ଖୋର୍ଦ୍ଧା: ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସ୍ବାଗତ ସଭା ଓ ଶୋଭାଯାତ୍ରା । ନିଖିଳ ଭାରତ ସମରକଳା ମହାସଂଘ ଓ ବୀର ମହାସଂଘ ସହ ବହୁ ସମାଜିକ, ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ଶୋଭାଯାତ୍ରା କରାଯାଇଛି । ଏହି ଶୋଭାଯାତ୍ରାରେ ସହରର ବହୁ ପାଇକ ଆଖଡା ସଙ୍ଘ ଓ ଦଳେଇ ଦଳ ବେହେରାମାନେ ସାମିଲ ହୋଇଥିଲେ ।
ଜିଲ୍ଲାର ବରୁଣେଇ ପାଦଦେଶରେ ଥିବା ପାଇକ ସ୍ମାରକୀର ଭୂମି ପୂଜନରେ ସାମିଲ ହେବେ ରାଷ୍ଟ୍ରପତି ରମନାଥ କୋବିନ୍ଦ । ଏନେଇ ଆସନ୍ତା 7ରେ ଓଡ଼ିଶା ଗସ୍ତରେ ଆସିବେ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ