ଖୋର୍ଦ୍ଧା: ଲକଡାଉନରେ ମଦ ମାଫିଆଙ୍କ ପାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି । ଏନେଇ କଡା ନଜର ରଖିଛି ପୋଲିସ ।
ବିଶେଷ ସୂତ୍ରରୁ ଖବର ପାଇ ଜଟଣୀ ଦୁର୍ଗା ମାର୍କେଟ ଅଞ୍ଚଳରେ ପୋଲିସ ଚଢାଉ କରି 12 ଲିଟର ବିଦେଶୀ ମଦ, 20କେଜିରୁ ଊର୍ଦ୍ଧ୍ବ ଭାଙ୍ଗ ସହ ଭାଙ୍ଗ ବାଟିବାରେ ବ୍ୟବହୃତ 3 ଟି ଗ୍ରାଇଣ୍ଡର ଜବତ କରିଛି ଜଟଣୀ ପୋଲିସ । ତେବେ ଚୋରା ମଦ ଓ ଭାଙ୍ଗ ବିକ୍ରି ଅଭିଯୋଗରେ ଦୁଇ ଭାଇଙ୍କୁ ପୋଲିସ ଗିରଫ କରିଛି ।
ଗିରଫ ଦୁଇ ଭାଇ ହେଲେ ଜଟଣୀର ପ୍ରମୋଦ ମହାନ୍ତି ଓ ସନ୍ତୋଷ ମହାନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ