ETV Bharat / state

Weather Update: ରାଜ୍ୟରେ ଆଜିଠୁ କମିବ ବର୍ଷା !

ଆଜିଠୁ ରାଜ୍ୟରେ କମିବ ବର୍ଷା । ଆଗାମୀ ୪ରୁ ୫ ଦିନ ଯାଏଁ ଓଡ଼ିଶାରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ଅଧିକ ପଢନ୍ତୁ

author img

By

Published : Aug 19, 2023, 10:33 AM IST

ରାଜ୍ୟରେ ଆଜିଠୁ କମିବ ବର୍ଷା
ରାଜ୍ୟରେ ଆଜିଠୁ କମିବ ବର୍ଷା

ଭୁବନେଶ୍ବର: ଆଜିଠୁ କମିବ ବର୍ଷା । ସକ୍ରିୟ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଆଜିଠାରୁ (ଶନିବାର) ବର୍ଷାର ବିସ୍ତୃତି ଓ ପରିମାଣ କମିବ । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଗାମୀ ୪ରୁ ୫ ଦିନ ଯାଏଁ ଓଡ଼ିଶାରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ସକ୍ରିୟ ଲଘୁଚାପ କ୍ଷେତ୍ର ଧୀରେ ଧୀରେ ଛତିଶଗଡ ମୁହାଁ ହେଉଥିବାରୁ ବର୍ଷା କମିବ । ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏ ସମ୍ପର୍କରେ ଟ୍ବିଟ୍ କରି ସୂଚନା ଦିଆଯାଇଛି । ତେବେ ଆଜି ରାଜ୍ୟରେ ଲଘୁଚାପର ପ୍ରଭାବ ରହିବ ।

ଆଜି ୧୭ଟି ଜିଲ୍ଲାରେ ବର୍ଷା ହୋଇପାରେ । ଖୋର୍ଦ୍ଧା, କଟକ, ପୁରୀ, ଯାଜପୁର, ମାଲକାନଗିରି କୋରାପୁଟ, ନବରଙ୍ଗପୁର, ରାୟଗଡା, ନୂଆପଡା, ଗଜପତି, ଗଞ୍ଜାମ, ନୟାଗଡ, ମୟୂରଭଞ୍ଜ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ବର ପ୍ରଭୃତି ଜିଲ୍ଲାର କେତେକ ସ୍ଥାନାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଲଘୁଚାପ ଆସନ୍ତା ୨ରୁ ୩ ଦିନ ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା ଓ ଛତିଶଗଡ ମୁହାଁ ହେବାର ସମ୍ଭାବନା ରହିଛି । ଏହା ଛତିଶଗଡ ମୁହାଁ ହେଉଥିବାରୁ ରାଜ୍ୟର ବର୍ଷାର ପରିମାଣ କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏଥିସହ ମୌସୁମୀ ନିମ୍ନଚାପ ରେଖାର ପଶ୍ଚିମ ଭାଗ ହିମାଳୟର ପାଦଦେଶରେ ଅବସ୍ଥାନ କରୁଥିବା ବେଳେ ପୂର୍ବ ଭାଗ ଉତ୍ତରପ୍ରଦେଶର ଗୋରଖପୁରରୁ ବାହାରି ଦେହରି ରାଞ୍ଚି ଦେଇ ବାଲେଶ୍ବରରୁ ଦକ୍ଷିଣପୂର୍ବ ଦିଗରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଉତ୍ତର-ଓଡ଼ିଶା ଉପକୂଳ ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ରର କେନ୍ଦ୍ର ଯାଏଁ ଲମ୍ବିଥିଲା ।

ଏହାମଧ୍ୟ ପଢନ୍ତୁ: Weather Update: ଆଜି ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା !

ଲଘୁଚାପ ପ୍ରଭାବରେ ଶୁକ୍ରବାର ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ଅନ୍ୟ କେତେଗୁଡିଏ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ରେକର୍ଡ ହୋଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜୁନ ୧ ରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୧୦ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ବୌଦ୍ଧ ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ୧୧ ଜିଲ୍ଲାରେ ସ୍ବାଭାବିକ ଠାରୁ ୨୦ ରୁ ୫୯ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ୧୮ଟି ଜିଲ୍ଲାରେ ବର୍ଷା ପରିମାଣ ସ୍ବାଭାବିକ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.