ETV Bharat / state

IAS Issue: ଆଇଏଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ, କାହିଁକି ଚୁପ ମୁଖ୍ୟ ଶାସନ ସଚିବ - ଭିକେ ପାଣ୍ଡିଆନ

ଆଇଏଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ? ମୁଖ୍ୟ ଶାସନ ସଚିବ ଉକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ ତ ? ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ଓ ସାମ୍ବାଦିକ । ଦେଖନ୍ତୁ ଏହି ରିପୋର୍ଟ

Etv Bharat
Etv Bharat
author img

By

Published : Jun 29, 2023, 5:12 PM IST

Updated : Jun 29, 2023, 6:16 PM IST

IAS Issue: ଆଇଏଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ, କାହିଁକି ଚୁପ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଭିଯୋଗ ଉପରେ କେନ୍ଦ୍ରରୁ ଆସିଲା ଚିଠି । ଓଡ଼ିଶା କ୍ୟାଡରର ଆଇଏଏସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଉକ୍ତ ଚିଠିରେ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅପରାଜିତା ଓ ମନମୋହନଙ୍କ ତଥ୍ୟ ଓ ପ୍ରମାଣ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୁହାଯାଇଛି । ହେଲେ ଏଠାରେ ପ୍ରଶ୍ନ ଉଠୁଛି ଆଇଏଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ନିଆଯିବ ? ଏଯାବତ କାହିଁକି ଚୁପ ମୁଖ୍ୟ ଶାସନ ସଚିବ ? ସେ ଉକ୍ତ ଆଇଏଏସ କ୍ୟାଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ତ ? ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ନେତା ।

5T Secretary Issue
କାର୍ଯ୍ୟାନୁଷ୍ଠାନ ନେଇ କେନ୍ଦ୍ରରୁ ଆସିଲା ଚିଠି

ତେବେ ବିଜେପି ଆକ୍ରମଣରେ ମଧ୍ୟ ସାଥ ଦେଇଛି କଂଗ୍ରେସ । କଂଗ୍ରେସ ନେତା ବିଜୟ ପଟ୍ଟନାୟକ ମଧ୍ୟ ଡିଓପିଟିକୁ ଚିଠି ଲେଖି ସମ୍ପୃକ୍ତ ଆଇଏଏସ୍ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏହାସହିତ ସମ୍ପୃକ୍ତ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବାରୁ କାର୍ଯ୍ୟାନୁଷ୍ଠାନ ଆଶା କମ ବୋଲି କହିଥିଲେ ବିଜୟ । ତେବେ କେନ୍ଦ୍ର ଚାହିଁଲେ ନୋଟିସ୍ ପଠାଇ ଡେପୁଟେସନରେ ନେବା ସହିତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ବୋଲି କହିଥିଲେ ବିଜୟ । ଏପଟେ ଆଜି ମଧ୍ୟ ବିରୋଧୀଙ୍କୁ କାଉଣ୍ଟର କରିଛି ବିଜେଡି । ଏପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ଘଟଣାରେ ବର୍ଷିବା ସହିତ ସାଂସଦ ଓ ବିଧାୟକ ସମ୍ପୃକ୍ତ ଅଧିକାରୀଙ୍କ ଆଗରେ ଅସହାୟ ବୋଲି କହିଛନ୍ତି ।

ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀ ମିଡିଆ ଆଗରେ କୁହନ୍ତୁ 'ବ୍ୟକ୍ତିଗତ ସଚିବକୁ ରାଜ୍ୟର ଟେଣ୍ଡର ଦେଲି': ମନମୋହନ ସାମଲ

ଏହି ଘଟଣା ନେଇ ମୁଖ୍ୟ ଶାସନ ସଚିବଙ୍କ ପାଖରେ ଅପସନ କଣ ରହିଛି । ସେହି ଆଇଏଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ନେଇପାରିବେ ତ ମୁଖ୍ୟ ଶାସନ ସଚିବ ? ଏ ନେଇ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ କହିବା ହେଲା, ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନେଇ କାର୍ଯ୍ୟାନୁଷ୍ଠାନ ନେଇପାରିବେ । ଯଦି ସେ ଏପରି ନକରନ୍ତି ତେବେ କେନ୍ଦ୍ରର କାର୍ମିକ ବିଭାଗ ତାଙ୍କୁ ପାଲଟା ପ୍ରଶ୍ନ ପଚାରିପାରେ କିମ୍ବା ଦିଲ୍ଲୀ ଡକାଇପାରେ । ପଶ୍ଚିମବଙ୍ଗର ଉଦାହରଣ ଦେଇ ସେ କହିଛନ୍ତି ସେଠାରେ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କ ବିରୋଧରେ ଅଭିଯୋଗ ଆସିବାରୁ ତାଙ୍କୁ ଦିଲ୍ଲୀ ଡକାଯାଇଥିଲା । ସେ କିନ୍ତୁ ଚାକିରିରୁ ଇସ୍ତଫା ଦେଇ ମମତା ବାନାର୍ଜୀଙ୍କ ରାଜନୈତିକ ଉପଦେଷ୍ଟା ହୋଇଗଲେ । ଓଡିଶା କ୍ଷେତ୍ରରେ ସମାନ ଘଟଣା । ତେବେ ମୁଖ୍ୟ ଶାସନ ସଚିବ ତଥ୍ୟ ଓ ପ୍ରମାଣକୁ ଆଧାର କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଆଇଏଏସ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ ।

ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀ ଭଲରେ ଓଡ଼ିଆ କହି ପାରୁନାହାନ୍ତି, ସମ୍ବଲପୁରୀ ଭାଷା କହିଲେ କେମିତି ?: ମୋହନ

ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ବିନା ପରାମର୍ଶରେ କିଛି ଆକସନ ନେଇପାରିବେ ନାହିଁ । ଯାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ସେହି ଅନୁସାରେ ମୁଖ୍ୟ ଶାସନ ସଚିବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ସେହିପରି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି, " ସେହି ଆଇଏଏସ ଅଫିସର ଜଣଙ୍କ ବିନା ବଜେଟ ଅନୁମୋଦନରେ ଆର୍ଥିକ ଅନୁଦାନଗୁଡିକ ସଭା ସମିତିରେ ଘୋଷଣା କରିଚାଲିଛନ୍ତି । ଯାହାକି ଏକ ସାମ୍ବିଧାନିକ ତ୍ରୁଟି । ବିଧାନସଭା କିମ୍ବା ପାର୍ଲାମେଣ୍ଟର ବିନା ଅନୁମତିରେ ଏପରି ଆର୍ଥିକ ଘୋଷଣା ହୋଇପାରିବ ନାହିଁ । ଯାହାକି ଏକ କନଷ୍ଟିଚ୍ୟୁସନାଲ ଏରର । ତେଣୁ ମୁଖ୍ୟ ଶାସନ ସଚିବ ଏସବୁର ଅନୁଧ୍ୟାନ କରିବେ । ତଥ୍ୟ ଓ ପ୍ରମାଣ ଆଧାରରେ ଏକଜାମିନ୍ କରି ଉକ୍ତ ଆଇଏଏସ ଅଫିସରଙ୍କୁ ଏକ୍ସପ୍ଲାନେସନ ମାଗିପାରିବେ ମୁଖ୍ୟ ଶାସନ ସଚିବ । କିନ୍ତୁ ଆମ ବିଧାୟକ ଓ ମନ୍ତ୍ରୀମାନେ ଅଯୋଗ୍ୟ ହୋଇଥିବାରୁ ଆଜି ଏପରି ସ୍ଥିତି ଉପୁଜିଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 29, 2023, 6:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.