ETV Bharat / state

ଭୁଲ ଭୋଟ ଗଣତି ପାଇଁ ରାସ୍ତା ଅବରୋଧ, ବିଜୟୀ ଘୋଷଣା ପରେ ପ୍ରାର୍ଥୀଙ୍କୁ କହିଲେ ପରାଜିତ

author img

By

Published : Feb 28, 2022, 12:24 PM IST

ଭୋଟ ଗଣତିରେ ତ୍ରୁଟିକୁ ନେଇ ରାସ୍ତାରୋକ। ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକରେ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା ପରେ ପୁନଃ ଗଣତିରେ ପରାଜୟ ଘୋଷଣା କରିଥିବା ଅଭିଯୋଗ ହୋଇଛି। ଅଧିକ ପଢ଼ନ୍ତୁ

winning candidate defeated after re counting in balianta
ବିଜୟୀ ଘୋଷଣା ହେବାପରେ ପୁନଃ ପରାଜୟ ଘୋଷଣା!

ନିଆଳି: ଭୋଟ ଗଣତି ତ୍ରୁଟିକୁ ନେଇ ରାସ୍ତାରୋକ। ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକରେ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା ପରେ ପୁନଃ ଗଣତିରେ ପରାଜୟ ଘୋଷଣା କରିଥିବା ଅଭିଯୋଗ ହୋଇଛି।

ବିଜୟୀ ଘୋଷଣା ହେବାପରେ ପୁନଃ ପରାଜୟ ଘୋଷଣା!

ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର ବେଣିପୁର ଗ୍ରାମପଞ୍ଚାୟତ ପାଇଁ ସମିତି ସଭ୍ୟ ପ୍ରାର୍ଥୀ ଦୁର୍ଯୋଧନ ପରିଡ଼ା ନିର୍ବାଚନ ଲଢୁଥିଲେ। ବାଲିଅନ୍ତା ବ୍ଲକ ପରିସରରେ ଭୋଟ ଗଣତିରେ ଦୁର୍ଯ୍ୟୋଧନ ପରିଡ଼ାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ଏହି ପଞ୍ଚାୟତର ପୁନଃ ଭୋଟ ଗଣତି ପାଇଁ ବ୍ଲକ ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ପ୍ରତିଦ୍ବନ୍ଦୀ ଲିଖିତ ଆକାରରେ ଜଣାଇଥିଲେ । ପୁନର୍ବାର ଭୋଟ ଗଣତିରେ ନମିତା ପରିଡ଼ାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା।

ତେବେ ପୂର୍ବ ବିଜୟୀ ପ୍ରାର୍ଥୀ ଦୁର୍ଯ୍ୟୋଧନ ପରିଡ଼ା ଭୋଟ ଗଣତି ନେଇ ସନ୍ଦେହ ପ୍ରକଟ କରିଛନ୍ତି। ଏବଂ ନିଜ ସମର୍ଥକଙ୍କୁ ଧରି ରାସ୍ତା ଅବରୋଧ କରିଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ଜୟଦେବ ଓ ବାଲିଅନ୍ତା ରାସ୍ତାର ବେଣୁପୁର ନିକଟରେ ରାସ୍ତା ଅବରୋଧ କରାଯାଇଛି। ଘଟଣାସ୍ଥଳରେ ବାଲିଅନ୍ତା ପୋଲିସ ପହଞ୍ଚି ଅବରୋଧକାରୀଙ୍କୁ ବୁଝାସୁଝା କରିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ବାଲିଅନ୍ତା ବ୍ଲକ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ସୁଦ୍ଧା କୌଣସି ତଥ୍ୟ ହସ୍ତଗତ ହୋଇପାରିନାହିଁ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.