ETV Bharat / state

Odisha Assembly News: ୬ ଲକ୍ଷରୁ ଉର୍ଦ୍ଧ୍ୱ SHG ଗ୍ରୁପ୍, ୭୦ ଲକ୍ଷ ସଦସ୍ୟା

ରାଜ୍ୟରେ ମିଶନ ଶକ୍ତି ଦ୍ୱାରା ଯୋଡି ହୋଇଛନ୍ତି ୬, ୦୨, ୦୧୩ ଟି ସ୍ଵୟଂ ସହାୟକ ଗୋଷ୍ଠୀ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Nov 26, 2022, 8:21 PM IST

ଭୁବନେଶ୍ବର: ରାଜ୍ୟରେ ମିଶନ ଶକ୍ତି ଦ୍ୱାରା ଯୋଡି ହୋଇଛନ୍ତି ୬, ୦୨, ୦୧୩ ଟି ସ୍ଵୟଂ ସହାୟକ ଗୋଷ୍ଠୀ । ଏଥିରେ ୭୦, ୦୦, ୦୧୦ ଜଣ ମହିଳା ମହିଳା ସଦସ୍ୟ ଅଛନ୍ତି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୧, ୨୦୧ ଟି ସ୍ବୟଂ ସହାୟକ ଗୋଷ୍ଠୀଥିବାବେଳେ ୪, ୨୮, ୮୫୯ ଜଣ ସଦସ୍ୟ ଅଛନ୍ତି । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ସେହିପରି ବୌଦ୍ଧ ଜିଲ୍ଲାରେ ସର୍ବନିମ୍ନ ୫୫୧୮ ଗୋଷ୍ଠୀ ଓ ୫୭୯୩୨ ସଦସ୍ୟ ରହିଛନ୍ତି ।

୬ ଲକ୍ଷରୁ ଉର୍ଦ୍ଧ୍ବ ଗୋଷ୍ଠୀରେ ଅଛନ୍ତି ୭୦ ଲକ୍ଷ ମହିଳା

ଏହାବି ପଢନ୍ତୁ- Odisha Assembly News: ଓଡିଶା ଅଗ୍ନିଶମ ସଂଶୋଧନ ବିଲ ୨୦୨୨ ପାରିତ

ମିଶନ ଶକ୍ତି ମନ୍ତ୍ରୀ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାର ୨୨ ବ୍ଲକରେ ୪୧, ୨୦୧ ଟି ଏସଏଚଜି ଥିବାବେଳେ ୪, ୨୮, ୮୫୯ ଜଣ ସଦସ୍ୟ ଅଛନ୍ତି । ଆସ୍କା ବ୍ଲକରେ ୧୯୯୦ ଏସଏଚଜି ଥିବାବେଳେ ସଦସ୍ୟ ୨୧୮୫୭, ବେଗୁନିଆପଡା ୧୬୩୪ ଏସଏଚଜି ଥିବାବେଳେ ସଦସ୍ୟ ୧୭୭୭୪, ବେଳଗୁଣ୍ଠା ୧୮୨୫ ଏସଏଚଜି ଥିବାବେଳେ ୧୮୩୭୮ ସଦସ୍ୟ, ବ୍ରହ୍ମପୁର ମହାନଗର ନିଗମ - 1ରେ ୬୪୭ ଏସଏଚଜି ଥିବାବେଳେ ୬୬୨୦ ସଦସ୍ୟ, ବ୍ରହ୍ମପୁର ୨ରେ ୫୭୪ ଏସଏଚଜି ଥିବାବେଳେ ୫୮୪୮ ସଦସ୍ୟ, ଭଞ୍ଜନଗରରେ ୧୯୯୧ ଏସଏଚଜି ଥିବାବେଳେ ୨୦୩୧୧ ସଦସ୍ୟ, ବୁଗୁଡାରେ ୧୫୬୯ ଏସଏଚଜି ଥିବାବେଳେ ୧୫୮୦୫ ସଦସ୍ୟ, ଛତ୍ରପୁରରେ ୨୩୩୨ ଏସଏଚଜି ଥିବାବେଳେ ୨୩୬୭୫ ସଦସ୍ୟ, ଚିକିଟି ୧୯୫୬ ଏସଏଚଜି ଥିବାବେଳେ ୨୧୦୬୪ ସଦସ୍ୟ, ଧରାକୋଟରେ ୧୪୨୯ ଏସଏଚଜି ଥିବାବେଳେ ୧୪୯୧୯ ସଦସ୍ୟ, ଦିଗପହଣ୍ଡିରେ ୧୭୨୭ ଏସଏଚଜି ଥିବାବେଳେ ୧୮୨୪୦ ସଦସ୍ୟ, ଗଞ୍ଜାମରେ ୧୭୦୫ ଏସଏଚଜି ଥିବାବେଳେ ୧୭୩୪୯ ସଦସ୍ୟ, ହିଂଜିଲିରେ ୧୩୩୦ ଏସଏଚଜି ଥିବାବେଳେ ୧୩୫୩୩ ସଦସ୍ୟ, ଜଗନ୍ନାଥପ୍ରସାଦରେ ୧୮୬୬ ଏସଏଚଜି ଥିବାବେଳେ ୧୯୧୦୪ ସଦସ୍ୟ, କବିସୂର୍ଯ୍ୟନଗରରେ ୧୩୩୬ ଏସଏଚଜି ଥିବାବେଳେ ୧୩୭୨୨ ସଦସ୍ୟ, ଖଲିକୋଟରେ ୨୮୯୪ ଏସଏଚଜି ଥିବାବେଳେ ୩୦୨୬୦ ସଦସ୍ୟ, କୁକୁଡ଼ାଖଣ୍ଡିରେ ୧୩୦୦ ଏସଏଚଜି ଥିବାବେଳେ ୧୩୩୧୭ ସଦସ୍ୟ, ପାତ୍ରପୁରରେ ୧୫୭୪ ଏସଏଚଜି ଥିବାବେଳେ ୧୬୯୮୯ ସଦସ୍ୟ, ପୋଲସରାରେ ୧୪୩୭ ଏସଏଚଜି ଥିବାବେଳେ ୧୫୧୦୩ ସଦସ୍ୟ, ପୁରୁଷୋତ୍ତମପୁରରେ ୧୫୬୭ ଏସଏଚଜି ଥିବାବେଳେ ୧୭୨୧୬ ସଦସ୍ୟ, ରଙ୍ଗେଇଲୁଣ୍ଡାରେ ୨୦୫୫ ଏସଏଚଜି ଥିବାବେଳେ ୨୨୧୯୦ ସଦସ୍ୟ, ସାନଖେମୁଣ୍ଡିରେ ୧୫୫୬ ଏସଏଚଜି ଥିବାବେଳେ ୧୬୩୭୩ ସଦସ୍ୟ, ଶେରଗଡ଼ରେ ୨୩୪୧ ଏସଏଚଜି ଥିବାବେଳେ ୨୩୫୪୧ ସଦସ୍ୟ, ସୋରଡାରେ ୨୫୬୬ ଏସଏଚଜି ଥିବାବେଳେ ୨୫୬୭୧ ସଦସ୍ୟ ରହିଛନ୍ତି ।

ଏହାବି ପଢନ୍ତୁ- FIFA World Cup 2022: ଆର୍ଜେଣ୍ଟିନା ଓ ମେକ୍ସିକୋ ମ୍ୟାଚ ପୂର୍ବରୁ ସହରରେ ଲାଗିଲା ନିଆଁ

ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ବିଭିନ୍ନ କୃଷିଭିତ୍ତିକ କାର୍ଯ୍ୟ ଉନ୍ନତ ପନିପରିବା ଚାଷ, ଛତୁ ଚାଷ, ଚାରା ପ୍ରସ୍ତୁତି, ଫୁଲ ଚାଷ, ମାଛ ଚାଷ, କୁକୁଡା ଓ ଛେଳି ପାଳନ କାର୍ଯ୍ୟ କରୁଛନ୍ତି । ଏହା ସହ ଅଣ କୃଷିଭିରିକ କାର୍ଯ୍ୟ ହସ୍ତତନ୍ତ, ହସ୍ତଶିଳ୍ପ, ଧୂପକାଠି ପ୍ରସ୍ତୁତି, ଆଚାର ପ୍ରସ୍ତୁତି, ମାଣ୍ଡିଆ ପ୍ରକ୍ରିୟାକରଣ ମାଧ୍ୟମରେ ଲଘୁ ଉଦ୍ୟୋଗ ପ୍ରତିଷ୍ଠା ଇତ୍ୟାଦି କାର୍ଯ୍ୟରେ ନିୟୋଜିତ ହୋଇପାରିଛନ୍ତି । ଏତତ ବ୍ୟତୀତ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ଗଞ୍ଜାମ ଜିଲ୍ଲାର ସ୍ବୟଂ ସହାୟକ ଗୋଷ୍ଠୀମାନେ ବିଭିନ୍ନ ଦ୍ରବ୍ୟ ଓ ସେବା କାର୍ଯ୍ୟରେ ନିୟୋଜିତ ହୋଇ ରୋଜଗାରକ୍ଷମ ହୋଇପାରିଛନ୍ତି ବୋଲି ମନ୍ତ୍ରୀ ଗୃହରେ ଉତ୍ତର ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.