ETV Bharat / state

2030 ସୁଦ୍ଧା ଏକ ସମୃଦ୍ଧ ରାଜ୍ୟ ହେବ ଓଡ଼ିଶା: ଅସିତ ତ୍ରିପାଠୀ

author img

By ETV Bharat Odisha Team

Published : Oct 16, 2023, 10:22 PM IST

Updated : Oct 16, 2023, 10:58 PM IST

5 ଦିନିଆ ପଶ୍ଚିମ ଓଡିଶା ଗସ୍ତରେ ଆସିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ । ସେ WODC ଦ୍ବାରା ନିର୍ମାଣ ହେଉଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ।

5 ଦିନିଆ ପଶ୍ଚିମ ଓଡିଶା ଗସ୍ତରେ WODC ଅଧ୍ୟକ୍ଷ

ଭୁବନେଶ୍ବର: 5 ଦିନିଆ ପଶ୍ଚିମ ଓଡିଶା ଗସ୍ତରେ ଆସିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ । ସେ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । "2030 ସୁଦ୍ଧା ଓଡିଶା ହେବ ଏକ ସମୃଦ୍ଧ ରାଜ୍ୟ । ସମୃଦ୍ଧ ରାଜ୍ୟ ରୂପେ ଗଢି ତୋଳିବାକୁ ହେଲେ କର୍ମ ସ୍ବଚ୍ଛତା ଓ ସାମୂହିକ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଲୋକଙ୍କ ନିକଟରେ ଜନହିତକର ପ୍ରକଳ୍ପର ସୁଫଳ ପହଞ୍ଚାଇବା ପାଇଁ ଆମ ସମସ୍ତଙ୍କୁ ପରିବର୍ତ୍ତନର ବାହକ ରୂପେ କର୍ମ କରିବାକୁ ହେବ" ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ।

ଏହାସହ ସେ ହରଭଙ୍ଗା ବ୍ଲକର ବୀରନରସିଂହପୁରରେ ଇକୋ ପାର୍କ ନିର୍ମାଣ ନେଇ ବିସ୍ତୃତ ଆଲୋଚନା କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାର ଝିଙ୍କିରେ 6 କୋଟି 45 ଲକ୍ଷ ଟଙ୍କା ଅନୁଦାନରେ ହସ୍ତତନ୍ତ ମଲ ନିର୍ମାଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏହି ଆଲୋଚନାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଓ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ଉପସ୍ଥିତ ଥିଲେ । ଉଭୟ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ତଥ୍ୟ ପ୍ରଦାନ କରିଛନ୍ତି । ଅସିତ କହିଛନ୍ତି, "ରାଜ୍ୟର ଚାଷୀ ମାନଙ୍କୁ ଉତ୍ସାହିତ କରିବା ଜରୁରୀ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ନୂତନ ଜ୍ଞାନ କୌଶଳର ପ୍ରୟୋଗ କରି ପାରମ୍ପରିକ ଚାଷ ବ୍ୟତୀତ ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦର ବିକାଶ, ଦୁଗ୍ଧ ଉତ୍ପାଦନ ଓ ପଶୁପାଳନ ଇତ୍ୟାଦି କ୍ଷେତ୍ରରେ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାରେ ଆବଶ୍ୟକତା ରହିଛି । ଦୁଗ୍ଧ ଯୋଗାଣକୁ ସୁପରିଚାଳତ କରିବା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଭିତ୍ତିଭୂମି ନିର୍ମାଣ କରିବାରେ ସାହାଯ୍ୟ କରିବ ।"

ଏହା ବି ପଢନ୍ତୁ...ପଶୁ ପାଳନ ଓ ଅଣ୍ଡା ଉତ୍ପାଦନରେ ଓଡିଶା ହେବ ଆତ୍ମନିର୍ଭରଶୀଳ: ଅସିତ ତ୍ରିପାଠୀ

ନଭେମ୍ବର ମାସର ପ୍ରଥମ ସପ୍ତାହ ମଧ୍ୟରେ ଦୁଗ୍ଧ ଉତ୍ପାଦନ ପାଇଁ ଭିତ୍ତିଭୂମିର ଶୁଭାରମ୍ଭ କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି । 'ସ୍ବୟଂ ସହାୟକ ଗୋଷ୍ଠୀ କାଫେ' ନିର୍ମାଣ କରି ବିତରଣ ଓ ବିକ୍ରୟ ବ୍ୟବସ୍ଥା କରାଯିବ । ଫଳରେ ସମାଜର ସବୁ ବର୍ଗଙ୍କ ନିକଟରେ ଉପଯୁକ୍ତ ସହାୟତା ପହଞ୍ଚିପାରିବ । ସବୁ କ୍ଷେତ୍ରରେ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ଜିଲ୍ଲାର ଅଧିକାରୀଙ୍କୁ ଏକାଠି ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ ସଭାଗୃହ ନିର୍ମାଣ କାର୍ଯ୍ୟର ସେ ସମୀକ୍ଷା କରିଛନ୍ତି। ବୈଠକରେ ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ପାଇଁ ଡାଏଲେସିସ ମେସିନ୍ ଓ ସି - ଆର୍ମ ମେସିନ ପାଇଁ ଅର୍ଥ ଅନୁମୋଦନ କରାଯାଇଛି ।

ଏହାସହ ଜିଲ୍ଲାର ପାଠାଗାର ପରିସରକୁ ବଢାଇବା ପାଇଁ 50 ଲକ୍ଷ ଟଙ୍କାର ଅତିରିକ୍ତ ରାଶି ପ୍ରଦାନକୁ ଅନୁମୋଦନ କରାଯାଇଛି । ଫଳରେ ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ ପାଇଁ ଗୌରବ ଆଣିପାରିବେ । ତରଭା ଷ୍ଟାଡିୟମ କ୍ଷେତ୍ର ପରିଦର୍ଶନରେ ଯାଇ 1 କୋଟି ଟଙ୍କା ଅନୁଦାନରେ ପ୍ୟାଭିଲିୟନ ନିର୍ମାଣ ପାଇଁ ସହାୟତା ରାଶି ପ୍ରଦାନ କରାଯିବା ନେଇ ବିଚାର କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇଛି ।

ସମୀକ୍ଷା ବୈଠକରେ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ଅଜିତ କୁମାର ମିଶ୍ର, ବୈଷୟିକ ପରାମର୍ଶଦାତା ଓ ବିଶେଷଜ୍ଞ ସଦସ୍ୟ ଏବଂ ଦୁଇ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଉଭୟ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହାସହ ସଂସଦୀୟ ବ୍ୟାପାର ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସହ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା ମଧ୍ୟ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 16, 2023, 10:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.