମାଣ ସମ୍ପର୍କରେ ମଧ୍ୟ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ସୁବର୍ଣ୍ଣପୁରରେ ନିର୍ମାଣ ହେଉଥିବା ନୂତନ ପର୍ଯ୍ୟଟନ ଆକର୍ଷଣ ହସ୍ତତନ୍ତ ମଲ ସମ୍ପର୍କରେ ଜିଲ୍ଲାପାଳଙ୍କ ଠାରୁ ଅସିତ ବୁଝିଛନ୍ତି । ତେବେ ଜିଲ୍ଲା ଲାଇବ୍ରେରୀର ଉନ୍ନତିକରଣ ବିଷୟରେ ମଧ୍ୟ ସେ ଆଲୋଚନା କରିଛନ୍ତି । ବୈଠକରେ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ ଅଜିତ କୁମାର ମିଶ୍ର ଓ ବୈଷୟିକ ପରାମର୍ଶଦାତା ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....WODCର ୬୨ତମ କାଉନ୍ସିଲ ବୈଠକ: 741ଟି ମୁଖ୍ୟମନ୍ତ୍ରୀ ସଭାଘର ପାଇଁ 62 କୋଟି ମଞ୍ଜୁର

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.