ETV Bharat / state

Weather Update: ବାଂଲାଦେଶ ମୁହାଁ ଅତି ଭୀଷଣ ସାମୁଦ୍ରିକ ଝଡ 'ହାମୁନ୍‌'

ବାଂଲାଦେଶ ମୁହାଁ ଅତି ଭୀଷଣ ସାମୁଦ୍ରିକ ଝଡ 'ହାମୁନ୍‌' । ଏହାର ପ୍ରଭାବରେ ତାପମାତ୍ରା କମିବା ସହ ଶୀତର ପରିମାଣ ବୃଦ୍ଧି ପାଇବ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 24, 2023, 8:10 PM IST

Weather Update
Weather Update
Weather Update

ଭୁବନେଶ୍ବର: ବାଂଲାଦେଶ ମୁହାଁ ଅତି ଭୀଷଣ ସାମୁଦ୍ରିକ ଝଡ ହାମୁନ୍‌ । ଆଜି ସକାଳେ ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା । ତେବେ ଏହି ବାତ୍ୟା ହାମୁନ୍‌ ପୂର୍ବ ଉତ୍ତର ପୂର୍ବ ଦିଗରେ ଗତି କରି ୨୫ ତାରିଖ ସନ୍ଧ୍ୟାରେ ଖେପୂପାରା ଓ ଚିତାଗଙ୍ଗଠାରେ ଉପକୂଳ ଅତିକ୍ରମ କରିବ। ଓଡ଼ିଶା ଉପରେ ନାହିଁ ଏହାର ପ୍ରଭାବ। ଆସନ୍ତାକାଲି ଉତ୍ତର ଓ ଉପକୂଳ ଓଡ଼ିଶାରେ କୋହଲା ପାଗ ସାଙ୍ଗକୁ ହେବ ହାଲୁକା ବର୍ଷା ହେବ । ଏହାର ପ୍ରଭାବରେ ତାପମାତ୍ରା କମିବା ସହ ଶୀତର ପରିମାଣ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ. ଆର ବିଶ୍ବାସ ସୂଚନା ଦେଇଛନ୍ତି ।

ତେବେ ବଙ୍ଗୋପସାଗରରେ ବାତ୍ୟା ହାମୁନ ଆଜି ସକାଳେ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଚି। କ୍ରମଶଃ ପୂର୍ବ ଉତ୍ତର ପୂର୍ବ ଦିଗରେ ଗତି କରି ବାଂଲାଦେଶ ଅଭିମୁଖେ ଅଗ୍ରସର ହେଉଛି । ଗତ ୬ ଘଣ୍ଟା ହେବ ୨୩ କିମି ବେଗରେ ଗତି କରୁଛି ହାମୁନ୍‌ । ଯାହା ବର୍ତ୍ତମାନ ପାରାଦ୍ବୀପଠାରୁ ୨୯୦ କିମି ଦୂରରେ ରହିଥିବାବେଳେ ଦୀଘାଠାରୁ ୨୭୦ କିମି, କ୍ଷେପୁପରାଠାରୁ ୨୩୦ କିମି ଓ ଚିତାଗଙ୍ଗାଠାରୁ ୩୫୦ କିମି ଦୂରରେ ରହିଛି । କିଛି ସମୟ ଧରି ଅତି ଭୀଷଣ ସାମୁଦ୍ରିକ ଝଡ ହୋଇ ରହିବା ପରେ ସମୁଦ୍ର ଭିତରେ କ୍ରମେ ଦୁର୍ବଳ ହେବ । ଭୀଷଣ ସାମୁଦ୍ରିକ ଝଡ ହୋଇ ୨୫ ସଂଧ୍ୟାରେ ଖେପୂପରା ଓ ଚିତାଗଙ୍ଗଠାରେ ଉପକୂଳ ଅତିକ୍ରମ କରିବ।

ଏହା ବି ପଢନ୍ତୁ- ଆଜି ସନ୍ଧ୍ୟାରେ ବଙ୍ଗୋପସାଗରରେ ବଡ ବାତ୍ୟା, ଓଡିଶାରେ ପଡିବନି ପ୍ରଭାବ: IMD

ସେହି ସମୟରେ ୬୫ରୁ ୭୫ କିମି ବେଗରେ ପବନ ବହିବା ସହ ଝଟକା ପବନ ୮୫ କିମି ରହିବ। ଏହାର ପ୍ରଭାବ ଯଦିଓ ସିଧାସଳଖ ଓଡ଼ିଶା ଉପରେ ନାହିଁ, କିନ୍ତୁ ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, ରାୟଗଡ଼ା ଓ କୋରାପୁଟରେ ହାଲୁକା ବର୍ଷା ହେବ। ଆସନ୍ତାକାଲି (ବୁଧବାର) ଉପକୂଳ ଓଡ଼ିଶା ସହ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ହାମୁନ୍‌ ପ୍ରଭାବରେ କିଛି ସ୍ଥାନରେ ବର୍ଷା ହୋଇଥିବାବେଳେ ଆଉ ୨୪ ଘଣ୍ଟା ରହିବ କୋହଲା ପାଗ ।

ଅନ୍ୟପଟେ ଅତି ଭୀଷଣ ବାତ୍ୟା ଆଜି ସନ୍ଧ୍ୟା ସୁଦ୍ଧା ଦୁର୍ବଳ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଏହା ଓଡ଼ିଶା ଉପକୂଳ ଯଥେଷ୍ଟ ଦୂରରେ ସମାନ୍ତରାଳ ଭାବେ ବାଂଲାଦେଶ ମୁହାଁ ହେଉଥିବାରୁ ଓଡ଼ିଶାରେ ଏହାର ପ୍ରଭାବ ନାହିଁ । ଆସନ୍ତା ୨୪ ଘଣ୍ଟାରେ କିଛି ବର୍ଷା ଉପକୂଳ ଉତ୍ତର ଓଡ଼ିଶାରେ ହୋଇପାରେ । ନଚେତ ବାକି ସ୍ଥାନ ଶୁଖିଲା ରହିବ । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମିବ । ବାତ୍ୟା ଅପସରିବା ପରେ ଶୀତ ଆସିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.