
ଭୁବନେଶ୍ବର: ଏଣିକି ଆଉ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଟିକେଟ୍ କାଟିବାକୁ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି । ଧାଡ଼ିରେ ଛିଡା ହେବା ବଦଳରେ ଏଣିକି ହ୍ୱାଟସଆପରେ ହୋଇପାରିବ ଟିକେଟ୍। ଏନେଇ ନନ୍ଦନକାନନରେ ଡିଜିଟାଲ୍ ବୁକିଂ ଆରମ୍ଭ ହୋଇଛି । ଗତ ଶନିବାର ଦିନ 'ହ୍ୱାଟସ୍ ଆପ ଟିକେଟ ବୁକିଂ'ର ଉଦଘାଟନ କରିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ। ହ୍ୱାଟସଆପ କ୍ୟୁଆର୍ କୋର୍ଡରେ ସ୍କାନ କରି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଟିକେଟ କରିହେବ ।

କିପରି କରିବେ ହ୍ୱାଟସ୍ଆପ୍ ରେ ଟିକେଟ ବୁକିଂ :
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆରମ୍ଭ ହୋଇଥିବା ଏଭଳି ଅତ୍ୟାଧୁନିକ ସେବା ଭାରତରେ ପ୍ରଥମ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ଏନେଇ ନନ୍ଦନକାନନ ପକ୍ଷରୁ ଏକ ହ୍ୱାଟସଆପ ନମ୍ବର ଜାରି କରାଯାଇଛି। ତେବେ ସେହି ନମ୍ବର ହେଲା ୭୬୭୧୮୪୪୮୫୬। ତେବେ ଏହି ନମ୍ବରରେ ମେସେଜ କରି ଟିକେଟ ବୁକିଂ କରିପାରିବେ ପର୍ଯ୍ୟଟକ। 3ଟି ଭାଷାରେ ହ୍ୱାଟସ୍ଆପରେ ଏହି ଟିକେଟ ବୁକିଂ କରାଯାଉଛି। ଇଂରାଜୀ, ହିନ୍ଦୀ ଏବଂ ଓଡ଼ିଆ ଭାଷାରେ ଟିକେଟ କରାଯାଉଛି। ତେବେ ଏହି ଟିକେଟର ସମୟ ସୀମା ଗୋଟିଏ ଦିନ ରହିବା ସହ ଅତି ସହଜରେ ଟିକେଟ ହୋଇପାରୁଛି।

ଏହା ବି ପଢନ୍ତୁ...ନନ୍ଦନକାନନର ନୂଆ ଅତିଥି ତାମରିନ-ଗୁଣ୍ଡୁଚି ମାଙ୍କଡ
ଟିକେଟ ଦର, କାହା ପାଇଁ କେତେ ?
ତେବେ ଯୁବବର୍ଗଙ୍କ ପାଇଁ ୫୦ ଟଙ୍କା ଦର ଧାର୍ଯ୍ୟ କରାଯାଇଥିବାବେଳେ ଶିଶୁମାନଙ୍କ ପାଇଁ ୧୦ ଟଙ୍କା ଦର ଧାର୍ଯ୍ୟ କରାଯାଇଛି । ଏହାସହ ବିଦେଶୀମାନଙ୍କ ପାଇଁ ୧୦୦ ଟଙ୍କା ନନ୍ଦନକାନନ ଟିକେଟ ଧାର୍ଯ୍ୟ କରାଯାଇଛି । ଅନ୍ୟପଟେ ନନ୍ଦନକାନନ ଟିକେଟ୍ କାଉଣ୍ଟରରେ ବାର କୋଡ୍ ସାହାଯ୍ୟରେ ଟିକେଟ ମଧ୍ୟ କରିପାରିବେ। ତେବେ ଏହି ମେସେଜ ଦେଖାଇ ପ୍ରାଣୀ ଉଦ୍ୟାନକୁ ପ୍ରବେଶ କରିପାରିବେ ପର୍ଯ୍ୟଟକ। ବର୍ତ୍ତମାନ ସୁଦ୍ଧା ପାଖାପାଖି ୫ ହଜାରରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ଟିକେଟ୍ କାଟି ବୁଲିବାର ସୁଯୋଗ ପାଇଛନ୍ତି।
ଇଟିଭି ଭାରତ, ଭୁବନେଶ୍ବର