ETV Bharat / state

ଭକ୍ତ ଓ ଭଗବାନ ମଧ୍ୟରେ ବାଧା ସାଜିଛି ଟ୍ରେନ ଦୁର୍ଘଟଣା, ପ୍ରଭାବିତ ବଙ୍ଗୀୟ ଭକ୍ତ

ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରେ ଅନେକ ଟ୍ରେନ ବାତିଲ ହେବା ଯୋଗୁଁ ସ୍ନାନ ଯାତ୍ରାରେ କମ ସଂଖ୍ୟାରେ ବଙ୍ଗୀୟ ଶ୍ରଦ୍ଧାଳୁ ଆସିଥିବା ଆଶଙ୍କା । ଅଧିକ ପଢ଼ନ୍ତୁ

author img

By

Published : Jun 4, 2023, 5:50 PM IST

Odisha Train Crash
ବାହାନଗା ଟ୍ରେନ ଟ୍ରାଜେଡି
ବାହାନଗା ଟ୍ରେନ ଟ୍ରାଜେଡି

ଭୁବନେଶ୍ବର: ଆଜି ପବିତ୍ର ଦେବସ୍ନାନ ଯାତ୍ରା । ୧୦୮ ସୁବାସିତ ଗରାରେ ସ୍ନାନ କରିଛନ୍ତି ଶ୍ରୀଜିଉ । ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଗଣେଶ୍ବର ବେଶରେ ଦର୍ଶନ ଦେବେ । ସ୍ନାନ ମଣ୍ଡପରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପୁରୀକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟିଛି । ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଭିଡ଼ ଭିତରେ କାଳିଆ ସଆନ୍ତଙ୍କ ଟିକେ ଦର୍ଶନ ପାଇବା ପାଇଁ ରାଜ୍ୟ ସମେତ ଦେଶର କୋଣ ଅନୁକୋଣରୁ ଭକ୍ତମାନେ ଆସୁଛନ୍ତି । ହେଲେ ଗତ ଶୁକ୍ରବାରର ଭୟଙ୍କର ଟ୍ରେନ ଦୁର୍ଘଟଣା ଭକ୍ତ ଓ ଭଗବାନ ମଧ୍ୟରେ ବାଧା ସାଜିଛି ।

ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଲାଗି ଅନେକ ଟ୍ରେନ ବାତିଲ ହୋଇଥିବା ବେଳେ କେତେକ ରୁଟ ପରିବର୍ତ୍ତନ ହୋଇଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି । ବିଶେଷ ଭାବରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ ଅସୁବିଧା ଭୋଗିଛନ୍ତି । ବର୍ଷ ତମାମ ପୁରୀକୁ ବଙ୍ଗୀୟ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବା ବେଳେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା, ରଥ ଯାତ୍ରା ଏବଂ ବାହୁଡ଼ା ଯାତ୍ରାରେ ଲକ୍ଷାଧିକ ପରିମାଣରେ ଏଠାକୁ ଆସିଥାନ୍ତି । କିନ୍ତୁ ଟ୍ରେନ ଚଳାଚଳ ବନ୍ଦ ରହିବା ଯୋଗୁଁ ସେମାନେ ପ୍ରଭାବିତ ହୋଇଛନ୍ତି । ଦେଖାଦେଇଥିବା ସମସ୍ୟା ଯୋଗୁଁ ପୁରୀକୁ ଆସିଥିବା କିଛି ବଙ୍ଗୀୟ ଭକ୍ତ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ନଦେଖି କୋଲକାତା ଫେରିଯାଇଛନ୍ତି । ଅନ୍ୟପଟେ ବଙ୍ଗୀୟ ଭକ୍ତଙ୍କ ସମସ୍ୟା ଦୂର କରିବା ନେଇ ରାଜ୍ୟ ସରକାର ମାଗଣା ବସ ସେବାର ବ୍ୟବସ୍ଥା କରିଛନ୍ତି । ଭୁବନେଶ୍ବର, ପୁରୀ ଓ କଟକରୁ କୋଲକାତାକୁ ମାଗଣା ବସ ସେବା ଆରମ୍ଭ ହୋଇଛି । ମାଗଣା ବସ ଯୋଗାଇ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ସେପଟେ ଟ୍ରେନ ଦୁର୍ଘଟଣା ଯୋଗୁଁ ବାଲେଶ୍ବର‌ ବାହାନଗା ରୁଟରେ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ରେଳ ଚଳାଚଳ ସ୍ବଭାବିକ କରିବା ପାଇଁ ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ରେଳ ସଂଯୋଗ ପ୍ରଭାବିତ କରିବା ପାଇଁ ତିନୋଟି ଦିଗ ଉପରେ ଗୁରୁତ୍ବ ରହିଛି । ପ୍ରଥମେ ଟ୍ରାକକୁ ସ୍ବଭାବିକ କରାଯିବ ଅର୍ଥାତ ଭାଙ୍ଗିଯାଇଥିବା ଟ୍ରାକକୁ ପୁନଃ ଥଇଥାନ କରାଯାଉଛି । ଏହାପରେ ପଏଣ୍ଟ କ୍ରସିଂ ତଥା ଯେଉଁଠି ଟ୍ରାକ ଅନ୍ୟ ଟ୍ରାକକୁ ପରିବର୍ତ୍ତନ ହୋଇଥାଏ ତାକୁ କିପରି ସମ୍ପୂର୍ଣ୍ଣ ଭାବେ ପୁନଃ ମରାମତି କରି ସ୍ବଭାବିକ କରାଯିବ ସେଥି ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଯଥାଶୀଘ୍ର ରେଳ ଚଳାଚଳ ସ୍ବାଭାବିକ ହେବ ବୋଲି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.