ETV Bharat / state

ରାଜ୍ୟରେ ମୌସୁମୀ ଦୁର୍ବଳ, ପୁଣି ଛଟପଟ କଲା ଗୁଳୁଗୁଳି - ଦୁର୍ବଳ ମୌସୁମୀ ପ୍ରଭାବରେ ଗୁଳୁଗୁଳି

ରାଜ୍ୟରେ ମୌସୁମୀ ଦୁର୍ବଳ ହେବା ପ୍ରଭାବରେ ତାପମାତ୍ରା ବୃଦ୍ଧି ପାଇଛି । ଉପକୂଳ ସମେତ ବିଭିନ୍ନ ଜିଲ୍ଲାରେ ବର୍ଷାର ପ୍ରଭାବ କମିଛି । ଏଥିସହ ଗୁଳୁଗୁଳି ହେବା ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

Weather update
ପାଣିପାଗ ସୂଚନା
author img

By

Published : Aug 9, 2023, 7:18 PM IST

ପାଣିପାଗ ସୂଚନା

ଭୁବନେଶ୍ବର: ରାଜ୍ୟରେ ଦୁର୍ବଳ ହେଲା ମୌସୁମୀ । ମୌସୁମୀ ନିମ୍ନ ଚାପରେଖା ଆଜି ତାର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ଅବସ୍ଥାନ କରୁଛି । ଫଳରେ ରାଜ୍ୟରେ ମୌସୁମୀର ପ୍ରଭାବ ଦୁର୍ବଳ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୫ ଦିନ ଯାଏ ରାଜ୍ୟରେ ବଡ଼ ବର୍ଷା ନଥିବା ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଖରା ସାଙ୍ଗକୁ ତାତି ବଢ଼ିଇ ଏବଂ ଦିନ ତାପମାତ୍ରାରେ ଅସ୍ବାଭାବିକ ପରିବର୍ତ୍ତନ ହୋଇଛି । ବାୟୁ ମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭବ ହେବ ।

ଏହା ମଧ୍ୟ ପଢ଼ନ୍ତୁ: ବାଙ୍କୀରେ ରାସ୍ତା ଉପରେ ଲହଡି ମାରୁଛି ବନ୍ୟାଜଳ, ପ୍ରଶାସନର ଦେଖା ଦର୍ଶନ ନଥିବା ଅଭିଯୋଗ

କିଛି ଦିନ ମୌସୁମୀ ସକ୍ରିୟ ପରେ ଏବେ ଦୁର୍ବଳ ହୋଇଛି । ଆକାଶରେ ଖଣ୍ଡଖଣ୍ଡ ଭଷା ମେଘ ଥିବାବେଳେ ରାଜ୍ୟରେ ବଡ଼ ବର୍ଷା ନାହିଁ । ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ମୌସୁମୀ ଦୁର୍ବଳ ପ୍ରଭାବରେ ରାଜ୍ୟରେ ୫ ଦିନ ଯାଏଁ କୌଣସି ସତର୍କ ସୂଚନା ନାହିଁ । ରାଜ୍ୟରେ ମୌସୁମୀ ପ୍ରଭାବ ଦୁର୍ବଳ ହେତୁ ଉପକୂଳ ସମେତ ବିଭିନ୍ନ ଜିଲ୍ଲାରେ ବର୍ଷାର ପ୍ରଭାବ କମିଛି । ଏଥିସହ ଗୁଳୁଗୁଳି ହେବା ଆରମ୍ଭ ହୋଇଛି ।ଆଗକୁ କୌଣସି ବଡ଼ ବର୍ଷା ନଥିବା ବେଳେ ରାଜ୍ୟରେ ପୁଣି ନିଅଣ୍ଟିଆ ବର୍ଷା ଦେଖାଯିବ ବୋଲି ଅନୁମାନ କରାଯାଉଛି । ଆସନ୍ତା ୧୪ ବେଳକୁ ବର୍ଷାର ପରିମାଣ ସାମାନ୍ୟ ବଢ଼ିପାରେ ।

ଏହା ମଧ୍ୟ ପଢ଼ନ୍ତୁ: Weather Update: ରାଜ୍ୟରେ ଦୁର୍ବଳ ମୌସୁମୀ, ୧୦ଦିନ ନାହିଁ ବଡ଼ ବର୍ଷା

ସେହିପରି ଗତ ୨୪ ଘଣ୍ଟାରେ ରାଜ୍ଯର କିଛି ଜିଲ୍ଲାରେ ବର୍ଷା ହୋଇଛି । ଯାଜପୁର ବରୀଠାରେ ୭.୧ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ୮ ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, କେନ୍ଦ୍ରାପଡ଼ା, ଯାଜପୁର, ନବରଙ୍ଗପୁର, କଳାହାଣ୍ଡିରେ ସ୍ବାଭାବିକଠାରୁ କମ ବର୍ଷା ରେକର୍ଡ ହୋଇଛି । ୬ ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର, ସୋନ୍‌ପୁର, ଦେବଗଡ଼, ବୌଦ୍ଧ, ଅନୁଗୋଳରେ ସର୍ବାଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୧୬ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୦.୧ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ବାଭାବିକ ବର୍ଷା ୧୦ ମିମି ତୁଳନାରେ ୯୯ ପ୍ରତିଶତ କମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.