ETV Bharat / state

ଖସିବ ପାରଦ, ବଢିବ ଶୀତ

ଆଗକୁ ବଢିବ ଶୀତ । ଆଗାମୀ ୪ ଦିନ ମଧ୍ୟରେ ୨ ରୁ ୪ ଡ଼ିଗ୍ରୀ ଯାଏଁ ରାଜ୍ୟର ଅନେକ ସ୍ଥାନରେ ପାରଦ ତଳକୁ ଖସିବ । ଏଥିଯୋଗୁଁ ବଢିବ ଶୀତ । ଅଧିକ ପଢନ୍ତୁ

author img

By

Published : Dec 12, 2022, 7:00 PM IST

ଖସିବ ପାରଦ, ବଢିବ ଶୀତ
ଖସିବ ପାରଦ, ବଢିବ ଶୀତ
ଖସିବ ପାରଦ, ବଢିବ ଶୀତ

ଭୁବନେଶ୍ବର: ଆଗକୁ ବଢିବ ଶୀତ । ଆଗାମୀ ୨୪ ଘଣ୍ଟା ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ୪ ଦିନ ମଧ୍ୟରେ ୨ ରୁ ୪ ଡ଼ିଗ୍ରୀ ଯାଏଁ ରାଜ୍ୟର ଅନେକ ସ୍ଥାନରେ ପାରଦ ତଳକୁ ଖସିବାର ସମ୍ଭାବନା ରହିଛି | ଏହା ଫଳରେ ରାଜ୍ୟରେ ଶୀତ ବଢିବ ।

ତେବେ ୨୪ ଘଣ୍ଟା ଭିତରେ ମାଲକାନଗିରି କୋରାପୁଟ ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଅନ୍ୟ ଜିଲ୍ଲା ଗୁଡିକରେ ପାଗ ପ୍ରାୟତଃ ଶୁଖିଲା ରହିଛି । ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ଏହାସହ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ବଭାବିକ ରହିଛି । ହେଲେ ଆସନ୍ତା କାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଧୀରେ ଧୀରେ ୨ ରୁ ୪ ଡ଼ିଗ୍ରୀ ଯାଏଁ ପାରଦ ଖସିବ ଆଉ ଶୀତର ପ୍ରକୋପ ବଢିବ ।

ଅନ୍ୟପଟେ ଦକ୍ଷିଣ ଓଡିଶା କିଛି ସ୍ଥାନ ଯେପରିକି ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭବନା ଥିବା କହିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.